Advertisment

ରେଳ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ଚିକିତ୍ସା ପାଇଁ ଦିଲ୍ଲୀରୁ ଆସିଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ: ମାଣ୍ଡବୀୟ

‘ରେଳ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ରହିଛି।’

ଅଦ୍ୟତନ ହୋଇଛି
mansukh-mandaviya

mansukh-mandaviya

Advertisment

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସହ ସ୍ୱତନ୍ତ୍ର ଡାକ୍ତରୀ ଦଳ ଦିଲ୍ଲୀରୁ ଭୁବନେଶ୍ୱର ଆସିଛନ୍ତି। ଏହି ବିଶେଷଜ୍ଞ ଡାକ୍ତର ଦଳ ବିଭିନ୍ନ ମେଡିକାଲକୁ ଯାଇ ଆହତ ଯାତ୍ରୀଙ୍କୁ ଚିକିତ୍ସା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ଆହତଙ୍କୁ ଭେଟିବା ଏହା କହିଛନ୍ତି। ଏହା ସହ ଏମ୍‌ସ ନିର୍ଦ୍ଦେଶକଙ୍କ ସହ କଥା ହେବା ସହ ସ୍ଥିତିର ସମୀକ୍ଷା କରିଛନ୍ତି।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବାହାନଗା ରେଳ ଦୁର୍ଘଟଣାରେ ୧ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କର ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ରହିଛି। ରେଳ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ରହିଛି। ଏଥିପାଇଁ ଦିଲ୍ଲୀ ଏମ୍ସର ନେତୃତ୍ୱରେ RML ହସପିଟାଲ ଓ Lady Hardinge Medical Collegeର ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଏକ ଟିମ୍‌ ଠନ କରାଯାଇଛି। ଏହି ସ୍ୱତନ୍ତ୍ର ଡାକ୍ତରୀ ଦଳ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏମ୍ସ ଆସିଛନ୍ତି। ଏହି ସ୍ୱତନ୍ତ୍ର ଡାକ୍ତରୀ ଦଳ ନିଜ ସାଙ୍ଗରେ ଅତ୍ୟାଧୁନିକ ଯନ୍ତ୍ରପାତି ଧରି ଆସିଛନ୍ତି, ଯାହା ଅପରେସନ ଓ ଚିକିତ୍ସାରେ ବ୍ୟବହାର କରାଯିବ। ଏହାସହ ସେମାନେ ପର୍ଯ୍ୟାପ୍ତ ପରିମାଣର ମେଡିସିନ୍ ଧରି ମଧ୍ୟ ଆସିଛନ୍ତି।

ମାଣ୍ଡବୀୟ କହିଛନ୍ତି, କେଉଁ କେଉଁ ହସପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି, ତାର ସମୀକ୍ଷା କରାଯାଇଛି। ଚିକିତ୍ସିତ ହେଉଥିବା ଆହତଙ୍କୁ କେଉଁ ପ୍ରକାରର ଚିକିତ୍ସା ଆବଶ୍ୟକ ରହିଛି, କେଉଁ ବିଶେଷଜ୍ଞ ଡାକ୍ତର କେଉଁ ମେଡିକାଲ ଯିବେ ସେନେଇ ଆମେ ଏକ ପ୍ଲାନ ପ୍ରସ୍ତୁତ କରିଛୁ।  ବିଶେଷଜ୍ଞ ଡାକ୍ତର ଦଳ ସେହି ମେଡିକାଲରେ ପହଞ୍ଚି ଆହତଙ୍କ ଉପଯୁକ୍ତ ଚିକିତ୍ସା କରିବେ। ଫଳରେ ଅନେକ ଲୋକ ଜୀବନ ବଞ୍ଚିଯିବ।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭୁବନେଶ୍ୱର ଏମ୍ସରେ ଆହତଙ୍କୁ ଭେଟି କଟକ ବଡ଼ ମେଡିକାଲକୁ ଯାଇଥିଲେ। 

Bhubaneswar Train Accident Bbsr Aims
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe