Advertisment

ଜଳଖିଆ ଦୋକାନକୁ ଯାଇ ପୁଅ ନିଖୋଜ, ୫ ଦିନ ହେଲା ପତ୍ତା ମିଳୁନି

ଭଦ୍ରକ(ପାର୍ଥ ସାରଥୀ ନାୟକ): “ଗତ ରବିବାରଠୁ ପୁଅର ପତ୍ତା ପାଉନୁ। ବାପାଙ୍କ ଜଳଖିଆ ଦୋକାନକୁ ଯାଉଛି କହି ଘରୁ ଯାଇଛି ଯେ ଆଉ ଘରକୁ ଫେରିନି। କିଏ ମୋ ପୁଅକୁ ଖୋଜି ଆଣ।”  ୫ ଦିନ ହେଲେ ପୁଅର ପତ୍ତା ନ ପାଇ ଏପରି ବିଳାପ କରୁଛନ୍ତି  ଭଦ୍ରକ ଜଗନ୍ନାଥପୁର ଅଞ୍ଚଳର ଆରତୀ ସାହୁ। ରବୀନ୍ଦ୍ର ସାହୁ ଓ ଆରତୀ ସାହୁଙ୍କ ପୁଅ ଜିତେନ୍ଦ୍ର ଅଷ୍ଟମ ଶ୍ରେଣୀରେ ପଢ଼େ। ରବୀନ୍ଦ୍ର ଘର ନିକଟରୁ ଅଳ୍ପ କିଛି ଦୂରରେ […]

ଅଦ୍ୟତନ ହୋଇଛି
ଜଳଖିଆ ଦୋକାନକୁ ଯାଇ ପୁଅ ନିଖୋଜ, ୫ ଦିନ ହେଲା ପତ୍ତା ମିଳୁନି

bha

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): “ଗତ ରବିବାରଠୁ ପୁଅର ପତ୍ତା ପାଉନୁ। ବାପାଙ୍କ ଜଳଖିଆ ଦୋକାନକୁ ଯାଉଛି କହି ଘରୁ ଯାଇଛି ଯେ ଆଉ ଘରକୁ ଫେରିନି। କିଏ ମୋ ପୁଅକୁ ଖୋଜି ଆଣ।”  ୫ ଦିନ ହେଲେ ପୁଅର ପତ୍ତା ନ ପାଇ ଏପରି ବିଳାପ କରୁଛନ୍ତି  ଭଦ୍ରକ ଜଗନ୍ନାଥପୁର ଅଞ୍ଚଳର ଆରତୀ ସାହୁ।

Advertisment

ରବୀନ୍ଦ୍ର ସାହୁ ଓ ଆରତୀ ସାହୁଙ୍କ ପୁଅ ଜିତେନ୍ଦ୍ର ଅଷ୍ଟମ ଶ୍ରେଣୀରେ ପଢ଼େ। ରବୀନ୍ଦ୍ର ଘର ନିକଟରୁ ଅଳ୍ପ କିଛି ଦୂରରେ ଏକ ଜଳଖିଆ ଦୋକାନ କରି ଗୁଜରାଣ ମେଣ୍ଟାନ୍ତି। ଗତ ରବିବାର ଜିତେନ୍ଦ୍ର ବାପାଙ୍କ ଦୋକାନକୁ ଯାଉଛି କହି ସାଇକେଲ ଧରି ଯାଇଥିଲା। ମାତ୍ର ବହୁ ସମୟ ପର୍ଯ୍ୟନ୍ତ ଦୋକାନରେ ପହଞ୍ଚି ନ ଥିଲା। ଏହାପରେ ପରିବାର ଲୋକ ଖୋଜାଖୋଜି କରି ବାଟ ମଝିରୁ ପୁଅର ସାଇକେଲ ପାଇଥିଲେ। ହେଲେ ପୁଅର ପତ୍ତା ମିଳୁନି।

ପୁଅର ଫେରିବା ବାଟକୁ ଚାହିଁ ଚାହିଁ ବାପାମା’ଙ୍କ ଆଖିରୁ ଲୁହ ଶୁଖୁନି । ପିଲାଚୋର ଗୁଜବ ଉଠିବା ପରେ ପରିବାର ଲୋକେ ଆହୁରି ଭୟଭୀତ ହୋଇପଡ଼ିଛନ୍ତି।  ପୁଅକୁ ଫେରି ପାଇବା ପାଇଁ ବାପାମା’ ଦୁହେଁ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପୁଲିସ୍‌ ପୁଅକୁ ଖୋଜି ଆଣିବାର ପ୍ରତିଶ୍ରୁତି ଦେବା ପରେ ଉଭୟ ଧାରଣାରୁ ହଟିଛନ୍ତି ।

Advertisment

ଏ ନେଇ ରବୀନ୍ଦ୍ର କହିଛନ୍ତି,  “ପୁଲିସ୍‌କୁ କହିଲେ ସିସିଟିଭି ଯାଞ୍ଚ କରୁନି। ଯାଞ୍ଚ କଲେ ଜଣାପଡ଼ନ୍ତା ମୋ’ ଛୁଆ କୁଆଡ଼େ ଯାଇଛି।”

ଅଧିକ ପଢ଼ନ୍ତୁ >> ବଲିଉଡ ଫିଲ୍ମ ‘ଏମଏସ ଧୋନୀ’ର କଳାକାରଙ୍କ ଆତ୍ମହତ୍ୟା

ଏନେଇ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭଦ୍ରକ ଯତିନ ପଣ୍ଡା କହିଛନ୍ତି, “ସେ ପିଲାକୁ ଖୋଜିବାକୁ ଉଦ୍ୟମ ଜାରି ରଖିଛୁ। ସେ ପିଲା ପୂର୍ବରୁ ଥରେ ଘରୁ ପଳାଇଥିବା ବେଳେ ପୁଲିସ୍‌ ଖୋଜି ଆଣିଥିଲା। ଏଥର ବି ଆମେ ତାକୁ ଖୋଜିବାକୁ ଚେଷ୍ଟା ଜାରି ରଖିଛୁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe