ରଜ ଭସାଣି ରଣକ୍ଷେତ୍ର: ଆଇଆଇସି ଲହୁଲୁହାଣ

ବାସୁଦେବପୁର(କିରିଟି ଦାସ): ବାସୁଦେବପୁର ଥାନା ଆଇଆଇସିଙ୍କୁ ଗାଁ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନେ ଭର୍ତ୍ତି କରାଯାଇଛି। ତାଙ୍କର ମୁଣ୍ଡ ଓ ହାତରେ ଗଭୀର ଅଘାତ ଲାଗିଛି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଲୁଂଗା ଗାଁରେ । ତାଙ୍କ ନାଁ ନବକୃଷ୍ଣ ନାୟକ। ପୋଲିସ ଏହି ଘଟଣାରେ ଗାଁର ୨୩ ଜଣଙ୍କୁ ଅଟକ ରଖିଛି। ଗତକାଲି ରାତିରେ ରଜ ଭସାଣି ପାଇଁ ଡିଜେ ଆସିଥିଲା। ଭସାଣି ଚାଲିଥିବା ବେଳେ […]

van

Rakesh Mallick
  • Published: Wednesday, 20 June 2018
  • , Updated: 20 June 2018, 09:01 AM IST

ବାସୁଦେବପୁର(କିରିଟି ଦାସ): ବାସୁଦେବପୁର ଥାନା ଆଇଆଇସିଙ୍କୁ ଗାଁ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନେ ଭର୍ତ୍ତି କରାଯାଇଛି। ତାଙ୍କର ମୁଣ୍ଡ ଓ ହାତରେ ଗଭୀର ଅଘାତ ଲାଗିଛି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଲୁଂଗା ଗାଁରେ । ତାଙ୍କ ନାଁ ନବକୃଷ୍ଣ ନାୟକ। ପୋଲିସ ଏହି ଘଟଣାରେ ଗାଁର ୨୩ ଜଣଙ୍କୁ ଅଟକ ରଖିଛି।

ଗତକାଲି ରାତିରେ ରଜ ଭସାଣି ପାଇଁ ଡିଜେ ଆସିଥିଲା। ଭସାଣି ଚାଲିଥିବା ବେଳେ ଡିଜେ ଗାଡ଼ିଟି ଜଣେ ନାବାଳିକାକୁ ଧକ୍କା ଦେଇଥିଲା। ଏନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏନେଇ ନାବାଳିକାର ବାପା ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରିବା ପାଇଁ ବାସୁଦେବପୁର ଆଇଆଇସି ଓ ତିନିଜଣ ପୋଲିସ କର୍ମଚାରୀଙ୍କ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ।  ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ କିଛି ଉତ୍ତ୍ୟକ୍ତ ଲୋକେ ଗାଁ ମଝିରେ ଆଇଆଇସିଙ୍କୁ ମାଡ଼ ମାରିବା ସହ ଟେକାପଥର ମାଡ଼ କରିଥିଲେ। ଏହାସହ ଉତ୍ତ୍ୟକ୍ତ ଲୋକମଧ୍ୟ ପୋଲିସ୍‌ ଭ୍ୟାନକୁ ମଧ୍ୟ ଭଙ୍ଗାରୁଜା କରିଥିଲେ।

 

 

 

Related story