Advertisment

କ’ଣ ରହିବ ମନମୋହନ ସାମଲଙ୍କ ପାଇଁ ଚ୍ୟାଲେଞ୍ଜ?

କୁହାଯାଉଛି ଆଭିମୁଖ୍ୟରେ ଆଗ୍ରେସିଭ୍‌, ବିଜେଡି ସରକାରର କଟ୍ଟର ବିରୋଧୀ, ଉପକୂଳ ଓଡ଼ିଶାର ସବୁଠୁ ଅଭିଜ୍ଞ ନେତା, ତୃଣମୂଳ ସ୍ତରର କର୍ମୀଙ୍କ ସହ ଯୋଡ଼ି ହୋଇ ରହିବା, ପଛୁଆ ବର୍ଗର ପ୍ରତିନିଧିତ୍ୱ, ବଡ଼ କଥା ହେଲା ନୂଆ-ପୁରୁଣା ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରି ଚାଲିବାର କଳା ମନମୋହନଙ୍କୁ ଜଣା।

ଅଦ୍ୟତନ ହୋଇଛି
Manmohan Samal

Manmohan Samal

Advertisment

୨୦୨୪ ମସିହାରେ ହେବ ସାଧାରଣ ନିର୍ବାଚନ। ତା’ ପୂର୍ବରୁ ବଦଳିଲେ ରାଜ୍ୟ ବିଜେପି ସଭାପତି। ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନ ସାମଲ ହେଲେ ନୂଆ ବିଜେପି ମୁଖିଆ। ବରିଷ୍ଠ ନେତା ମନମୋହନ ଙ୍କ ଉପରେ ପୁଣି ଥରେ ଭରସା କଲା ବିଜେପି। ତେବେ କାହିଁକି ମନମୋହନଙ୍କ ଉପରେ ଆସ୍ଥା ପ୍ରକଟ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା? କୁହାଯାଉଛି ଆଭିମୁଖ୍ୟରେ ଆଗ୍ରେସିଭ୍‌, ବିଜେଡି ସରକାରର କଟ୍ଟର ବିରୋଧୀ, ଉପକୂଳ ଓଡ଼ିଶାର ସବୁଠୁ ଅଭିଜ୍ଞ ନେତା, ତୃଣମୂଳ ସ୍ତରର କର୍ମୀଙ୍କ ସହ ଯୋଡ଼ି ହୋଇ ରହିବା, ପଛୁଆ ବର୍ଗର ପ୍ରତିନିଧିତ୍ୱ, ବଡ଼ କଥା ହେଲା ନୂଆ-ପୁରୁଣା ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରି ଚାଲିବାର କଳା ମନମୋହନଙ୍କୁ ଜଣା। ତେଣୁ ତାଙ୍କୁ ମଙ୍ଗୁଆଳ କରିବାରେ ସହାୟକ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ମାସ ତଳେ ଧାମନଗର ଉପନିର୍ବାଚନରେ ମନମୋହନଙ୍କ ଷ୍ଟ୍ରାଟେଜିରେ ମାତ ଖାଇଥିଲା ବିଜେଡି।

Advertisment

ତେବେ ୨୦୨୪ ସାଧାରଣ ନିର୍ବାଚନରେ ମନମୋହନଙ୍କ ଆଗରେ ରହିବ ୫ ବଡ଼ ଚ୍ୟାଲେଞ୍ଜ୍।

ଚ୍ୟାଲେଞ୍ଜ ୧: ନିର୍ବାଚନ ପୂର୍ବରୁ ଦଳରେ କୋଣଠେସା ନେତାଙ୍କୁ ଏକାଠି କରି ଲଢ଼ିବା।

ଚ୍ୟାଲେଞ୍ଜ ୨: ବୁଥ୍‌, ଶକ୍ତିକେନ୍ଦ୍ର ଓ ମଣ୍ଡଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବା।

ଚ୍ୟାଲେଞ୍ଜ ୩: ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ମାହୋଲ ବନାଇବା।

Advertisment

ଚ୍ୟାଲେଞ୍ଜ ୪: ମୋଦି ସରକାରଙ୍କ ଯୋଜନାକୁ ସଫଳତାର ସହ ଲୋକଙ୍କ ପାଖରେ ପହଞ୍ଚାଇବା।

ଚ୍ୟାଲେଞ୍ଜ ୫: ଉପକୂଳ ଓଡ଼ିଶାରେ ଶଙ୍ଖକୁ ମାତ ଦେଇ ଅଧିକରୁ ଅଧିକ ପଦ୍ମ ଫୁଟାଇବା।

୨୦୨୪ରେ କ୍ଷମତା ଦଖଲ ପାଇଁ ବିଜେପି ଫୋକସରେ ରହିଛି ଓଡ଼ିଶା। ଡି. ପୁରନ୍ଦେଶ୍ୱରୀ ରାଜ୍ୟ ବିଜେପି ପ୍ରଭାରୀ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦଳର ବଡ଼ ରଣନୀତିକାର କୁହାଯାଉଥିବା ସୁନିଲ ବଂଶଲଙ୍କୁ କ୍ଷେତ୍ରୀୟ ପ୍ରଭାରୀ କରାଗଲା। ସେହିପରି ପ୍ରଦୀପ୍ତ ନାୟକଙ୍କ ସ୍ଥାନରେ ଅଭିଜ୍ଞ ଜୟ ନାରାୟଣ ମିଶ୍ରଙ୍କୁ ଦିଆଗଲା ବିରୋଧୀ ଦଳ ନେତା ପଦବି। ଏବେ ପୁଣି ସମୀରଙ୍କ ସ୍ଥାନରେ ମନମୋହନଙ୍କୁ ସଭାପତି ଦାୟିତ୍ୱ ଦେଇ ନିର୍ବାଚନ ପୂର୍ବରୁ ଦଳ ନିଜର ଷ୍ଟ୍ରାଟେଜି ଏକ ପ୍ରକାର ସ୍ପଷ୍ଟ କରିଛି। ବଂଶଲ-ଜୟନାରାୟଣ-ମନମୋହନ ଏହି ତିନି ନେତାଙ୍କ ନେତୃତ୍ୱରେ ଦଳ ମୈଦାନକୁ ଓହ୍ଲାଇବ ବୋଲି କୁହାଯାଉଛି। ହେଲେ ବିଜେଡି କହିଛି ସଭାପତି ପରିବର୍ତ୍ତନ ହେଲେ କିଛି ପ୍ରଭାବ ପଡ଼ିବ ନାହିଁ।

ଏବିଭିପି ଓ RSS ବ୍ୟାକଗ୍ରାଉଣ୍ଡରୁ ଆସିଥିବା ମନମୋହନ ୧୯୯୯ରୁ ୨୦୦୦ ଓ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ବେଶ ସଫଳତାର ସହ ତୁଲାଇଥିଲେ। ତାଙ୍କ ସମୟରେ ବିଜେପି-ବିଜେଡି ମେଣ୍ଟ କରି ଲଢ଼ିବା ସହ ଓଡ଼ିଶାରେ କ୍ଷମତାକୁ ଆସିଥିଲା। ୨୦୦୦ ମସିହାରେ ରାଜ୍ୟସଭାକୁ ଯାଇଥିଲେ ମନମୋହନ। ଆଉ ୨୦୦୪ ମସିହାରେ ବିଧାୟକ ହୋଇ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ। ଏଭଳି ଜଣେ ଅଭିଜ୍ଞ ନେତାଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା। ଦେଖିବାର କଥା ମନମୋହନ ରାଜ୍ୟ ବିଜେପିକୁ କିଭଲି ନୂଆ ଦିଶା ଦେଉଛନ୍ତି।

Bjp State Bjp Odisha Politics Bhadrak News Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe