Advertisment

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫୦୦ ଡେଇଁଲା

ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୨୬କୁ ବୃଦ୍ଧି ପାଇଛି।

Corona

Corona

Advertisment

ଦେଶରେ ବେଶ୍ କିଛି ଦିନ ତଳୁ ଦୈନିକ କରୋନା ସଂକ୍ରମଣ ୧୦ ହଜାର ପାର କରି ସାରିଥିବା ବେଳେ ଓଡ଼ିଶାରେ ଏବେ ଏହା ୫୦୦ ଅତିକ୍ରମ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୦୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୬୬୧୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥରୁ ୫୦୨ଟି ପଜିଟିଭ ଆସିଛି। ଏହା ସହିତ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୨୬କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଆଉ ୨୭୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

Advertisment

ଦେଶରେ ଗତ ୨୪ ଘଣ୍ଟାରେ ୧୦,୧୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଆସିଥିବା ରିପୋର୍ଟ ତୁଳନାରେ ଏହି ସଂଖ୍ୟା କମ୍ ରହିଛି। ଶନିବାର ଆସିଥିବା ରିପୋର୍ଟରେ ୧୨,୧୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଥିଲା। ତେବେ ଆଉ ୧୦,୧୧୨ଟି ପଜିଟିଭ ମାମଲା ଆସିବା ସହିତ ଦେଶରେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୮୦୬କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୯,୮୩୩ ଜଣ ସୁସ୍ଥ ହୋଇଛନ୍ତି।

୮ଟି ରାଜ୍ୟରେ କରୋନା ପିଜିଟିଭିଟି ହାର ୧୦% ଉପରେ ରହୁଥିବାରୁ ସେହି ସବୁ ରାଜ୍ୟଗୁଡ଼ିକୁ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ଗତ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଉତ୍ତର ପ୍ରଦେଶରେ ଗୋଟିଏ ଜିଲ୍ଲାରେ ପଜିଟିଭିଟି ହାର ୧୦% ଉପରେ ରହିଥିବା ବେଳେ ତାମିଲନାଡୁର ୧୧, ରାଜସ୍ଥାନର ୬, ମହାରାଷ୍ଟ୍ରର ୮, କେରଳର ୧୪, ହରିଆଣାର ୧୨ ଓ ଦିଲ୍ଲୀର ୧୧ଟି ଜିଲ୍ଲାରେ ପଜିଟିଭିଟି ହାର ୧୦% ଉପରେ ରହିଛି ବୋଲି ସେଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତଥ୍ୟ ଦିଆଯାଇଥିଲା।

Advertisment
Corona Covid19 Corona Cases In India Corona Cases In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe