Advertisment

ଡକ୍ୟୁମେଣ୍ଟ ସେୟାର କରି ବର୍ଷାଙ୍କୁ ତୀର ମାରିଲେ ଅନୁଭବ

ପୂର୍ବରୁ ପୋଷ୍ଟ କରିଥିବା କିଛି ଅଫିସିଆଲ୍‌ ଡକୁମେଣ୍ଟକୁ ପୋଷ୍ଟ କରି ଏହା ବିରୋଧରେ ମୁହଁ ଖୋଲିବାକୁ ବର୍ଷାଙ୍କୁ ନିବେଦନ କରିଛନ୍ତି ଅନୁଭବ। ସୋଶାଲ ମିଡିଆରେ ସ୍ୱାମୀ ଓ ସ୍ତ୍ରୀଙ୍କ ଏହି ବାକ୍‌ ଯୁଦ୍ଧ ଟୁଇଟାଳିଙ୍କୁ ଆଲୋଚନା କରିବା ପାଇଁ ଖୋରାକ ଯୋଗାଇଛି।

ଅଦ୍ୟତନ ହୋଇଛି
Varsha and Anubhav

Varsha and Anubhav

Advertisment

ସୋମବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାହୁ କହିଥିଲେ- ‘ମୋ’ ଜୀବନରେ ଝଡ଼ ଆସିଛି, ମୁଁ ପୀଡ଼ିତା’। ତାଙ୍କର ଏପରି ବୟାନ ଉପରେ ଆଜି ଜବାବ ଦେଇଛନ୍ତି ସ୍ୱାମୀ ଅନୁଭବ ମହାନ୍ତି। ପୂର୍ବରୁ ପୋଷ୍ଟ କରିଥିବା କିଛି ଅଫିସିଆଲ୍‌ ଡକୁମେଣ୍ଟକୁ ପୋଷ୍ଟ କରି ଏହା ବିରୋଧରେ ମୁହଁ ଖୋଲିବାକୁ ବର୍ଷାଙ୍କୁ ନିବେଦନ କରିଛନ୍ତି ଅନୁଭବ। ସୋଶାଲ ମିଡିଆରେ ସ୍ୱାମୀ ଓ ସ୍ତ୍ରୀଙ୍କ ଏହି ବାକ୍‌ ଯୁଦ୍ଧ ଟୁଇଟାଳିଙ୍କୁ ଆଲୋଚନା କରିବା ପାଇଁ ଖୋରାକ ଯୋଗାଇଛି।

Advertisment

ସୋଶାଲ୍‌ ମିଡିଆ ଟ୍ୱିଟର ଓ ଫେସ୍‌ବୁକ୍‌ରେ ଅନୁଭବ ଲେଖିଛନ୍ତି, ମିଛ ଅପପ୍ରଚାର ହେଉଛି ଯଦି, ତା ବିରୋଧରେ ଆପଣ ଓ ସମସ୍ତେ ନିହାତି ମୁହଁ ଖୋଲିବା ଦରକାର। ମୁଁ ମଧ୍ୟ ଏ ବିଷୟରେ ଏକମତ। ଦୟାକରି ଏଇ କିଛି ସରକାରୀ ଦସ୍ତାବିଜ ବିରୋଧରେ ମୁହଁ ଖୋଲନ୍ତୁ ବୋଲି ଅନୁଭବ ଲେଖିଛନ୍ତି। ଆମଣଙ୍କ ଜବାବର ଅକ୍ଷେପରେ ମୁଁ, ଆଉ ଓଡ଼ିଶାବାସୀ। ସବା ଶେଷରେ ସେ ଲେଖିଛନ୍ତି, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ।

Advertisment

ସୂଚନାରୁ ପ୍ରକାଶ, ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ବର୍ଷା କହିଥିଲେ, ଜୀବନ ଅନିଶ୍ଚିତ। କେତେ ବେଳେ କ’ଣ ଘଟିବ କେହି ଜାଣିନଥାନ୍ତି। ମୁଁ ଲାଜୁଆ, ଡରୁଆ ପ୍ରକୃତିର ଝିଅ। ମୋ ଜୀବନରେ ଝଡ଼ ଆସିଲା। ଯାହା ଆଶା କରିନଥିଲି ସେୟା ହେଲା। ଜୀବନ ମତେ ବହୁତ ଥର ପକେଇବାକୁ ଚେଷ୍ଟା କରିଛି। କିନ୍ତୁ ମୁଁ ପୁଣି ଥରେ ଛିଡା ହୋଇଛି। ସୋଶାଲ ମିଡିଆରେ ମୁଁ କାହିଁକି ମତ ରଖେନି ବୋଲି ବହୁ ଲୋକ ପ୍ରଶ୍ନ କରିବାରୁ ମୋର ସାମାଜିକ କାର୍ଯ୍ୟକ୍ରମର ଫଟୋ ଶେଆର କଲି। ଏହା ପରେ ବହୁତ ଲୋକ କମେଣ୍ଟ କଲେ ଯେ, ରାଜନୀତିରେ ଯୋଗଦେବାକୁ ଓ ଟିକେଟ ପାଇବାକୁ ଏସବୁ କରୁଛନ୍ତି। ଛୋଟ ବେଳୁ ମୁଁ ସାମାଜିକ କାମରେ ଜଡ଼ିତ ଥିଲି। ସେତେବେଳେ କଣ ପଲିଟିକ୍ସକୁ ଆସିବାକୁ ଚାହୁଁଥିଲି କି ବୋଲି ବର୍ଷା ପ୍ରଶ୍ନ କରିଥିଲେ।

ତେବେ ଏନେଇ ବର୍ଷାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। 

Bhubaneswar Anubhav Mohanty Varsha Priyadarshini Film
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe