Advertisment

ପୁଣି ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପୂର୍ବରୁ ମମତା ଓଡ଼ିଶା ଆସି ବାହାନଗାର ଦୁର୍ଘଟଣାସ୍ଥଳକୁ ଯାଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Mamata Banarjee

Mamata Banarjee

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତାକାଲି କଟକ ଆସିବେ। ସେ ଭୁବନେଶ୍ୱର ବି ଆସିବାର କାର୍ଯ୍ୟକ୍ରମ ରହିଛି। ମମତା ଆଜି ନିଜେ ଏହି ସୂଚନା ଦେଇଛନ୍ତି। ବାହାନଗା ଟ୍ରେନ ଦୁର୍ଘଟଣା ପରେ ଏହା ହେବ ମମତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ।

Advertisment

ମମତା କହିଛନ୍ତି, କଟକରେ ପଶ୍ଚିମବଙ୍ଗର ୫୩ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବାକୁ କାଲି କଟକ ଯିବି। ସେଠାରୁ ଭୁବନେଶ୍ୱର ମଧ୍ୟ ଯିବି ଓ ଚିକିତ୍ସା ବ୍ୟବସ୍ଥା ନେଇ କଥା ହେବି।

ସେ କହିଛନ୍ତି, ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗର ଯେଉଁମାନେ ପ୍ରାଣ ହରାଇଛନ୍ତି, ସେମାନଙ୍କ ପରିବାରର ଜଣେ ଲେଖାଏ ବ୍ୟକ୍ତିଙ୍କୁ ଚାକିରି ଦିଆଯିବ। ସେମାନଙ୍କୁ ସ୍ପେଶାଲ ହୋମଗାର୍ଡ ଚାକିରି ଦିଆଯିବ। ଏହା ସହିତ ସେମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ସେହିପରି ଯେଉଁମାନେ ଏହି ଦୁର୍ଘଟଣାରେ ସଂପୂର୍ଣ୍ଣ ଅକ୍ଷମ ହୋଇଯାଇଥିବେ ସେମାନଙ୍କ ପରିବାରର ଜଣେ ଲେଖାଏ ବ୍ୟକ୍ତିଙ୍କୁ ହୋମଗାର୍ଡ ଚାକିରି ଦିଆଯିବ। ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଓ ସାମାନ୍ୟ ଆହତଙ୍କୁ ୫୦ ଓ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ଆହତ ନହୋଇଥିଲେ ମଧ୍ୟ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯିବ। ସେହିପରି ସମସ୍ତ ମୃତାହତଙ୍କ ପରିବାରକୁ ମାଗଣା ରାସନ ଦିଆଯିବ।

Advertisment

ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମମତା ଏହାକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ସିବିଆଇ କ’ଣ ତଦନ୍ତ କରିବ? ସିବିଆଇ କ୍ରିମିନାଲ କେସ୍ ତଦନ୍ତ କରେ, ଏହା ଏକ ଆକ୍ସିଡେଣ୍ଟ।୨୦୧୨ରେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ ତଦନ୍ତ ନିର୍ଦ୍ଦେଶ ଦେଇଥିଲି।୧୨ ବର୍ଷ ବିତିଲାଣି, ଏଯାବତ ସିବିଆଇ ରିପୋର୍ଟ ଦେଇନି। ତେଣୁ ସିବିଆଇ କ’ଣ ତଦନ୍ତ କରିବ?

ଶୁକବ୍ରାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ ଦୁର୍ଘଟଣା ଘଟିବା ପରେ ଶନିବାର ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। କାରଣ ମୃତାହତଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗର ଲୋକ ବୋଲି ଜଣାପଡ଼ିଥିଲା।

Mamata Banerjee TMC Train Accident