ଭୁବନେଶ୍ୱର: ଏଲ୍-ନିନୋ ପ୍ରଭାବ, ଲଘୁଚାପ ସୃଷ୍ଟିରେ ହେଉଛି ବାଧା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଉପରେ ଏଲ୍-ନିନୋର ପ୍ରଭାବ ପଡ଼ିଛି। ଜୁନ ପହିଲାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱଭାବିକଠାରୁ ୫ପ୍ରତିଶତ କମ୍ ବର୍ଷା ହୋଇଛି। ରାଜ୍ୟର ୭ଟି ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଜୁଲାଇ ମାସରେ ବଙ୍ଗୋପସାଗରରେ ଯେଭଳି ଲଘୁଚାପ ସୃଷ୍ଟି ହେବା କଥା ତାହା ହୋଇନାହିଁ। ତେଣୁ ବୃଷ୍ଟିପାତ ହାର କମ୍ ରହିଛି। ପାଣିପାଗ ବିଭାଗର ମଡେ଼ଲ ଅନୁଯାୟୀ ଓଡ଼ିଶାରେ ଜୁଲାଇ ୨୦ସୁଦ୍ଧା ୪୨୬ ମିଲିମିଟର ମୌସୁମୀ ବର୍ଷା ହେବାକୁଥିବାବେଳେ […]

bhubanaswer

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 02:46 AM IST

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଉପରେ ଏଲ୍-ନିନୋର ପ୍ରଭାବ ପଡ଼ିଛି। ଜୁନ ପହିଲାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱଭାବିକଠାରୁ ୫ପ୍ରତିଶତ କମ୍ ବର୍ଷା ହୋଇଛି। ରାଜ୍ୟର ୭ଟି ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଜୁଲାଇ ମାସରେ ବଙ୍ଗୋପସାଗରରେ ଯେଭଳି ଲଘୁଚାପ ସୃଷ୍ଟି ହେବା କଥା ତାହା ହୋଇନାହିଁ। ତେଣୁ ବୃଷ୍ଟିପାତ ହାର କମ୍ ରହିଛି। ପାଣିପାଗ ବିଭାଗର ମଡେ଼ଲ ଅନୁଯାୟୀ ଓଡ଼ିଶାରେ ଜୁଲାଇ ୨୦ସୁଦ୍ଧା ୪୨୬ ମିଲିମିଟର ମୌସୁମୀ ବର୍ଷା ହେବାକୁଥିବାବେଳେ ୪୦୫ ମିଲିମିଟର ବର୍ଷା ହୋଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ବୋଲି ସତର୍କତା ଜାରି କରାଯାଇଛି। ଗତ ୨୪ଘଣ୍ଟା ଭିତରେ ବେତନଟିରେ ସର୍ବାଧିକ ୧୫୧ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି।

Related story