Advertisment

ବରିଷ୍ଠ ଆଇଏଏସ୍ ନିକୁଞ୍ଜ ଧଳ ହେଲେ ନୂଆ SRC

ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ନୂଆ ନିଯୁକ୍ତି ପାଇବା ପରେ ନିକୁଞ୍ଜ ଧଳଙ୍କୁ ଏସ୍‌ଆର୍‌ସି ଦାୟିତ୍ୱ ଦିଆଯାଇଛି।

ଅଦ୍ୟତନ ହୋଇଛି
Nikunja Dhal

Nikunja Dhal

Advertisment

ବରିଷ୍ଠ ଆଇଏଏସ୍ ନିକୁଞ୍ଜ ଧଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

Advertisment

ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ନୂଆ ନିଯୁକ୍ତି ପାଇବା ପରେ ନିକୁଞ୍ଜ ଧଳଙ୍କୁ ଏସ୍‌ଆର୍‌ସି ଦାୟିତ୍ୱ ଦିଆଯାଇଛି।

ନିକୁଞ୍ଜ ଧଳ ଏବେ ଶକ୍ତି ଓ ଅବକାରୀ ବିଭାଗ ସଚିବ ଅଛନ୍ତି। ତା’ ସହିତ ସେ ଗ୍ରୀଡକୋ ଓ ଓଡ଼ିଶା ଷ୍ଟେଟ୍ ବେଭେରେଜ୍ କର୍ପୋରେସନ୍‌ର ଅଧ୍ୟକ୍ଷ ଅଛନ୍ତି। ସେ ଏବେ ଏସ୍‌ଆର୍‌ସି ଦାୟିତ୍ୱ ସହିତ ପୂର୍ବରୁ ତାଙ୍କ ପାଖରେ ଥିବା ସମସ୍ତ ଦାୟିତ୍ୱ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

Advertisment
SRC Ias Officer Ias
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe