ଲଢ଼େଇରେ ଦନ୍ତାହାତୀର ମୃତ୍ୟୁ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ହଦଗଡ଼ ଅଭୟାରଣ୍ୟର ସାତକୋଶିଆ ରେଞ୍ଜ ବାଲିଡିହା ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ଘଟିଛି। ଆଜି ସକାଳେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଛନ୍ତି। କରଞ୍ଜିଆ ଡିଏଫ୍‌ଓଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ ଦୁଇଟି ଅଣ୍ଡିରା ହାତୀ ଓ ଗୋଟିଏ ମାଈ ହାତୀ ମଧ୍ୟରେ ଲଢ଼େଇ ହୋଇଥିଲା। ଏହି ଲଢ଼େଇରେ ଅଣ୍ଡିରା ହାତୀର ମୃତ୍ୟୁ ଘଟିଥିଲା।

elephant

Rakesh Mallick
  • Published: Saturday, 31 December 2016
  • , Updated: 31 December 2016, 05:14 PM IST

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ହଦଗଡ଼ ଅଭୟାରଣ୍ୟର ସାତକୋଶିଆ ରେଞ୍ଜ ବାଲିଡିହା ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ଘଟିଛି। ଆଜି ସକାଳେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଛନ୍ତି।

କରଞ୍ଜିଆ ଡିଏଫ୍‌ଓଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ ଦୁଇଟି ଅଣ୍ଡିରା ହାତୀ ଓ ଗୋଟିଏ ମାଈ ହାତୀ ମଧ୍ୟରେ ଲଢ଼େଇ ହୋଇଥିଲା। ଏହି ଲଢ଼େଇରେ ଅଣ୍ଡିରା ହାତୀର ମୃତ୍ୟୁ ଘଟିଥିଲା।

Related story