Advertisment

‘ଜବାବ ଚାହୁଁଛନ୍ତି ରାଜଧାନୀବାସୀ, ତଦନ୍ତ ନ ହେଲେ ସପ୍ତାହେ ପରେ ମନେ ପକେଇବି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ଅବିଚାରକୁ ଭୁଲି ପାରୁ ନାହାନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଗତକାଲି ରାଜଧାନୀ ପ୍ରତିଷ୍ଠା ଦିବସରେ ଆୟୋଜିତ କାର୍ଯ୍ୟକ୍ରମକୁ ଖୋଦ ସାଂସଦଙ୍କୁ ଡକାଯାଇ ନ ଥିଲା। ଏହାକୁ ନେଇ ସାଂସଦ  ରାଜ୍ୟ ସରକାରଙ୍କ ଉପରେ ଅଭିମାନ କରି ଗତକାଲି ଟ୍ୱିଟ କରି ମୋର ଭୁଲ୍‌ କ’ଣ ବୋଲି ପଚାରିଥିଲେ। ଏହାପରେ ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ଆଜି ପୁଣିଥରେ ଟ୍ୱିଟ […]

ଅଦ୍ୟତନ ହୋଇଛି
‘ଜବାବ ଚାହୁଁଛନ୍ତି ରାଜଧାନୀବାସୀ, ତଦନ୍ତ ନ ହେଲେ ସପ୍ତାହେ ପରେ ମନେ ପକେଇବି’

Aparajita-Sarangi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ଅବିଚାରକୁ ଭୁଲି ପାରୁ ନାହାନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଗତକାଲି ରାଜଧାନୀ ପ୍ରତିଷ୍ଠା ଦିବସରେ ଆୟୋଜିତ କାର୍ଯ୍ୟକ୍ରମକୁ ଖୋଦ ସାଂସଦଙ୍କୁ ଡକାଯାଇ ନ ଥିଲା। ଏହାକୁ ନେଇ ସାଂସଦ  ରାଜ୍ୟ ସରକାରଙ୍କ ଉପରେ ଅଭିମାନ କରି ଗତକାଲି ଟ୍ୱିଟ କରି ମୋର ଭୁଲ୍‌ କ’ଣ ବୋଲି ପଚାରିଥିଲେ। ଏହାପରେ ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ଆଜି ପୁଣିଥରେ ଟ୍ୱିଟ କରି ରାଜଧାନୀବାସୀ ସରକାରଙ୍କ ଜବାବକୁ ଅପେକ୍ଷା କରିଛନ୍ତି,  ଯଦି ତଦନ୍ତ ନ ହୁଏ ତେବେ ସପ୍ତାହେ ପରେ ପୁଣି ଥରେ ମନେ ପକେଇବି ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ରାଜ୍ୟ ସରକାରଙ୍କ ଆଗ ଧାଡ଼ିର ମନ୍ତ୍ରୀ, ଅଫିସର ଅନୁଧ୍ୟାନ ହେବ ବୋଲି କହି ଘଟଣାକୁ ଚାପି ଦେବାକୁ ଉଦ୍ୟମ ଚଳାଇଥିବା ବେଳେ ନିଜ ପ୍ରତି ହୋଇଥିବା ଅପମାନକୁ କିନ୍ତୁ ସହଜେ ଭୁଲିବା ମୁଡରେ ନାହାନ୍ତି  ସାଂସଦ ଅପରାଜିତା ଷଡଙ୍ଗୀ।

Advertisment

ଗତକାଲି ରାଜଧାନୀର ପ୍ରତିଷ୍ଠା ଦିବସ ଅବସରରେ ଟ୍ୱିଟ କରି ନିଜ ମନର ବ୍ୟଥା ଜଣାଇଥିବା ସାଂସଦ ଅପରାଜିତା ମହାନ୍ତି ଆଜି ପୁଣି ଥରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଟ୍ୱିଟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଗତକାଲି ଲେଖିଥିବା ଚିଠିକୁ ଦର୍ଶାଇ ତୁରନ୍ତ ଏହି ଘଟଣାର ତଦନ୍ତ କରାଯିବ ବୋଲି ଆଶା ରଖିଥିବା ଉଲ୍ଲେଖ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ସାଂସଦ  ଉଲ୍ଲେଖ କରିଥିଲେ, ଭୁବନେଶ୍ୱରରୁ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ରାଜଧାନୀ ପ୍ରତିଷ୍ଠା ଦିବସକୁ ନିମନ୍ତ୍ରିତ ହେବା ତାଙ୍କର ଅଧିକାର। ତାଙ୍କୁ କାହିଁକି ଏଥିରୁ ବାଦ୍ ଦିଆଗଲା? ତା’ର ଏକ ବିଧିବଦ୍ଧ ତଦନ୍ତ ଆବଶ୍ୟକ। ସାଂସଦଙ୍କୁ ଡକା ନଯିବା ପଛରେ କେଉଁ ବ୍ୟକ୍ତି ଉତ୍ତରଦାୟୀ? ତାକୁ ତଦନ୍ତ କରି ବାହାର କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କଠାରୁ ଚିଠିର ପ୍ରତ୍ୟୁତ୍ତର ମଧ୍ୟ ଆଶା କରିଛନ୍ତି। କାରଣ ତାଙ୍କୁ ଭୋଟ୍‌ ଦେଇଥିବା ଭୁବନେଶ୍ୱରବାସୀ ଏହାର କାରଣ ଜାଣିବାକୁ ଚାହୁଁଛନ୍ତି ବୋଲି ନିଜ ଚିଠିରେ ଉଲ୍ଲେଖ କରିଥିଲେ ଅପରାଜିତା ।

Advertisment

ସେପଟେ ଅପରାଜିତାଙ୍କୁ ନିମନ୍ତ୍ରଣ କରା ନ ଯିବା ଘଟଣାରେ ଆଜି ପ୍ରତିକ୍ରିୟା ରଖିଛନ୍ତି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ। କ’ଣ ହେଇଛି, କାହିଁକି ହେଇଛି ସେ ନେଇ ଅନୁଧ୍ୟାନ ହେବ ବୋଲି କହିଛନ୍ତି। ଅନେକ ସମୟରେ ବରପୁତ୍ରଙ୍କ ପୁଣ୍ୟତିଥିରେ ନିମନ୍ତ୍ରଣ କଲେ ବି ଅତିଥି ଆସୁନାହାନ୍ତି। ତେଣୁ କ’ଣ ହେଇଛି ବୁଝିବା, ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ରଘୁନନ୍ଦନ ଦାସ।

ସୂଚନାଯୋଗ୍ୟ, ଗତକାଲି ରାଜଧାନୀ ପ୍ରତିଷ୍ଠା ଦିବସକୁ ରାଜ୍ୟ ସରକାରଙ୍କ ତରଫରୁ ବେଶ୍‌ ଜାକଜମକରେ ପାଳନ କରାଯାଇଥିବା ବେଳେ ଭୁବନେଶ୍ୱର ସାଂସଦଙ୍କୁ କିନ୍ତୁ ମିଳି ନ ଥିଲା ନିମନ୍ତ୍ରଣ। ଯାହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ଟ୍ୱିଟ୍ କରି ଅସନ୍ତୋଷ ଝାଡ଼ିଥିଲେ ଅପରାଜିତା। ଟ୍ୱିଟ୍‌ କରି ସେ କହିଥିଲେ, ମୋତେ ଛାଡ଼ି ପ୍ରାୟ ସମସ୍ତଙ୍କୁ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଥିଲା। ଏହି ମହାନ ଦିବସ ଅବସରରେ ମୁଁ ଉତ୍ସବରେ ଯୋଗ ଦେବାକୁ ଚାହୁଁଥିଲି। ହେଲେ ମୋତେ କାହିଁକି ନିମନ୍ତ୍ରଣ କରାଗଲାନି? ମୋର ଦୋଷ କ’ଣ ବୋଲି ପ୍ରଶ୍ନ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Aparajita Sarangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe