Advertisment

ବାହାନଗା ଟ୍ରେନ ଟ୍ରାଜେଡି; ଆଜି ଓ କାଲି ପାଇଁ ୭୪ଟି ଟ୍ରେନ୍ ବାତିଲ

ଗତକାଲି କିଛି ପାସେଞ୍ଜର ଟ୍ରେନ ଓ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ସେହି ରୁଟ୍‌ରେ ଗଡ଼ିଥିଲା।

Train Accident

Train Accident

Advertisment

ବାଲେଶ୍ୱର ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ପରେ ସେହି ରୁଟ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ଆଜି ଓ କାଲି ପାଇଁ ୭୪ଟି ଟ୍ରେନ୍ ବାତିଲ କରାଯାଇଛି। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆଜି ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ, ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ, ହାୱଡ଼ା-ସିକନ୍ଦରାବାଦ ଫଲକନାମା, ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ ଇଷ୍ଟକୋଷ୍ଟ, ହାୱଡ଼ା-ଭୁବନେଶ୍ୱର ଜନଶତାବ୍ଦୀ, ଶାଲିମାର-ଚେନ୍ନାଇ କରମଣ୍ଡଳ ଓ ଶାଲିମାର-ପୁରୀ ଜଗନ୍ନାଥ ଏକ୍ସପ୍ରେସ ବାତିଲ୍ କରାଯାଇଛି।

ଆସନ୍ତାକାଲି ପାଇଁ ପୁରୀ-ଆନନ୍ଦବିହାର, ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ, ଭୁବନେଶ୍ୱର-ହାୱଡା ଜନଶତାଦ୍ଦୀ, ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ, ପାଟନା-ପୁରୀ ଓ ସିଆଲ୍ ଦା-ପୁରୀ ଦୂରନ୍ତ ଏକ୍ସପ୍ରେସ ବାତିଲ କରାଯାଇଛି । ସେହିପରି ରିଷିକେଶ-ପୁରୀ ଏକ୍ସପ୍ରେସ ଭାୟା ଇବ୍-ଝାରସୁଗୁଡା ରୋଡ୍ ଦେଇ ଯିବ। ଦୁର୍ଘଟଣା ଅଞ୍ଚଳରେ ଏବେ ଟ୍ରେନର ହାରାହାରି ବେଗ ଘଣ୍ଟାପ୍ରତି ୨୦ କିଲୋମିଟର ଭିତରେ ସୀମିତ ରଖାଯାଇଛି।

Advertisment

ଶୁକ୍ରବାର ବାହାନଗାରେ ଟ୍ରେନ ଦୁର୍ଘଟଣା ପରେ ସୋମବାର ରାତି ସୁଦ୍ଧା ଟ୍ରାକ ମରାମତି କାମ ଶେଷ ହୋଇଥିଲା। ପ୍ରଥମେ ମାଲବାହୀ ଟ୍ରେନ ସେହି ରୁଟରେ ଯାଇଥିଲା। ଗତକାଲି କିଛି ପାସେଞ୍ଜର ଟ୍ରେନ ଓ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ସେହି ରୁଟ୍‌ରେ ଗଡ଼ିଥିଲା। କିନ୍ତୁ ଦୁର୍ଘଟଣାସ୍ଥଳରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରାଯାଇଥିଲା। 

Bhubaneswar Train Traincancelled
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe