ପୁଣି ଏକ ପୁରସ୍କାର ହାତେଇଲା ଭୁବନେଶ୍ୱର, ପାଇବ କୋଟିଏ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉ ଏକ ପୁରସ୍କାର । କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଏହି ପୁରସ୍କାର ହାତେଇଛି  ଭୁବନେଶ୍ୱର । ଏହି ପ୍ରତିଯୋଗିତାରେ ଦେଶର ୧୦୦ଟି ସ୍ମାର୍ଟ ସିଟି ଓ ସବୁ ରାଜ୍ୟର ରାଜଧାନୀ ଅଂଶଗ୍ରହଣ କରିଥିଲେ  । ଏଥିରେ ଦେଶର ପ୍ରଥମ ୧୧ଟି ସ୍ମାର୍ଟ ସିଟି ମଧ୍ୟରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି । ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ […]

bhubaneswar

Niharika Rout
  • Published: Thursday, 29 July 2021
  • , Updated: 29 July 2021, 01:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉ ଏକ ପୁରସ୍କାର । କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଏହି ପୁରସ୍କାର ହାତେଇଛି  ଭୁବନେଶ୍ୱର ।

ଏହି ପ୍ରତିଯୋଗିତାରେ ଦେଶର ୧୦୦ଟି ସ୍ମାର୍ଟ ସିଟି ଓ ସବୁ ରାଜ୍ୟର ରାଜଧାନୀ ଅଂଶଗ୍ରହଣ କରିଥିଲେ  । ଏଥିରେ ଦେଶର ପ୍ରଥମ ୧୧ଟି ସ୍ମାର୍ଟ ସିଟି ମଧ୍ୟରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି । ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟିକୁ ୧ କୋଟି ଟଙ୍କାର ଆର୍ଥିକ ରାଶି ପୁରସ୍କାର ସ୍ୱରୂପ ମିଳିବ । ସ୍ମାର୍ଟ ସିଟି ଭୁବନେଶ୍ୱର ପକ୍ଷରୁ ଏହି ସଫଳତା ପାଇଁ ଭୁବନେଶ୍ୱର ବାସିନ୍ଦାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି  । ଚଳିତ ବର୍ଷ ଜୁନ ୨୫ରେ ସ୍ମାର୍ଟ ସିଟି ଭୁବନେଶ୍ୱର ୨ ଟି ପୁରସ୍କାର ଜିତିଥିଲା  ।

ସୂଚନାଯୋଗ୍ୟ, ଭାରତ ସରକାରଙ୍କ ପକ୍ଷରୁ ଗତ ମାସ ପ୍ରକାଶିତ ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ ୨୦୨୦ର ପ୍ରତିଯୋଗିତାର  ଫଳାଫଳ ପ୍ରକାଶ ପାଇଥିଲା। ଏଥିରେ   ୨ଟି ପୁରସ୍କାର ହାତେଇଥିଲା ଭୁବନେଶ୍ୱର । ସୋଶାଲ ସ୍ମାର୍ଟ ଭୁବନେଶ୍ୱର ଓ ମୋ ଭୁବନେଶ୍ୱର ପୋର୍ଟାଲ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଏହି ପୁରସ୍କାର ମିଳିଥିଲା।

Related story