Advertisment

ଆଜି ଦିଲ୍ଲୀରେ ମୋଦି-ନବୀନ ଭେଟଘାଟ

ଦୁଇ ଦିନ ତଳେ ନବୀନଙ୍କୁ ଭେଟିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରା।

author-image
Tapaswini Nayak
ଅଦ୍ୟତନ ହୋଇଛି
PMO and CMO

PMO and CMO

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀର ସରକାରୀ ବାସଭବନରେ ମୋଦି-ନବୀନ ଭେଟଘାଟର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ସାଢ଼େ ୪ଟା ସମୟରେ ଉଭୟ ନେତା ସାକ୍ଷାତକାର କରିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି। ତେବେ ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ କଣ ଆଲୋଚନା ହେବ ସେନେଇ ଜୋର ଧରିଛି ଚର୍ଚ୍ଚା । 

Advertisment

ସୂଚନାଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ଆଗରେ ରାଜ୍ୟର ବିକାଶ ପ୍ରସଙ୍ଗ ଉଠାଇ ପାରନ୍ତି ନବୀନ। ସେହିପରି ବିଜେଡିର ପୁରଣା ପ୍ରସଙ୍ଗ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇ ପାରନ୍ତି। ଗତ କିଛି  ଦିନ ହେଲା ବିଜେପି ବିରୋଧୀ ନେତା ନବୀନଙ୍କୁ ଭେଟୁଛନ୍ତି। ଦୁଇ ଦିନ ତଳେ ବିହାର  ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୁବନେଶ୍ୱର ଆସି ନବୀନଙ୍କୁ ସାକ୍ଷାତ କରିଥିଲେ। ତେବେ ଏ ପ୍ରସଙ୍ଗରେ ଅନେକ ରାଜନୈତିକ ଚର୍ଚ୍ଚା ଭିତରେ ବିଜେଡିର କଣ ରହିବ ଷ୍ଟାଣ୍ଡ ସେନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ବେଳେ କହି ପାରନ୍ତି ନବୀନ।

 ସେହିପରି ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ହେଉଥିବାରୁ ଏହି ପ୍ରସଙ୍ଗରେ ବି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ।  ସେହିପରି
୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ ବିଧାନ ପରିଷଦ ଗଠନ ନେଇ ପୂର୍ବରୁ ନବୀନ ରଖିଥିବା ଦାବି ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ଆଗରେ ଦୋହରାଇ ପାରନ୍ତି।  

Advertisment

୨୪ ନିର୍ବାଚନ ପୂର୍ବରୁ  ମୋଦି-ନବୀନଙ୍କ ସାକ୍ଷାତ ରାଜ୍ୟ ତଥା ଦେଶ ରାଜନୀତି ପାଇଁ ବେଶ୍ ଗୁରୁତ୍ୱବହନ କରୁଛି। ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ-ମୋଦି ଭେଟଘାଟ ହେଉଛି ବାର୍ଗେନିଂ ପଲିଟିକ୍ସା ବିଜେପି, ବିଜେଡି ମିଶିକି ଅଛନ୍ତି କିନ୍ତୁ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମିଳୁନି କହି ସମାଲୋଚନା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। କେଉଁ ଉର୍ଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ନବୀନ ଭେଟୁଛନ୍ତି ତାହା ଖୋଦ୍ ମୁଖ୍ୟମନ୍ତ୍ରୀ ହିଁ ସ୍ପଷ୍ଟ କରିବ ବୋଲି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତିା 

Bhubaneswar Cmo Of Odisha PMO