ବରଗଡରେ ହାଜତ ମୃତ୍ୟୁ ଅଭିଯୋଗ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ବରଗଡ଼: ବରଗଡ଼ ଜିଲ୍ଲା ଭଟଲିରେ ପୋଲିସ ହେପାଜତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ଭଟଲି ଚାଉଳସିଂ ଗାଁର ପ୍ରଭାତ ଧାରୁଆ । ଏକ ଅସଦାଚରର ମାମଲାରେ ପୋଲିସ ଗତକାଲି ପ୍ରଭାତଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ ବୁର୍ଲା ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେପଟେ ପ୍ରଭାତଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ପରିବାର ବର୍ଗ ଓ ଗାଁ […]

bargarh

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 09:34 AM IST

ବରଗଡ଼: ବରଗଡ଼ ଜିଲ୍ଲା ଭଟଲିରେ ପୋଲିସ ହେପାଜତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ଭଟଲି ଚାଉଳସିଂ ଗାଁର ପ୍ରଭାତ ଧାରୁଆ । ଏକ ଅସଦାଚରର ମାମଲାରେ ପୋଲିସ ଗତକାଲି ପ୍ରଭାତଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ ବୁର୍ଲା ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେପଟେ ପ୍ରଭାତଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ପରିବାର ବର୍ଗ ଓ ଗାଁ ଲୋକେ ରାସ୍ତାରୋକ କରିଛନ୍ତି। ଘଟଣାକୁ ନେଇ ବରଗଡ଼ ଏସପି ପ୍ରତିକ୍ରିୟା ରଖିଛନ୍ତି କହିଛନ୍ତି ଯେ ଏହା ହାଜତ ମୃତ୍ୟୁ ନୁହେଁ, ଘଟଣାର ତଦନ୍ତ କରାଯିବ।

Related story