ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା

ପୁରୀ(ମଧୁ ସୁଦନ ମିଶ୍ର): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା। ପରମ୍ପରା ମୁତାବକ ଆଜି ଚକ ଓ ଅଖ ସଂଯୋଗ କରାଯିବ।

ସେହିପରି ପହି ଓ ଅଖରେ ଫାଟଥିବା ଜଣାପଡ଼ିବା ପରେ ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ଜୋରସୋରରେ ଲାଗିଛନ୍ତି ବିଶ୍ୱକର୍ମା ମହାରଣା। ଶ୍ରୀକ୍ଷେତ୍ରରେ ରଥ ନିର୍ମାଣରେ ବିଭ୍ରାଟ ଘଟଣାରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଫାଟଥିବା ପହିକୁ ବଦଳାଯାଇ ନୂଆ ପହି ଲଗାଯାଇଛି। ଏଥିସହ ନନ୍ଦିଘୋଷ ଓ ତାଳଧ୍ୱଜର ଫାଟ ଥିବା ଅଖ କାଠକୁ ମଧ୍ୟ ବଦଳାଯାଉଛି। ତିନି ରଥର ମୋଟ୍ ୪୨ଟି ଚକ ପାଇଁ ୧୬୮ଟି ପହିର ଆବଶ୍ୟକତା ରହିଛି। ଆଗକୁ ଆହୁରି ୩୬ଟି ଚକ ଓ ୧୮ଟି ଅଖ ନିର୍ମାଣ ହେବ। ଯଦି ଏଭଳି ପହିରେ ଫାଟ ସୃଷ୍ଟି ହେବ କିମ୍ବା ଅଖ ଦୁର୍ବଳ ବାହାରିବ ତାହାଲେ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିବାର ଆଶଙ୍କା ରହିଛି।

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।