Advertisment

ବାହାନଗା ଟ୍ରେନ ଦୁର୍ଘଟଣା: ମୃତଦେହ ଚିହ୍ନଟ ପାଇଁ କେବଳ AIIMS ଯିବାକୁ ସଂପର୍କୀୟଙ୍କୁ ପରାମର୍ଶ

୨୮୮ ମୃତକଙ୍କ ମଧ୍ୟରୁ ଆହୁରି ୮୩ଟି ମୃତଦେହର ଏଯାଏ ଚିହ୍ନଟ ହୋଇପାରିନାହିଁ।

AIIMS

AIIMS

Advertisment

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଚିହ୍ନଟ କରିବାକୁ ସେମାନଙ୍କ ସଂପର୍କୀୟମାନେ କେବଳ ଭୁବନେଶ୍ୱର ସ୍ଥିତ ଏମ୍‌ସକୁ ଯିବାକୁ ପରାମର୍ଶ ଦେଇଛି ପୂର୍ବତଟ ରେଳବାଇ। ସେମାନେ ଅନ୍ୟ କୌଣସି ହସ୍‌ପିଟାଲକୁ ଯିବାର ଆବଶ୍ୟକତା ନାହିଁ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

Advertisment

ଗତକାଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଥିଲେ ଯେ ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି। ସେଥିରୁ ୨୦୫ଟି ମୃତଦେହକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆଉ ୮୩ ଟି ମୃତଦେହ ଚିହ୍ନଟ ହୋଇପାରି ନାହିଁ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗତକାଲି ଜାରି କରାଯାଇଥିବା ପ୍ରେସ୍‌ ରିଲିଜରେ କୁହାଯାଇଥିଲା ଯେ ଏହି ଦୁର୍ଘଟଣାରେ ଏଯାବତ ଓଡ଼ିଶା ର ୩୯ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

Advertisment
Train Accident AIIMS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe