Advertisment

ମାନିଲେ ମନ୍ତ୍ରୀ; ଭିତ୍ତିଭୂମି ଅଭାବରୁ ଉପୁଜୁଛି ବିଦ୍ୟୁତ୍ ସମସ୍ୟା

ରାଜ୍ୟର ବିଜୁଳି ସମସ୍ୟା ନେଇ ସୋମବାର ଲୋକସେବା ଭବନରେ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।

ଅଦ୍ୟତନ ହୋଇଛି
pratap Deb

pratap Deb

Advertisment

ରାଜ୍ୟରେ ଭିତ୍ତିଭୂମି ଅଭାବରୁ ଉପୁଜୁଛି ବିଦ୍ୟୁତ୍ ସମସ୍ୟା। ଏକଥାକୁ ସ୍ୱୀକାର କରିଛନ୍ତି ଖୋଦ ଶକ୍ତିମନ୍ତ୍ରୀ ପ୍ରତାପ ଦେବ।

Advertisment

ସେ କହିଛନ୍ତି, ରାଜ୍ୟରେ ପାୱାର ସର୍ଟେଜ୍ ନଥିବା ବେଳେ ଭିତ୍ତିଭୂମି ଅଭାବରୁ ଉପଭୋକ୍ତାମାନେ ଅନେକ କ୍ଷେତ୍ରରେ ପାୱାର ସପ୍ଲାଇରୁ ବଞ୍ଚିତ
ହେଉଛନ୍ତି। ଉପଭୋକ୍ତାମାନେ ଯେଉଁ ହାରରେ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି, ଭିତ୍ତିଭୂମି ସୁଦୃଢ଼ ନଥିବାରୁ ଅନେକ କ୍ଷେତ୍ରରେ ଟ୍ରାନ୍ସଫର୍ମର ପୋଡ଼ିଯିବା ଭଳି ସମସ୍ୟା ଉପୁଜୁଛି। ଯାହା ସରକାରଙ୍କ ବଡ଼ ଚ୍ୟାଲେଞ୍ଜ ହୋଇଛି। ଭିତ୍ତିଭୂମି ଅଭାବରୁ ଏଭଳି ସମସ୍ୟା ଉପୁଜୁଛି।

ଶକ୍ତି ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ପାୱାର କଟ୍ ହେଉନାହିଁ। ବାରମ୍ବାର ଗଣମାଧ୍ୟମ ପାୱାର କଟ୍ ଶବ୍ଦର ବ୍ୟବହାର କରନ୍ତୁ ନାହିଁ। ଚାଇନାଠୁ ମୋ ପାଖରେ ଅଧିକ ପାୱାର ଅଛି। ସେହି ପାୱାରକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଭିତ୍ତିଭୂମି ଠିକ୍‌ ଥିବା ଦରକାର।

Advertisment

ପବନ ହେଲେ ବିଦ୍ୟୁତ କାଟ କରାଯାଉଛି। କାଳବୈଶାଖୀ ଯୋଗୁ ତାର ଛିଣ୍ଡି ଯିବା ସହ ଖୁଣ୍ଟ ଉପୁଡ଼ି ଯାଇଛି। ଖୁଣ୍ଟ ପୋତାଯାଇ ଠିକ୍‌ କରିବାକୁ ସମୟ ଲାଗିବ। ଆଖି ପିଛୁଳାକେ ଏହି କାମ ହୋଇଯିବ ନାହିଁ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି। 

ରାଜ୍ୟର ବିଜୁଳି ସମସ୍ୟା ନେଇ ସୋମବାର ଲୋକସେବା ଭବନରେ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ରାଜ୍ୟର ୪ ବିଦ୍ୟୁତ ବିତରକ କମ୍ପାନୀର ସିଇଓଙ୍କୁ ବୈଠକରେ ଯୋଗ ଦେବା ପାଇଁ ଡକାଯାଇଛି। ବାରମ୍ବାର ବିଜୁଳି କାଟ ଜନିତ ସମସ୍ୟା ଦୂର ନେଇ ବୈଠକରେ ଆଲୋଚନା ହେବା ନେଇ ସୂଚନା ମିଳିଛି ।

ଗତକାଲି ବିଜୁଳି ସମସ୍ୟା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍‌ କରି ଅସନ୍ତୋଷ ପ୍ରକାଶ କରିଥିଲେ। କାଳବୈଶାଖୀ ପରେ ଯେମିତି ଢଙ୍ଗରେ ଧିମା କାମ ଚାଲିଛି, ଚିନ୍ତା କର, ବାତ୍ୟା ଆସିଲେ କଣ ପରିସ୍ଥିତି ହେବ ବୋଲି କହିଥିଲେ। ଏମିତି ମନ୍ଥର ଗତିରେ କାମ ଚାଲିଲେ ଲୋକେ ଜମା ପ୍ରଂଶସା କରିବେନି ବୋଲି ମୁଖ୍ୟ ଶାସନ ସଚିବ ଚେତେଇଦେବା ସହ ଚଟାପଟ୍ ବିଦ୍ୟୁତ୍ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଟାଟା ପୱାର ସିଇଓଙ୍କୁ ତାଗିଦ୍ ବି କରିଥିଲେ ।

Power Cuts Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe