Advertisment

କେମିତି ହୋଇଥିଲା ଡିଜେ ଆଜେକ୍ସଙ୍କ ମୃତ୍ୟୁ, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଭଳି ସଙ୍ଗୀନ ଦଫା ୩୦୬ ଲଗାଇ ତଦନ୍ତ କରୁଛି ପୁଲିସ।

author-image
Tapaswini Nayak
ଅଦ୍ୟତନ ହୋଇଛି
DJ Azex

DJ Azex

ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ଡିଜେ ଆଜେକ୍ସ ଆତ୍ମହତ୍ୟା କରିଛନ୍ତି। ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ବୋଲି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଡିଜେ ଆଜେକ୍ସ ବେକରେ ଦାଗ ରହିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଲେଖାଯାଇଛି। ଡିଜେ ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟର ପୁଲିସକୁ ହସ୍ତାନ୍ତର କରାଯାଇଛି।

ଗତ ଶନିବାର ଦିନ ଡିଜେ ଆଜେକ୍ସଙ୍କ ଝୁଲନ୍ତା ମୃତଦେହ ତାଙ୍କ ଖାରବେଳ ସ୍ଥିତ ଘରୁ ଉଦ୍ଧାର କରାଯାଇଥିଲା। ତାଙ୍କ ମୃତ୍ୟୁ ପଛରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ପୁରୁଷ ବନ୍ଧୁଙ୍କ  ହାତ ରହିଛି ବୋଲି ପରିବାର ଲୋକେ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ।

Advertisment

ଡିଜେ ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଭଳି ସଙ୍ଗୀନ ଦଫା ୩୦୬ ଲଗାଇ ପୁଲିସ ତଦନ୍ତ କରୁଛି । ଆଜି ଖାରବେଳ ନଗର ଥାନା ପୁଲିସ୍ ଡିଜେ ଆଜେକ୍ସଙ୍କ ବାନ୍ଧବୀଙ୍କୁ ୩ ଘଣ୍ଟା ଜେରା କରିଛି। ପୁଲିସ୍ ତାଙ୍କୁ ତାଙ୍କ ଜାଆଁଳା ସ୍ଥିତ ଘରେ ଜେରା କରିଛି।ଏହାସହ ଆଜେକ୍ସଙ୍କ କଲ୍ ଡିଟେଲ, ହ୍ୱାଟ୍‌ସ ଆପ୍ ଚାଟ୍‌ ଓ ମେସେଜକୁ ମଧ୍ୟ ଯାଞ୍ଚ କରୁଛି ପୁଲିସ୍।  

• BHUBANESWAR • DJ AZEX • DJ AZEX DEATH CASE • SUICIDE • POLICE