ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ଉଦ୍ୟମ: ୧୫୦ ବସ୍ତା ଜବତ

Ordigital Desk
  • Published: Tuesday, 20 June 2017
  • , Updated: 20 June 2017, 01:04 PM IST
<p>ଭଦ୍ରକ: ଭଦ୍ରକରେ ଚୋରା ଚାଲାଣ ବେଳେ ପିଡିଏସ୍ ଚାଉଳ ଜବତ। ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ଚାଉଳ ଚୋରାରେ ଚାଲାଣ ହେଉଥିବା ବେଳେ ପୋଲିସ୍ ୨ଟି ଗାଡି ସହ ୧୫୦ ବସ୍ତା ଚାଉଳ ଜବତ କରିଛି। ଚାଉଳ ଚୋରା ଚାଲାଣ ପରେ ତ୍ରିଶଳପୁରର ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା।</p> <p>[vc_video link=&quot; &quot; align=&quot;center&quot;]</p> <p>ସେଠାରୁ ଦୁଇଟି ଗାଡ଼ିରେ ଚାଉଳ ବୋଝେଇ ହେଉଥିବା ବେଳେ ଚାଉଳକୁ ଜବତ କରାଯାଇଛି। ଭଦ୍ରକ ତହସିଲଦାର, ସିଏସ୍ଓ ଉମା ଶଙ୍କର ପତି ଓ ଗ୍ରାମାଞ୍ଚଳ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ତେବେ ଗାଡ଼ି ଡ୍ରାଇଭର ଓ ଚୋରା ଚାଲାଣକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।</p>

Related story