Advertisment

ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି: ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାର ୪୩ ଓ ଭୁବନେଶ୍ୱରରେ ୪୧ ଡିଗ୍ରୀ ଟପିଲା

ବାୟୁମଣ୍ଡଳରେ ଶୁଷ୍କ ବାୟୁ ପ୍ରବାହ ହେବା ଯୋଗୁ ଅଧିକ ଆଦ୍ରତା ରହୁଛି। ଯାହାଫଳରେ ଅଧିକ ଗୁଳୁଗୁଳି ହେଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Weather

ରାଜ୍ୟରେ ୧୮ ତାରିଖ ପର୍ଯ୍ୟନ୍ତ ଭୀଷଣ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ଅନେକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାର ତାପମାତ୍ରା ୪୩ ଡିଗ୍ରୀ ପାର କରିଛି। ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡାର ତାପମାତ୍ରା ୪୩.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରର ତାପମାତ୍ରା ୪୨.୪ ଡିଗ୍ରୀ ରହିଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୧.୬ ଡିଗ୍ରୀ ରହିଥିବା ବେଳେ ହୀରାକୁଦରେ ୪୧.୬, କେନ୍ଦୁଝରରେ ୩୯,ଚାନ୍ଦବାଲି ୩୮.୪ରେ, ଗୋପାଳପୁରରେ ୩୭.୫, ବାଲେଶ୍ୱର ୩୬.୨ରେ, ପୁରୀରେ ୩୬ ଓ ପାରାଦୀପରେ ୩୩. ୬ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ବାୟୁମଣ୍ଡଳରେ ଶୁଷ୍କ ବାୟୁ ପ୍ରବାହ ହେବା ଯୋଗୁ ଅଧିକ ଆଦ୍ରତା ରହୁଛି। ଯାହାଫଳରେ ଅଧିକ ଗୁଳୁଗୁଳି ହେଉଛି। ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ପାରାଦୀପର ଆଦ୍ରତା ୮୦ ପ୍ରତିଶତ ଥିବା ବେଳେ ପୁରୀ ୭୪ ପ୍ରତିଶତ ରହିଛି। ସେହିପରି ବାଲେଶ୍ୱର ୬୯ ପ୍ରତିଶତ ଥିବାବେଳେ ଗୋପାଳପୁରରେ ୫୬ ପ୍ରତିଶତ, ଚାନ୍ଦବାଲି ୫୫, ଭୁବନେଶ୍ୱର ୩୮,କେନ୍ଦୁଝର ୩୬ ପ୍ରତିଶତ, ହୀରାକୁଦ ୩୨ ପ୍ରତିଶତ, ସମ୍ବଲପୁର ୩୧ ଓ ଝାରସୁଗୁଡ଼ା ୨୧ ପ୍ରତିଶତ ଆଦ୍ରତା ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ କିଛି ଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳିଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଛି। ସକାଳ ୫ଟା ସୁଦ୍ଧା ତାପମାତ୍ରା ୩୦ ଡିଗ୍ରୀ ପାର କରିଯାଉଛି। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି।

Advertisment
Weather Report Weather Condiction