ଭୁବନେଶ୍ୱର: ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ରେଣ୍ଟାଲ ହାଇସ୍କୁଲ ନିକଟରେ ଏକ ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର ହୋଇଛି। ଯୁବକର ମୁହଁକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡିଛି। ନୟାପଲ୍ଲୀ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି। ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବା ନେଇ ପୋଲିସକୁ ସୂଚନା ଦେଇଥିଲେ। ତେବେ କେଉଁ କାରଣ ପାଇଁ ଏହି […]

bhubanaswer

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 02:57 AM IST

ଭୁବନେଶ୍ୱର: ଭୁବନେଶ୍ୱର ରେଣ୍ଟାଲ ହାଇସ୍କୁଲ ନିକଟରେ ଏକ ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର ହୋଇଛି। ଯୁବକର ମୁହଁକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡିଛି। ନୟାପଲ୍ଲୀ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।

ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି। ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବା ନେଇ ପୋଲିସକୁ ସୂଚନା ଦେଇଥିଲେ। ତେବେ କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ହୋଇଛି ତାକୁ ନେଇ ପୋଲିସ ତନାଘନା ଜାରି ରଖିଛି। ମୃତ ଯୁବକଙ୍କ ପରିଚୟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରେ ବୋଲି ପୋଲିସ ସୂଚନା ଦେଇଛି।

Related story