Advertisment

ଶ୍ରମିକଙ୍କ ମୃତ୍ୟୁ ପରେ ଫେକର ପରିସରରେ ବଢ଼ିଲା ୧୪୪ ଧାରା ଅବଧି

ପୂର୍ବରୁ ମଧ୍ୟ ସ୍ଥିତିକୁ ନଜରରେ ରଖି ଫେକର ପରିସରରେ ୧୪୪ ଧାରାକୁ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Bhadrak

Bhadrak

ଭଦ୍ରକ ଜିଲ୍ଲା ରାନ୍ଦିଆ ସ୍ଥିତ ଫେକର ପରିସର ରେ ୧୪୪ ଅବଧିକୁ ପୁଣି ବୃଦ୍ଧି କରାଯାଇଛି। ମୁମ୍ବାଇରେ ଚିକିତ୍ସାଧୀନ ଥିବା ଜଣେ ଶ୍ରମିକଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ପରେ କୌଣସି ଉତ୍ତେଜନା ମୂଳକ ପରିସ୍ଥିତି ଘଟିବା ଆଶଙ୍କାରେ ୧୪୪ ଧାରା ବୃଦ୍ଧି କରାଯାଇଛି। ଆସନ୍ତା ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରାକୁ ବୃଦ୍ଧି କରାଯାଇଛି।।

Advertisment

ପୂର୍ବରୁ ମଧ୍ୟ ସ୍ଥିତିକୁ ନଜରରେ ରଖି ୧୪୪ ଧାରାକୁ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେବେ ଆଜିଠାରୁ ଦୁଇ ଦିନ ପାଇଁ ପୁଣିଥରେ ଏହି ଅବଧି ବୃଦ୍ଧି କରାଯାଇଛି। ପ୍ରଥମ ଥର ପାଇଁ ଗତ ୧୨ ତାରିଖ ସକାଳ ୬ଟାରୁ ୧୪ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଥିଲା।

୧୧ ତାରିଖ ଦିନ ବେଦାନ୍ତ ଫେକର କମ୍ପାନିର ଫର୍ନେସରେ ଚାର୍ଜିଂ କାର୍ ଅପରେଟର ଭାବେ କାମ କରୁଥିବା ବରପଦା ଅଞ୍ଚଳର ବିଜୟ ମହାପାତ୍ର ଓ ରାନ୍ଦିଆ କୋରଣ୍ଟ ଅଞ୍ଚଳର ରତିକାନ୍ତ ସୂତାର କାମ କରୁଥିବା ସମୟରେ ନିଆଁପୋଡ଼ି ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ୧୨ ତାରିଖରେ ଗ୍ରୀନ୍‌ କରିଡରରେ ଭୁବନେଶ୍ୱର ଏୟାରପୋର୍ଟକୁ ନିଆଯାଇ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ରତିକାନ୍ତ ସୂତାରଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରସାରିତ ହେବା ପରେ କୌଣସି ଉତ୍ତେଜନା ପରିସ୍ଥିତି ଘଟିବା ନେଇ ଆଜିଠୁ ୧୯ ତାରିଖ ପର୍ଯ୍ୟନ୍ତ ୧୪୪ ଧାରାକୁ ବୃଦ୍ଧି କରାଯାଇଛି। ଏହାସହ ଫେକର ଗେଟ୍‌ ସମ୍ମୁଖରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

Advertisment

ପୂର୍ବରୁ ଗତ ମାର୍ଚ୍ଚ ୨୩ ତାରିଖରେ ମଧ୍ୟ ବେଦାନ୍ତ ଫେକର ପରିସରରେ ଚାର୍ଜିଂ କାର୍‌ ଅପେରେଟର ଵିଶ୍ଵଜିତ ଵିଶ୍ୱାଳଙ୍କ ମୃତ୍ୟୁପରେ ବେଦାନ୍ତ ଫେକର ସମ୍ମୁଖରେ ଭଙ୍ଗାରୁଜା କରିବା ଶ୍ରମିକମାନେ ଆନ୍ଦୋଳନ କରିଥିଲେ। ଅଳ୍ପ ଦିନ ବ୍ୟବଧାନରେ ପୁଣି ଥରେ ସମାନ ଘଟଣା ଘଟିଥିବାରୁଏହାକୁ ଦୃଷ୍ଟିରେ ପୁଲିସ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Odisha Police Bhadrak Vedanta-Facor