Advertisment

ବାହାନଗା ରେଳ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୨୮୮, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

୨୮୮ଟି ମୃତଦେହରୁ ୨୦୫ଟିକୁ ଚିହ୍ନଟ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Train Accident

Train Accident

Advertisment

ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ। ଆଜି ପୁଣି ଦିଆଯାଇଛି ଏକ ତଥ୍ୟ। ଆଜି ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏହି ତଥ୍ୟ ଦେଇଛନ୍ତି। ବାଲେଶ୍ୱର ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ଆଧାରରେ ମୁଖ୍ୟ ଶାସନ ସଚିବ ଏହି ତଥ୍ୟ ଦେଇଛନ୍ତି।

Advertisment

ଶ୍ରୀ ଜେନା କହିଛନ୍ତି, ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ଜଣାପଡ଼ିଛି। ଭୁବନେଶ୍ୱରକୁ ଆସିଥିଲା ମୋଟ ୧୯୩ଟି ମୃତଦେହ। ବାଲେଶ୍ୱରରେ ୯୪ଟି ମୃତଦେହ ସଂପୃକ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଭଦ୍ରକ ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସେ ଆହୁରି କହିଛନ୍ତି, ଭୁବନେଶ୍ୱରକୁ ଆସିଥିବା ୧୯୩ଟି ମୃତଦେହରୁ ୧୧୦ଟି ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ଦିଆଯାଇଛି। ମୋଟ ୨୮୮ଟି ମୃତଦେହରୁ ୨୦୫ଟିକୁ ଚିହ୍ନଟ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆଉ ୮୩ଟି ମୃତଦେହ ଚିହ୍ନଟ ନ ହୋଇ ରହିଛି। ସେସବୁର ଡିଏନ୍‌ଏ ସାମ୍ପଲ ରଖାଯାଇଛି। ଦାବିଦାର ଆସିଲେ ଡିଏନ୍‌ଏ ମ୍ୟାଚ୍ କରି ମୃତଦେହ ହସ୍ତାନ୍ତର କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Advertisment

୪ ତାରିଖରେ (ରବିବାର) ମୁଖ୍ୟ ଶାସନ ସଚିବ କହିଥିଲେ ଯେ ମୃତ୍ୟୁ ସଂଖ୍ୟା ୨୭୫ । ତା’ପୂର୍ବଦିନ ରେଳବାଇ ପକ୍ଷରୁ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କୁହାଯାଇଥିଲା। ସେହି ଆଧାରରେ ରାଜ୍ୟ ସରକାର ମଧ୍ୟ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କହିଥିଲେ। ଗତକାଲି ରେଳମନ୍ତ୍ରଣାଳୟ ପକ୍ଷରୁ ମୃତ୍ୟୁ ସଂଖ୍ୟା ୨୭୮ ବୋଲି କୁହାଯାଇଥିଲା। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଏହି ଦୁର୍ଘଟଣା ପରେ ତାଙ୍କ ରାଜ୍ୟର ୩୧ ଜଣ ଯାତ୍ରୀ ନିଖୋଜ ଅଛନ୍ତି। 

Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe