ଭୁବନେଶ୍ୱର ଓ ବାରାଣସୀ ମଧ୍ୟରେ ବିମାନ ସେବା ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ଓ ବାରାଣସୀ ମଧ୍ୟରେ ଆରମ୍ଭ ହୋଇଛି ବିମାନ ସେବା। ଏୟାର ଇଣ୍ଡିଆ ପକ୍ଷରୁ ପ୍ରଥମ ଥର ପାଇଁ ଏହି ବିମାନ ସେବା ଆରମ୍ଭ କରାଯାଇଛି। ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ଏହିପରି ସପ୍ତାହକୁ ଚାରି ଦିନ ଏହି ରୁଟରେ ଏୟାର ଇଣ୍ଡିଆର ବିମାନ ଚାଲିବ। ଦିନ ୧୨ଟା ୩୦ରେ ବାରଣାସୀରୁ ବିମାନ ଛାଡ଼ିବା ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହା ଦିନ ୨ଟା ବେଳେ ଭୁବନେଶ୍ୱରରେ ପହଞ୍ଚିବ। ସେହିଭଳି ଭୁବନେଶ୍ୱରରୁ ୨ଟା ୪୫ […]

bhu-airport

Rakesh Mallick
  • Published: Sunday, 08 November 2015
  • , Updated: 08 November 2015, 09:07 AM IST

ଭୁବନେଶ୍ୱର: ଭୁବନେଶ୍ୱର ଓ ବାରାଣସୀ ମଧ୍ୟରେ ଆରମ୍ଭ ହୋଇଛି ବିମାନ ସେବା। ଏୟାର ଇଣ୍ଡିଆ ପକ୍ଷରୁ ପ୍ରଥମ ଥର ପାଇଁ ଏହି ବିମାନ ସେବା ଆରମ୍ଭ କରାଯାଇଛି। ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ଏହିପରି ସପ୍ତାହକୁ ଚାରି ଦିନ ଏହି ରୁଟରେ ଏୟାର ଇଣ୍ଡିଆର ବିମାନ ଚାଲିବ। ଦିନ ୧୨ଟା ୩୦ରେ ବାରଣାସୀରୁ ବିମାନ ଛାଡ଼ିବା ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହା ଦିନ ୨ଟା ବେଳେ ଭୁବନେଶ୍ୱରରେ ପହଞ୍ଚିବ। ସେହିଭଳି ଭୁବନେଶ୍ୱରରୁ ୨ଟା ୪୫ ମିନିଟରେ ଛାଡ଼ି ୪ଟା ୧୫ ମିନଟରେ ବାରାଣସୀରେ ପହଞ୍ଚିବ। ଫଳରେ ଯାତ୍ରୀମାନେ ମାତ୍ର ଦେଢ଼ଘଣ୍ଟା ମଧ୍ୟରେ ଉଭୟ ସହରକୁ ଯାଇପାରିବେ। ଏହାକୁ ମିଶାଇ ଏବେ ସୁଦ୍ଧା ଦେଶର ମୋଟ ୭ଟି ସହରକୁ ଭୁବନେଶ୍ୱରରୁ ବିମାନ ସଂଯୋଗ ହୋଇପାରିଛି।

Related story