Advertisment

ବୁଲୁଥିଲେ, ୫ ନାଗା ସାଧୁଙ୍କୁ ଉଠାଇ ଆଣିଲା ପୁଲିସ୍‌

ଆଜି ୫ ନାଗା ସାଧୁ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଘୂରି ବୁଲୁଥିଲେ। ସେମାନେ ଘରକୁ ଘର ବୁଲୁଥିଲେ। କୌଣସି ସୂତ୍ରରୁ ଖବର ପାଇ କମିଶନରେଟ୍‌ ପୁଲିସ୍‌ର ଏକ ଟିମ୍‌ ୫ ନାଗା ସାଧୁଙ୍କୁ ଜବରଦସ୍ତି ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି।

ଅଦ୍ୟତନ ହୋଇଛି
Naga Sadhu

Naga Sadhu

Advertisment

ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ବୁଲୁଥିଲେ ୫ ନାଗା ସାଧୁ । ସେମାନଙ୍କୁ ଜବରଦସ୍ତି ଉଠାଇ ଆଣିଲା କମିଶନରେଟ୍‌ ପୁଲିସ୍‌। ଲୁଟ୍‌ ସନ୍ଦେହରେ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଏଥିସହ ସେମାନେ ବ୍ୟବହାର କରୁଥିବା ଗୋଟିଏ ବୋଲେରୋକୁ ମଧ୍ୟ ପୁଲିସ ଜବତ କରିଛି। ତେବେ ଅଟକ ଥିବା ବାବାମାନେ, ରଘୁନାଥପୁର ଲୁଟ୍‌ରେ ସମ୍ପୃକ୍ତ ଅଛନ୍ତି କି ନାହିଁ, ତାହା ଜଣାପଡ଼ିନାହିଁ।

Advertisment

୩ ରୁ ୪ ଦିନ ତଳେ ନାଗା ସାଧୁ ବେଶରେ କିଛି ବାବା ରାଜଧାନୀ ଉପକଣ୍ଠ ରଘୁନାଥପୁର ଗାଁର ପ୍ରାଣକୃଷ୍ଣ ପଢ଼ିଆରୀ ଓ ତାଙ୍କ ପରିବାରକୁ ମନ୍ତ୍ରତନ୍ତ୍ର କରି ଲୁଟ୍‌ କରିଥିଲେ। ମନଷ୍କାମନା ପୂରଣ କରିଦେବେ ବୋଲି କହି ସମସ୍ତଙ୍କୁ ବଶିଭୂତ କରିଦେଇଥିଲେ। ପରେ ଘରେ ଥିବା ୫ ଲକ୍ଷ ଟଙ୍କାର ସୁନା ଚେନ୍‌ ଲୁଟି ନେଇଥିଲେ। ଏନେଇ ପ୍ରାଣକୃଷ୍ଣ କମିଶନରେଟ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

ଲୁଟ୍‌ କରିଥିବା ନାଗା ସାଧୁଙ୍କ ସହିତ ଯୋଗାଯୋଗ କରିଥିଲା ପୁଲିସ୍‌। ମାତ୍ର ସେମାନେ ଥାନାକୁ ଆସିନଥିଲେ କି ଧରାଛୁଆଁ ଦେଉନଥିଲେ। ଯେଉଁଥିପାଇଁ ଅଡୁଆରେ ପଡ଼ିଯାଇଥିଲା ପୁଲିସ୍‌। ଆଜି ୫ ନାଗା ସାଧୁ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଘୂରି ବୁଲୁଥିଲେ। ସେମାନେ ଘରକୁ ଘର ବୁଲୁଥିଲେ। କୌଣସି ସୂତ୍ରରୁ ଖବର ପାଇ କମିଶନରେଟ୍‌ ପୁଲିସ୍‌ର ଏକ ଟିମ୍‌ ୫ ନାଗା ସାଧୁଙ୍କୁ ଜବରଦସ୍ତି ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି।

Advertisment

ତେବେ ଲୁଟ୍‌ କରିଥିବା ନାଗା ସାଧୁମାନେ ଏମାନେ କି ନୁହେଁ, ତାହା ଜଣାପଡ଼ି ନାହିଁ। ଏନେଇ କମିଶନରେଟ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

Loot Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe