କଲେଜରେ ଭାଲୁ

ଟିଟିଲାଗଡ଼(ଓଡ଼ିଶା ରିପୋର୍ଟର):ଟିଟିଲାଗଡ଼ରେ ଗତ ରାତିରୁ ଭାଲୁ ଆତଙ୍କ ଜାରି ରହିଛି। ବିଳମ୍ବିତ ରାତିରୁ ଏକ ଭାଲୁ ଡିଏଭି କଲେଜ ପରିସରକୁ ପଶି ଆସିଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି। ଖବର ଲେଖାଯିବା ସୁଦ୍ଧା କଲେଜ କ୍ୟାମ୍ପସରେ ଭାଲୁ ଲୁଚି ରହିଛି।