ବ୍ରହ୍ମପୁର ଟାଉନ୍‌ ପ୍ରବେଶ ପଥ ସିଲ୍‌

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ ମହାମାରୀ ‘କରୋନା’ ବିସ୍ଫୋରକ ସ୍ଥିତି ନେଇଛି। ଏହାକୁ ନେଇ ବ୍ରହ୍ମପୁର ମହାନଗର ନିଗମ ପ୍ରଶାସନ ତତ୍ପର ହୋଇଛି। ବ୍ରହ୍ମପୁର ସହର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁର ସହରକୁ ଚାରି ଦିଗରୁ ବନ୍ଦ ଘୋଷଣା କରାଯାଇଛି। କୌଣସି ଲୋକ ବ୍ରହ୍ମପୁରକୁ ଆସି ପାରିବେନି କି ଯାଇ ପାରିବେନି। କେବଳ ଅତ୍ୟାବଶ୍ୟକ ସେବା ଓ ମାଲ୍‌ ପରିବହନ କଟକଣା ମୁକ୍ତ ରହିବ। ରେଳ ବା ବିମାନ ଟିକେଟ […]

berhampur

Manoranjan Sial
  • Published: Monday, 13 July 2020
  • , Updated: 13 July 2020, 08:03 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ ମହାମାରୀ ‘କରୋନା’ ବିସ୍ଫୋରକ ସ୍ଥିତି ନେଇଛି। ଏହାକୁ ନେଇ ବ୍ରହ୍ମପୁର ମହାନଗର ନିଗମ ପ୍ରଶାସନ ତତ୍ପର ହୋଇଛି। ବ୍ରହ୍ମପୁର ସହର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁର ସହରକୁ ଚାରି ଦିଗରୁ ବନ୍ଦ ଘୋଷଣା କରାଯାଇଛି। କୌଣସି ଲୋକ ବ୍ରହ୍ମପୁରକୁ ଆସି ପାରିବେନି କି ଯାଇ ପାରିବେନି। କେବଳ ଅତ୍ୟାବଶ୍ୟକ ସେବା ଓ ମାଲ୍‌ ପରିବହନ କଟକଣା ମୁକ୍ତ ରହିବ। ରେଳ ବା ବିମାନ ଟିକେଟ ଥିବା ଯାତ୍ରୀଙ୍କୁ ମଧ୍ୟ ଯିବାକୁ ଅନୁମତି ମିଳିବ। ଏନେଇ ବ୍ରହ୍ମପୁର ମହାନଗର ନିଗମ କମିଶନର ଘୋଷଣା କରିଛନ୍ତି।

ସେପଟେ ବ୍ରହ୍ମପୁର ଏସ୍‌ପି କହିଛନ୍ତି, ଚିକିତ୍ସା ପାଇଁ କେହି ବ୍ରହ୍ମପୁର ବାହାରକୁ ଯାଉଥିଲେ ପ୍ରେସ୍‌ସ୍କ୍ରିପସନ ଦେଖାଇବେ। କୋଭିଡ୍ ପରିଚାଳନାରେ ନିୟୋଜିତ ସରକାରୀ ଅଧିକାରୀ ପରିଚୟ ପତ୍ର ଦେଖାଇବେ। କ୍ଷୀର ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିଲେ ବ୍ୟବସାୟୀ ନିଜ ଟ୍ରେଡ୍‌ ଲାଇସେନ୍ସ ଦେଖାଇବେ।

ଆଜି ସୁଦ୍ଧା ଜିଲ୍ଲାରେ ୪୧୪୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୪୩ ଜଣଙ୍କ ଜୀବନ ଯାଇଥିବା ବେଳେ ୨୧୮୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୯୧୭ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୨ କରୋନରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

Related story