Advertisment

ମିଳିଲା ଗ୍ରୀନ୍‌ ସିଗନାଲ; ଏୟାରପୋର୍ଟରୁ ତ୍ରିଶୁଳିଆ ଗଡ଼ିବ ମେଟ୍ରୋ ଟ୍ରେନ୍‌

ମେଟ୍ରୋ ଟ୍ରେନ୍‌ ଚଲାଇବା ପ୍ରସ୍ତାବକୁ ମିଳିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ।

ଅଦ୍ୟତନ ହୋଇଛି
Metro Train

Metro Train

Advertisment

ଦୁଇ ବର୍ଷ ତଳେ ରାଜ୍ୟ ସରକାର ବିଧାନସଭାରେ କହିଥିଲେ ଯେ ୨୦୪୧ ପର୍ଯ୍ୟନ୍ତ ଟ୍ୱିନ୍‌ ସିଟିରେ ମେଟ୍ରୋ ଟ୍ରେନ୍ ଗଡ଼ି ପାରିବ ନାହିଁ। ସର୍ଭେ ରିପୋର୍ଟ ଆଧାରରେ ତତ୍‌କାଳୀନ ନଗର ଉନ୍ନୟନ ମନ୍ତ୍ରୀ ଏହି କଥା କହିଥିଲେ। ସେହିପରି ୫ ଦିନ ତଳେ ରାଜ୍ୟସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ କୌଶଲ କିଶୋର କହିଥିଲେ ଯେ ଭୁବନେଶ୍ୱର-କଟକ ସହର ଭିତରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ କୌଣସି ପ୍ରସ୍ତାବ ଓଡ଼ିଶା ସରକାରଙ୍କଠୁ ଆସିନାହିଁ। କିନ୍ତୁ ଆଜି ମେଟ୍ରୋ ଟ୍ରେନ୍‌କୁ ମିଳିଛି ଗ୍ରୀନ୍ ସିଗ୍‌ନାଲ୍। ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଅନୁମୋଦନ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡ଼ିବ ମେଟ୍ରୋ ଟ୍ରେନ୍। ଏହା ଭୁବନେଶ୍ୱର ରେଳ ଷ୍ଟେସନ, ବାଣୀବିହାର, ପଟିଆ ଓ ନନ୍ଦନକାନନ ଦେଇ ଚଳାଚଳ କରିବ। ଏଥିପାଇଁ ଏଲିଭେଟେଡ୍ କରିଡର ତିଆରି ହେବ। 

Advertisment

ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହିତ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ, ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥନ, ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଏହି ପ୍ରସ୍ତାବିତ କାର୍ଯ୍ୟର ସମୀକ୍ଷା କରିଥିଲେ। ବରିଷ୍ଠ ଅଧିକାରୀଙ୍କ ଏହି ଟିମ୍‌ ବିମାନ ବନ୍ଦରରୁ ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ ଓ ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇଥିଲେ। ଏହି ସବୁ ସ୍ଥାନ ସହିତ ଅନ୍ୟାନ୍ୟ ବିଭିନ୍ନ ସ୍ଥାନରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟିମ୍‌ ରିଭ୍ୟୁ କରିଥିଲା।  

ଅନୁଗୋଳ-ସୁକିନ୍ଦା ରେଲୱେର ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ ସାମନ୍ଦରାୟ କହିଛନ୍ତି, ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ ନିମନ୍ତେ ଅତି କମ୍‌ରେ ୧୦ ବର୍ଷ ଲାଗି ଯାଇଥାଏ। ୧୦ ବର୍ଷରେ ଟୁଇନ୍‌ ସିଟିର ଲୋକ ସଂଖ୍ୟା ଦୁଇ ଗୁଣ ହୋଇ ଯାଇଥିବ। ସେତେବେଳେ ଭିଡ଼ କମାଇବା ପାଇଁ ଏବେଠୁ ମେଟ୍ରୋ ଟ୍ରେନ୍‌ କାମ ଆରମ୍ଭ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

Advertisment

ଗତ ମାର୍ଚ୍ଚ ୨୭ ତାରିଖରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ମେଟ୍ରୋ ଟ୍ରେନ ସୁବିଧା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଚାହାଁନ୍ତି କି ବୋଲି ପଚାରିଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ କିଶୋର ଲିଖିତ ଉତ୍ତରରେ କହିଥିଲେ ଯେ, ମେଟ୍ରୋ ରେଳ ନୀତି-୨୦୧୭ ଅନୁସାରେ ମେଟ୍ରୋ ଟ୍ରେନ ଚଳାଚଳ ନିମନ୍ତେ ପ୍ରସ୍ତାବ ରାଜ୍ୟ ସରକାର ଅବା କେନ୍ଦ୍ରଶାସିତ ପ୍ରଦେଶର ସରକାରଙ୍କୁ ଦେବାକୁ ପଡ଼ିଥାଏ । କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଅନୁଧ୍ୟାନ କରି ସହର ଓ ସହରୀ ସମୂହରେ ବ୍ୟବହାରିତା ଓ ସମ୍ବଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବକୁ ଅନୁମୋଦନ କରିଥାନ୍ତି । କିନ୍ତୁ ଭୁବନେଶ୍ୱର-କଟକ ସହର ଭିତରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ କୌଣସି ପ୍ରସ୍ତାବ ଓଡ଼ିଶା ସରକାରଙ୍କଠୁ ମିଳିନି ବୋଲି ମନ୍ତ୍ରୀ ଶ୍ରୀ କିଶୋର କହିଥିଲେ। 

Bhubaneswar Cuttack Train Speedy Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe