/odisha-reporter/media/post_attachments/uploads/2021/07/bhubaneswar-1.jpg)
bhubaneswar
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉ ଏକ ପୁରସ୍କାର । କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଏହି ପୁରସ୍କାର ହାତେଇଛି ଭୁବନେଶ୍ୱର ।
ଏହି ପ୍ରତିଯୋଗିତାରେ ଦେଶର ୧୦୦ଟି ସ୍ମାର୍ଟ ସିଟି ଓ ସବୁ ରାଜ୍ୟର ରାଜଧାନୀ ଅଂଶଗ୍ରହଣ କରିଥିଲେ । ଏଥିରେ ଦେଶର ପ୍ରଥମ ୧୧ଟି ସ୍ମାର୍ଟ ସିଟି ମଧ୍ୟରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି । ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟିକୁ ୧ କୋଟି ଟଙ୍କାର ଆର୍ଥିକ ରାଶି ପୁରସ୍କାର ସ୍ୱରୂପ ମିଳିବ । ସ୍ମାର୍ଟ ସିଟି ଭୁବନେଶ୍ୱର ପକ୍ଷରୁ ଏହି ସଫଳତା ପାଇଁ ଭୁବନେଶ୍ୱର ବାସିନ୍ଦାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଚଳିତ ବର୍ଷ ଜୁନ ୨୫ରେ ସ୍ମାର୍ଟ ସିଟି ଭୁବନେଶ୍ୱର ୨ ଟି ପୁରସ୍କାର ଜିତିଥିଲା ।
ସୂଚନାଯୋଗ୍ୟ, ଭାରତ ସରକାରଙ୍କ ପକ୍ଷରୁ ଗତ ମାସ ପ୍ରକାଶିତ ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ ୨୦୨୦ର ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଥିଲା। ଏଥିରେ ୨ଟି ପୁରସ୍କାର ହାତେଇଥିଲା ଭୁବନେଶ୍ୱର । ସୋଶାଲ ସ୍ମାର୍ଟ ଭୁବନେଶ୍ୱର ଓ ମୋ ଭୁବନେଶ୍ୱର ପୋର୍ଟାଲ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଏହି ପୁରସ୍କାର ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
