ହୋମ୍‌ଗାର୍ଡ଼ ଆଣ୍ଠେଇବା ଘଟଣା: ରେକର୍ଡ଼ ହେଲା ବୟାନ୍‌, ଦଣ୍ଡଦେଇଥିବା ବାବୁ ରିଲିଭ୍‌

ବାରିପଦା: ଉପଯୁକ୍ତ ଡ୍ରେସ୍ କୋଡ୍‌ରେ ନ ଥିବାରୁ ୪ ହୋମ୍‌ଗାର୍ଡଙ୍କୁ ଆଣ୍ଠେଇ ଦିଆଯାଇଥିଲା। ଏନେଇ ଓଟିଭିରେ ଘରୋଇ ନ୍ୟୁଜ୍‌ ଚ୍ୟାନେଲ ଖବର ପ୍ରସାରଣ ପରେ ଗତକାଲି ହୋମ୍‌ଗାର୍ଡ଼ ଡିଜି ବିନୟ ବେହେରା ମୟୂରଭଞ୍ଜ ଏସ୍‌ପିଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଜି ଏସ୍‌ପି ୪ ହୋମ୍‌ଗାର୍ଡ଼ଙ୍କ ବୟାନ ରେକର୍ଡ଼ କରିଥିଲେ। ଅନ୍ୟପକ୍ଷରେ ହୋମ୍‌ଗାର୍ଡ଼ଙ୍କୁ ଦଣ୍ଡବିଧାନ କରିଥିବା ରିଜର୍ଭ ଇନ୍ସପେକ୍ଟରଙ୍କୁ ଆଜି ରିଲିଭ୍‌ କରାଯାଇଛି। ଆଣ୍ଠେଇବା ହୋମଗାର୍ଡ଼ଙ୍କ ମଧ୍ୟରୁ ମହିଳା ହୋମ୍‌ଗାର୍ଡ଼ କହିଛନ୍ତି-“ଡ୍ୟୁଟିକୁ ୫ ମିନିଟ୍‌ ବିଳମ୍ୱରେ ଆସିବାରୁ […]

op

Rakesh Mallick
  • Published: Thursday, 29 June 2017
  • , Updated: 29 June 2017, 09:36 PM IST

ବାରିପଦା: ଉପଯୁକ୍ତ ଡ୍ରେସ୍ କୋଡ୍‌ରେ ନ ଥିବାରୁ ୪ ହୋମ୍‌ଗାର୍ଡଙ୍କୁ ଆଣ୍ଠେଇ ଦିଆଯାଇଥିଲା। ଏନେଇ ଓଟିଭିରେ ଘରୋଇ ନ୍ୟୁଜ୍‌ ଚ୍ୟାନେଲ ଖବର ପ୍ରସାରଣ ପରେ ଗତକାଲି ହୋମ୍‌ଗାର୍ଡ଼ ଡିଜି ବିନୟ ବେହେରା ମୟୂରଭଞ୍ଜ ଏସ୍‌ପିଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଜି ଏସ୍‌ପି ୪ ହୋମ୍‌ଗାର୍ଡ଼ଙ୍କ ବୟାନ ରେକର୍ଡ଼ କରିଥିଲେ। ଅନ୍ୟପକ୍ଷରେ ହୋମ୍‌ଗାର୍ଡ଼ଙ୍କୁ ଦଣ୍ଡବିଧାନ କରିଥିବା ରିଜର୍ଭ ଇନ୍ସପେକ୍ଟରଙ୍କୁ ଆଜି ରିଲିଭ୍‌ କରାଯାଇଛି।

ଆଣ୍ଠେଇବା ହୋମଗାର୍ଡ଼ଙ୍କ ମଧ୍ୟରୁ ମହିଳା ହୋମ୍‌ଗାର୍ଡ଼ କହିଛନ୍ତି-“ଡ୍ୟୁଟିକୁ ୫ ମିନିଟ୍‌ ବିଳମ୍ୱରେ ଆସିବାରୁ ଏପରି ଦଣ୍ଡ ଦିଆଯାଇଛି। ଆମେ ଦୁଇ ମିନିଟ୍‌ ନୁହେଁ ୧୦ ମିନିଟ୍‌ ଆଣ୍ଠେଇଥିଲୁ।”

ମିଳିଥିବା ସୂଚନା ଗତ ୨୫ ତାରିଖରେ ହୋମ୍‌ଗାର୍ଡମାନେ ରଥଯାତ୍ରା ଡ୍ୟୁଟିରେ ଯାଇଥିଲେ। ଚେକିଂ ବେଳେ ଏମାନେ ଠିକ୍‌ରେ ୟୁନିଫର୍ମ ପିନ୍ଧି ନ ଥିବା ଜଣାପଡ଼ିଥିଲା। ଏହା ପରେ ରିଜର୍ଭ ଇନ୍ସପେକ୍ଟର ସେମାନଙ୍କୁ ହୋମଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟରେ ଆଣ୍ଠେଇ ଦେଇଥିଲେ। ଅଣ୍ଠେଇଥିବା ୪ ହୋମଗାର୍ଡ଼ଙ୍କ ମଧ୍ୟରେ ଜଣେ ମହିଳା ଥିଲେ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ଏଭଳି ଦଣ୍ଡ ଦିଆଯାଏ ବୋଲି ରିଜର୍ଭ ଇନ୍ସପେକ୍ଟର କହିଛନ୍ତି।

Related story