ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ସ୍ଥାନ ପାଇବାକୁ ଭିତରକନିକା ଅଭୟାରଣ୍ୟ ମନୋନୀତ

କେନ୍ଦ୍ରାପଡ଼ା: ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ସ୍ଥାନ ପାଇବାକୁ ମନୋନୀତ ହୋଇଛି ଭିତରକନିକା ଅଭୟାରଣ୍ୟ। ସମଗ୍ର ବିଶ୍ୱରୁ ମନୋନୀତ ହୋଇଥିବା ୯ଟି ଇ‌କୋ ସାଇଟ୍‌ ମଧ୍ୟରେ ରହିଛି ଭିତରକନିକାର ନାଁ।  ଇଣ୍ଟରନ୍ୟାସନାଲ୍ ୟୁନିୟନ୍ ଫର୍‌ କନଜରଭେସନ୍ ଅଫ୍‌ ନେଚରର ୫ ଜଣିଆ ପ୍ରତିନିଧି ଦଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି  ନିଆଯାଇଛି। ଆଜି ଏକ ୬ ଜଣିଆ ପରିବେଶ ବିଶେଷଜ୍ଞ ଟିମ୍ ଭିତରକନିକା ପରିଦର୍ଶନ ଯାଇଛି ଏହାର ଜୈବ ବିବିଧତା ଉପରେ ଅନୁଧ୍ୟାନ […]

bhitarkanika

Rakesh Mallick
  • Published: Friday, 04 November 2016
  • , Updated: 04 November 2016, 12:04 PM IST

କେନ୍ଦ୍ରାପଡ଼ା: ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ସ୍ଥାନ ପାଇବାକୁ ମନୋନୀତ ହୋଇଛି ଭିତରକନିକା ଅଭୟାରଣ୍ୟ। ସମଗ୍ର ବିଶ୍ୱରୁ ମନୋନୀତ ହୋଇଥିବା ୯ଟି ଇ‌କୋ ସାଇଟ୍‌ ମଧ୍ୟରେ ରହିଛି ଭିତରକନିକାର ନାଁ।  ଇଣ୍ଟରନ୍ୟାସନାଲ୍ ୟୁନିୟନ୍ ଫର୍‌ କନଜରଭେସନ୍ ଅଫ୍‌ ନେଚରର ୫ ଜଣିଆ ପ୍ରତିନିଧି ଦଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି  ନିଆଯାଇଛି।

ଆଜି ଏକ ୬ ଜଣିଆ ପରିବେଶ ବିଶେଷଜ୍ଞ ଟିମ୍ ଭିତରକନିକା ପରିଦର୍ଶନ ଯାଇଛି ଏହାର ଜୈବ ବିବିଧତା ଉପରେ ଅନୁଧ୍ୟାନ କରିବା ପାଇଁ। ବନ୍ୟପ୍ରାଣୀଙ୍କ ସୁରକ୍ଷା, ସଂରକ୍ଷଣ ଓ ବଂଶବୃଦ୍ଧି ଭଳି ପ୍ରସଙ୍ଗ ଓ ଏଥିରେ ସ୍ଥାନୀୟ ଲୋକଙ୍କ ଭାଗିଦାରୀ ସଂପର୍କରେ ଏହି ଟିମ୍‌ ଅନୁଧ୍ୟାନ କରିବ।

୧୯୬୧ ମସିହାରେ ଭିତରକନିକାକୁ ସଂରକ୍ଷିତ ଜଙ୍ଗଲରେ ଘୋଷଣା କରାଯାଇଥିଲା। ୧୯୯୮ରେ ଏହାର ୧୪୫ କିଲୋମିଟର ଅଞ୍ଚଳ ଜାତୀୟ ଉଦ୍ୟାନ ମାନ୍ୟତା ପାଇଥିଲା।

Related story