ବ୍ରହ୍ମପୁର: କ୍ଷେତରେ ଗୋରୁ ପଶିଯିବାରୁ ଗୋଟିଏ ପରିବାର ଗାଁରୁ ବାସନ୍ଦ

ବ୍ରହ୍ମପୁର: କ୍ଷେତରେ ଗୋରୁ ପଶି ଯିବାରୁ ଗୋରୁ ମାଲିକଙ୍କୁ ସାମାଜିକ ବାସନ୍ଦ କରାଯିବା ପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଏପରି ଅଭିଯୋଗ ଆସିଛି ପାତ୍ରପୁର ବ୍ଲକ୍ ଜରିଡ଼ା ଥାନା ଅନ୍ତର୍ଗତ ଜୟନ୍ତପୁର ଗ୍ରାମରୁ। ବାସନ୍ଦ ହୋଇଥିବା ପରିବାର ଲୋକେ ଏସପିଙ୍କ ଦ୍ୱାରସ୍ତ ହୋଇ ସୁରକ୍ଷା ଯୋଗାଇ ଦେବା ସହ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି। ଗାଁର ଆର. କ୍ରିଷ୍ଣାରାଓଙ୍କ ଗାଈ ଗାଁ ଜଣେ ବ୍ୟକ୍ତିଙ୍କ କ୍ଷେତରେ ପଶି ଯାଇଥିଲା। ଏହାକୁ ନେଇ ଗ୍ରାମ କମିଟିରେ […]

berhampur

Rakesh Mallick
  • Published: Saturday, 21 November 2015
  • , Updated: 21 November 2015, 02:35 PM IST

ବ୍ରହ୍ମପୁର: କ୍ଷେତରେ ଗୋରୁ ପଶି ଯିବାରୁ ଗୋରୁ ମାଲିକଙ୍କୁ ସାମାଜିକ ବାସନ୍ଦ କରାଯିବା ପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଏପରି ଅଭିଯୋଗ ଆସିଛି ପାତ୍ରପୁର ବ୍ଲକ୍ ଜରିଡ଼ା ଥାନା ଅନ୍ତର୍ଗତ ଜୟନ୍ତପୁର ଗ୍ରାମରୁ। ବାସନ୍ଦ ହୋଇଥିବା ପରିବାର ଲୋକେ ଏସପିଙ୍କ ଦ୍ୱାରସ୍ତ ହୋଇ ସୁରକ୍ଷା ଯୋଗାଇ ଦେବା ସହ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି।

ଗାଁର ଆର. କ୍ରିଷ୍ଣାରାଓଙ୍କ ଗାଈ ଗାଁ ଜଣେ ବ୍ୟକ୍ତିଙ୍କ କ୍ଷେତରେ ପଶି ଯାଇଥିଲା। ଏହାକୁ ନେଇ ଗ୍ରାମ କମିଟିରେ ଅଭିଯୋଗ ହେବା ପରେ ଏକ ବୈଠକ ବସିଥିଲା। ବୈଠକରେ କ୍ରିଷ୍ଣାରାଓଙ୍କୁ ୫୦୦ଟଙ୍କା ଜରିମାନା କରାଯାଇଥିଲା। କିଷ୍ଣାରାଓ ଜରିମାନା ଟଙ୍କା ନ ଦେବାରୁ ପୁଣି ଥରେ ବୈଠକ କରାଯାଇ ଜରିମାନାକୁ ୫୦୦୦ ଟଙ୍କାକୁ ବଢାଇ ଦିଆଯାଇଥିଲା। ହେଲେ କ୍ରିଷ୍ଣାରାଓଙ୍କ ପରିବାର ଲୋକେ ଜରିମାନା ଦେଇ ନ ଥିଲେ । ଏହାକୁ ନେଇ କମିଟି ପକ୍ଷରୁ ଡେଙ୍ଗୁରା ପିଟାଯାଇ କ୍ରିଷ୍ଣାରାଓଙ୍କ ପରିବାରକୁ ଗ୍ରାମର ସମସ୍ତ ପ୍ରକାର କାର୍ଯ୍ୟକ୍ରମରୁ ବାସନ୍ଦ କରାଯାଇଥିବା ଗ୍ରାମବାସୀଙ୍କୁ ଜଣାଇ ଦିଆଯାଇଛି । ଏହାକୁ ନେଇ କ୍ରିଷ୍ଣାରାଓଙ୍କ ପରିବାର ଲୋକେ ବ୍ରହ୍ମପୁର ଯାଇ ଏସପିଙ୍କୁ ଘଟଣା ସମ୍ପର୍କରେ ଜଣାଇଛନ୍ତି। ଏ ନେଇ ଅତିରିକ୍ତ ଏସପିଙ୍କୁ ଯୋଗାଯୋଗ କରାଯିବାରେ ଅଭିଯୋଗ ମିଳିଛି, ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Related story