Advertisment

ମରିବା ପୂର୍ବରୁ ବାନ୍ଧବୀଙ୍କୁ କଲ୍‌ କରିଥିଲେ ଡିଜେ ଆଜେକ୍ସ; କ’ଣ କହିଥିଲେ?

ଡିଜେ ଆଜେକ୍ସ ଫୋନ୍‌ ଉଠାଇ ନଥିଲେ। ବାନ୍ଧବୀ ଭିଡିଓ କଲ୍‌ ବେଳକୁ ଆଜେକ୍ସ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଅଦ୍ୟତନ ହୋଇଛି
DJ Azex

DJ Azex

Advertisment

ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା ଉପରୁ ଉଠୁନି ପର୍ଦ୍ଦା। ବରଂ ସସ୍‌ପେନ୍ସ ବଢ଼ି ଚାଲିଛି। ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସଦ୍ୟତମ ତଥ୍ୟ ଅନୁସାରେ ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଡିଜେ ଆଜେକ୍ସ। ତେବେ ମୃତ୍ୟୁ ପୂର୍ବରୁ କ’ଣ କହିଥିଲେ ଡିଜେ ଆଜେକ୍ସ , ତାହା ବର୍ତ୍ତମାନ ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ ଆତ୍ମହତ୍ୟା ପୂର୍ବରୁ ଡିଜେ ଆଜେକ୍ସ ତାଙ୍କ ବାନ୍ଧବୀ ଜିଜ୍ଞାସାଙ୍କ ସହ କଥା ହୋଇଥିଲେ। ସେ ୯୭ ସେକେଣ୍ଡ କଥା ହେବା ପରେ କଲ୍‌ କାଟି ଦେଇଥିଲେ। ଏହା ପରେ ବାନ୍ଧବୀ ଭିଡିଓ କଲ୍‌ କରିଥିଲେ। ମାତ୍ର ଡିଜେ ଆଜେକ୍ସ ଫୋନ୍‌ ଉଠାଇ ନଥିଲେ। ବାନ୍ଧବୀ ଭିଡିଓ କଲ୍‌ ବେଳକୁ ଆଜେକ୍ସ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେଥିପାଇଁ ଆଜେକ୍ସ ଙ୍କ ମୋବାଇଲ୍‌ ଓ ଲାପଟପ୍‌ ଯାଞ୍ଚ କରିବ ସାଇବର ଟିମ୍‌। ସୋଶାଲ ମିଡିଆ ମେସେଜ ମଧ୍ୟ ଯାଞ୍ଚ ହେବା ନେଇ ସୂଚନା ଦେଇଛି ତଦନ୍ତକାରୀ ସଂସ୍ଥା।

ଡିଜେ ଆଜେକ୍ସ ମୃତ୍ୟୁର ତଦନ୍ତ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ଆଜେକ୍ସ ଓରଫ ଅକ୍ଷୟଙ୍କ ମା’ଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇଛୁ। ଯାହା ଯାହା ଅଭିଯୋଗ ଆସିଛି। ତାହାରି ଉପରେ ତଦନ୍ତ କରାଯାଉଛି। ଅକ୍ଷୟଙ୍କ ସହ ଯାହାର ସଂପର୍କ ଥିଲା, ସମସ୍ତଙ୍କୁ ପଚରାଉଚରା କରାଯାଉଛି ବୋଲି ଡିସିପି କହିଛନ୍ତି।

Advertisment

ସେପଟେ ବୁଧବାର ଡିଜେ ଆଜେକ୍ସଙ୍କ ଶେଷ ଇ-ମେଲ୍‌ ସାମ୍ନାକୁ ଆସିଥିଲା। ସେ ତାଙ୍କ ବାନ୍ଧବୀ ଜିଜ୍ଞାସାଙ୍କୁ ଲେଖିଥିବା ଇ-ମେଲରେ ଦର୍ଶାଇଛନ୍ତି, ତୁମେ ତ ଏବେ ରଶ୍ମୀ ସହ ବୁଲୁଛୁ। ଲସି ପିଉଛୁ। ସହିବି କେମିତି? ତୁମ ପାଇଁ ଜୀଉଁଥିଲି, ଏବେ ତୁମ ପାଇଁ ମରିଯାଉଛି। ଏବେ ମୁଁ ପୂରା ଏକୁଟିଆ ହୋଇଯାଇଛି। ଦୁନିଆ ଛାଡ଼ି ଯାଉଛି। ମୁଁ ତୁମକୁ ପାଗଳ ଭଳି ଭଲପାଏ। କିନ୍ତୁ ତୁମେ ଏବେ ରଶ୍ମୀର ହୋଇଯାଇଛ। ତୁମେ ଭୂତ ହୋଇଯାଅ କହୁଥିଲ, ମୁଁ ଭୂତ ହୋଇଗଲି।…… ସପ୍ତାହେ ହେଲା ମୁଁ ଶୋଇପାରୁ ନାହିଁ। ସ୍ଳିପିଂ ଟେବ୍‌ଲେଟ୍‌ ଖାଉଛି। ମାନସିକ ଚାପରେ ରହିଛି। ମୁଁ ଏବେ ଯାଉଛି। ତୁମେ ଖୁସିରେ ରୁହ। ମୁଁ ହାରିଗଲି, ମରିଯାଉଛି। ଏମିତି କେତେ କଥା ଆଜେକ୍ସ ତାଙ୍କ ଶେଷ ଇ-ମେଲ୍‌ରେ ଲେଖିଛନ୍ତି।

ଗତ ଶନିବାର ଡିଜେ ଆଜେକ୍ସଙ୍କ ଝୁଲନ୍ତା ମୃତଦେହ ଖାରବେଳ ସ୍ଥିତ ତାଙ୍କ ଘରୁ ଉଦ୍ଧାର କରିଥିଲା କମିଶନରେଟ୍‌ ପୁଲିସ୍‌। ତାଙ୍କ ମୃତ୍ୟୁକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ପ୍ରେମିକା ଓ ପ୍ରେମିକାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଚର୍ଚ୍ଚା ହେଉଛି। ଏନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି କମିଶନରେଟ୍‌ ପୁଲିସ ଡିଜେ ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଦଫା ୩୦୬ ଲଗାଇଥିଲା। ଏଥିସହ ଡିଜେ ଆଜେକ୍ସଙ୍କ ବାନ୍ଧବୀଙ୍କୁ ୩ ଘଣ୍ଟା ଜେରା କରିଥିଲା। ପୁଲିସ୍ ତାଙ୍କୁ ତାଙ୍କ ଜାଆଁଳା ସ୍ଥିତ ଘରେ ଜେରା କରିଥିଲା।

Bhubaneswar Bhubaneswar News • DJ AZEX DEATH CASE DJ Azex Death Case DJ Azex
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe