Advertisment

ମାନସ ହତ୍ୟା ମାମଲାରେ ପୂର୍ବତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ଗିରଫ

ଚାନ୍ଦବାଲି (ବାସୁଦେବ ଦାସ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ନିରଞ୍ଜନ ସେଠୀ ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ନିରଞ୍ଜନ ହେଉଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ। ସେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଡାଇରେକ୍ଟର(ଟେକ୍ନିକାଲ୍‌) ଥିଲେ। ନିରଞ୍ଜନ ସେଠୀଙ୍କ ସହ ରଂଜନ ନାୟକ ନାମକ ଅନ୍ୟଜଣେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି। ଗିରଫ ନେଇ ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେମାନଙ୍କ ମେଡିକାଲ୍‌ ଚେକ୍‌ଅପ୍‌ ପରେ […]

ଅଦ୍ୟତନ ହୋଇଛି
ମାନସ ହତ୍ୟା ମାମଲାରେ ପୂର୍ବତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ଗିରଫ

Niranjan Sethi

Advertisment

ଚାନ୍ଦବାଲି (ବାସୁଦେବ ଦାସ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ନିରଞ୍ଜନ ସେଠୀ ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ନିରଞ୍ଜନ ହେଉଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ। ସେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଡାଇରେକ୍ଟର(ଟେକ୍ନିକାଲ୍‌) ଥିଲେ। ନିରଞ୍ଜନ ସେଠୀଙ୍କ ସହ ରଂଜନ ନାୟକ ନାମକ ଅନ୍ୟଜଣେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି। ଗିରଫ ନେଇ ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେମାନଙ୍କ ମେଡିକାଲ୍‌ ଚେକ୍‌ଅପ୍‌ ପରେ କୋର୍ଟ ଚାଲାଣ କରାଯିବ।

Advertisment

ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡାଙ୍କ କହିବା ଅନୁସାରେ ମାନସ ହତ୍ୟାରେ ନିରଞ୍ଜନ ସେଠୀଙ୍କ ସଂପୂର୍ଣ୍ଣ ଭୂମିକା ରହିଛି। ହତ୍ୟା ଯୋଜନା, ମାଡ଼ ମାରିବା, ଶବ ପୋତିବାରେ ହାତ ରହିଛି। ମାନସକୁ ଅପହରଣ କରିବାକୁ ନିରଞ୍ଜନ ଆସିନଥିଲେ। କିନ୍ତୁ ମାନସଙ୍କୁ ଦୟାଲ ଆଶ୍ରମକୁ ନିଆଗଲା ପରେ, ସେଠି ନିରଞ୍ଜନ ଥିଲେ। ନିରଞ୍ଜନ ମାନସଙ୍କୁ ମାଡ଼ ମାରିଥିବା ପ୍ରମାଣ ମିଳିଛି। ମାନସଙ୍କୁ ହାତରେ ଏବଂ ଘାତକ ଅସ୍ତ୍ରରେ ମାଡ଼ ମରାଯାଇଛି। ଗୋଟିଏ ଚିପ୍‌ ପାଇଁ ଏସବୁ ଘଟଣା ଘଟିଥିବା କହିଲେ ଅତିରିକ୍ତ ଏସ୍‌ପି। ତେବେ ବର୍ତ୍ତମାନ ସୁଦ୍ଧା ଚିପ୍‌ ପୁଲିସ ହାତରେ ଲାଗିନି ବୋଲି କହିଥିଲେ।

ମେମୋରୀ ଚିପ୍‌ରେ ଅଶ୍ଳୀଳ ଭିଡିଓ ଥିଲା କି ପ୍ରଶ୍ନରେ ଅତିରିକ୍ତ ଏସ୍‌ପି କହିଛନ୍ତି, ଏ ସଂପର୍କରେ ଆମ ଅନୁସନ୍ଧାନରେ ସେମିତି କିଛି ମିଳିନି। ତେବେ ଦୟାଲ ଆଶ୍ରମରେ ହିଁ ମାନସଙ୍କୁ ହତ୍ୟା କରାଯାଇଛି ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି।

Advertisment

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ କେଉଁଠି? ଏନେଇ ସୂଚନା ଦେଇ ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା କହିଛନ୍ତି, ଶର୍ମିଷ୍ଠାଙ୍କୁ ଖୋଜା ଚାଲିଛି। ଶର୍ମିଷ୍ଠାଙ୍କ ସହ ତାଙ୍କର ଜଣେ ମହିଳା ସହଯୋଗୀଙ୍କୁ ମଧ୍ୟ ଖୋଜା ଚାଲିଛି। ଘଟଣାରେ ଆମେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିସାରିଲୁଣି। ଏବେ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀଙ୍କୁ ଖୋଜା ଚାଲିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ମାନସ ସ୍ୱାଇଁ ହତ୍ୟା ମାମଲାରେ ପୂର୍ବରୁ ଚାନ୍ଦବାଲି ଥାନା ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ବୋଲେରୋ ଡ୍ରାଇଭର୍‌ ଭାଗ୍ୟଧର ନାୟକ, ରଣପୁର ଥାନା ଧମଡା ଗାଁର ବିବେକ ନାୟକ ଓ ପୁରୁଣା ଭୁବନେଶ୍ୱରର ମୋହରିର କୃଷ୍ଣଚନ୍ଦ୍ର ନାୟକ। ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି। ଏବେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ (ଜଣେ ମହିଳା) ଫେରାର୍ ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଫେବ୍ରୁଆରୀ ୬ ତାରିଖରେ ମାନସ ବାହାଘର ଭିଡିଓ ଶୁଟିଂ କରିବାକୁ ଯାଇଥିଲେ। ତା’ପର ଦିନ ଅର୍ଥାତ ୭ ତାରିଖ ସକାଳେ ଭୁବନେଶ୍ୱର ଫେରୁଥିବା ବେଳେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ମାଡ଼ ମାରି ମାନସଙ୍କୁ ଅପହରଣ କରିନେଇଥିଲେ। ତାଙ୍କୁ ଭୁବନେଶ୍ୱର ଦୟାଲ୍‌ ଆଶ୍ରମ ଆଣି ପ୍ରବଳ ମାଡ଼ ମାରିଥିଲେ। ମାଡ଼ ମାରୁ ମାରୁ ସେଠାରେ ମାନସଙ୍କ ମୃତ୍ୟୁ ଘଟିଥିଲା। ତା’ପରେ ମାନସଙ୍କ ମୃତଦେହକୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟସ୍ଥ ବଧିପାଟଣା ପାହାଡ଼ ତଳେ ପୋତି ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe