/odisha-reporter/media/post_attachments/uploads/2022/04/aaww.jpg)
mp
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିନାଶରୁ ନୂଆ ଇନିସଂ ଆରମ୍ଭ କରୁଛି ବିଏମସିର ନୂଆ ମହାନଗର ନିଗମ । ସକାରାତ୍ମକ ମନୋବୃତ୍ତି ଛାଡ଼ି ଆପଣାଉଛି ନକରାତ୍ମକ ଚିନ୍ତାଧାରା। ଭୁବନେଶ୍ୱର ଝାରପଡା ହାଟଭଙ୍ଗା ଘଟଣାପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟି ଗଣମାଧ୍ୟମ ଆଗରେ ଏପରି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ବିଏମ୍ସିକୁ ଟାର୍ଗେଟ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ୪୩୦ ଲୋକଙ୍କୁ ରାତାରାତି ବାସଚ୍ୟୁତ କରାଗଲା। ସେମାନେ ଜୀବୀକା ହରାଇଲେ। ଭୁବନେଶ୍ୱର ବିକାଶ ହେଉ, ସୁନ୍ଦର ଦେଖାଯାଉ ଏହା ସମସ୍ତଙ୍କ ଦାୟିତ୍ୱ, କର୍ତ୍ତବ୍ୟ। କିନ୍ତୁ ବିକାଶ, ସୌନ୍ଦର୍ଯ୍ୟକରଣ କଥା ଉଠିଲେ ଲୋକଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା କଥା। ନୂଆ ମହାନଗର ନିଗମ ଆସିଛି। ସକରାତ୍ମକ ବିଚାରଧାରା ନେଇ କାମ କରିବା କଥା। ଆମେ ସମର୍ଥନ କରିବାକୁ ପ୍ରସ୍ତୁତ ।
[caption id="attachment_726718" align="aligncenter" width="650"]
କ୍ଷତିଗ୍ରସ୍ତ ଜଶେ ମହିଳାଙ୍କୁ ଆଶ୍ୱାସନା ଦେଉଛନ୍ତି ସାଂସଦ ।[/caption]
ମାର୍କେଟ ବିଲ୍ଡିଂ ନାଁରେ ରାତାରାତି ଝାରପଡା ହାଟରୁ ଯେଉଁମାନଙ୍କୁ ହଟାଗଲା, ମାର୍କେଟ ବିଲ୍ଡିଂ ହେଲେ ସେମାନଙ୍କୁ ପ୍ରଥମେ ଥଇଥାନ କରାଯିବା ଆବଶ୍ୟକ । ୪୩୦ ଉଠା ଦୋକାନୀ ଏବେ ଜୀବୀକା ହରାଇଥିବା ବେଳେ ଆସନ୍ତା ୭ ଦିନ ଭିତରେ ସେମାନଙ୍କୁ ବିକଳ୍ପ ଜାଗା ଦେଖାନ୍ତୁ । ଆମେ ସେ ଜାଗା ଦେଖିବୁ । ହେଲେ ଏପରି ଜାଗା ଦେଖାଇବେ, ଯେଉଁଠି ବେପାର ହେବ । ଏହି ଗରୀବ ଲୋକଙ୍କ ଦୋକାନ ଉଜାଡ଼ି ଦେଲା ବିଏମସି। ତେଣୁ ଥଇଥାନ ସହ ସେମାନଙ୍କୁ କ୍ଷତିପୂରଣ ଦିଆଯାଉ।
ବର୍ଷେ ତଳେ ମୁଁ ଏଠାକୁ ଆସିଥିଲି। ଗୋଟିଏ ଚିଠି କମିଶନରଙ୍କୁ ଦେଇ ଏହି ହାଟକୁ ଭଙ୍ଗା ନ ଯାଉ ବୋଲି ଅନୁରୋଧ କରିଥିଲି । ସଂସଦ ଚାଲିଥିବାରୁ ମୁଁ ଦିଲ୍ଲୀରେ ଥିଲି। ମୁଁ ଆସିବାର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି। ମୁଁ ଦିଲ୍ଲୀରେ ଥିବା ବେଳେ ଏହି କାମ କାହିଁକି ହେଲା। ମୁଁ ଏଠାକାର ସାଂସଦ ହୋଇଥିବା ବେଳେ ମୋ ଆସିବା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କଲେନି। କାହିଁକି ମୋ ସହ ଆଲୋଚନା କଲେନି। ଏଠାକାର ଦୋକାନୀଙ୍କ ସହ ଆଲୋଚନା ନ କରି ରାତାରାତି କାହିଁକି ଏପରି କାଣ୍ଡ ଘଟାଗଲା ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।
[caption id="attachment_726721" align="aligncenter" width="650"]
କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରୁଛନ୍ତି ଭୁବନେଶ୍ୱର ସାଂସଦ ।[/caption]
ମୁଁ ୪ ବର୍ଷ ଭୁବନେଶ୍ୱର କମିଶନର ଥିଲି। ଗୋଟିଏ ସିଦ୍ଧାନ୍ତ ଥିଲା, ଯେ ଗରୀବ, ଉଠା ଦୋକାନୀଙ୍କୁ ହଇରାଣ କରିବା ନାହିଁ। ଆମେ ପାଖାପାଖି ୪୦ ଭେଣ୍ଡିଂ ଜୋନ କରିଥିଲୁ। ଭୁବନେଶ୍ୱରରେ ରହୁଥିବା ଲୋକେ ବହୁତ ସହଯୋଗୀ। ଭେଣ୍ଡିଂ ଜୋନ ଦିଆଯାଉଥିବାରୁ ସେମାନେ ନିଜେ ନିଜ ଦୋକାନ ଭାଙ୍ଗି ଦେଉଥିଲେ। ତେଣୁ ଲୋକଙ୍କୁ ଥଇଥାନ କଲେ ସେମାନେ ଆପେ ଆପେ ପ୍ରଶାସନକୁ ସହଯୋଗ କରିବେ ବୋଲି କହିଛନ୍ତି ଅପରାଜିତା ।
ସମସ୍ତଙ୍କ ଅଧିକାରକୁ ମୁଁ ସମ୍ମାନ ଦେଉଛି। ମୋ ଅଧିକାରକୁ ମଧ୍ୟ ସମ୍ମାନ ଦେବା ସମସ୍ତଙ୍କ ଦାୟିତ୍ୱ । ମୁଁ ଏଠାକାର ସାଂସଦ । ଆଜି ରାତି ସୁଦ୍ଧା ୪୩୦ କ୍ଷତିଗ୍ରସ୍ତଙ୍କ ତାଲିକା ପ୍ରସ୍ତୁତ କରାଯାଇ ବିଏମସିକୁ ଦିଆଯିବ । ଏଥିସହ ୩ ଦାବି ସମ୍ପର୍କରେ ମଧ୍ୟ ଉକ୍ତ ଚିଠିରେ ଉଲ୍ଲେଖ ରହିବ । ଏହି ଚିଠିକୁ ସାର୍ବଜନୀନ ହେବ । ବିଏମସିର ପ୍ରଥମ ମହାନଗର ନିଗମ ମିଟିଂରେ ସ୍ଥାନୀୟ କର୍ପୋରେଟର ଏହି କଥା ଉଠାଇବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
