Advertisment

ଶିକାରୀ ଗୁଳିରେ ହାତୀ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତା ହାତୀର ମୃତ୍ୟୁ ନେଇ ଉଦ୍‌ବେଗ ପ୍ରକାଶ କଲେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଟ୍ୱିଟ୍‌ କରି ସେ ଲେଖିଛନ୍ତି, ହାତୀ ଆମର ଐତିହ୍ୟ ପ୍ରାଣୀ। ତାଙ୍କୁ ସର୍ବାଧିକ ସୁରକ୍ଷା ପ୍ରଦାନ କରାଯିବ। କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ସଂପୃକ୍ତ ଥିବା ଲୋକଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଶିକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ବୋଲି […]

author-image
Manoranjan Sial
ଅଦ୍ୟତନ ହୋଇଛି
ଶିକାରୀ ଗୁଳିରେ ହାତୀ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

Bhupendra Yadav

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତା ହାତୀର ମୃତ୍ୟୁ ନେଇ ଉଦ୍‌ବେଗ ପ୍ରକାଶ କଲେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଟ୍ୱିଟ୍‌ କରି ସେ ଲେଖିଛନ୍ତି, ହାତୀ ଆମର ଐତିହ୍ୟ ପ୍ରାଣୀ। ତାଙ୍କୁ ସର୍ବାଧିକ ସୁରକ୍ଷା ପ୍ରଦାନ କରାଯିବ। କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ସଂପୃକ୍ତ ଥିବା ଲୋକଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଶିକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ବୋଲି ଶ୍ରୀ ଯାଦବ ଲେଖିଛନ୍ତି।

Advertisment

ନରସିଂହପୁର ପଶ୍ଚିମ ବନବିଭାଗ ଜୟପୁର ଜଙ୍ଗଲରେ ଶିକାରୀ ଗୁଳିରେ ଗୋଟିଏ ଦନ୍ତାହାତୀ ଗୁରୁତର ଆହତ ହୋଇଥିଲା। ହାତୀ ଦେହରେ ୫ରୁ ୬ଟି ଛର୍‌ରା ବାଜିଥିଲା। ହାତୀର ଶୁଣ୍ଢରେ ୧, ଆଗ ଗୋଡ଼ରେ ୨, କାନ୍ଧ, କାନ ଓ ପେଟରେ ଗୁଳି ବାଜିଥିଲା। ଗୁଳି ବାଜିବା ପରେ ଯନ୍ତ୍ରଣାରେ ଦନ୍ତାହାତୀଟି ଜଙ୍ଗଲ ଭିତରେ ଘୁରି ବୁଲିଥିଲା। ଯନ୍ତ୍ରଣା ଅସହ୍ୟ ହେବାରୁ ଗର୍ଜନ କରୁଥିଲା। ତେବେ ଚାଲି ନପାରି ହାତୀଟି ଜଙ୍ଗଲ ଭିତରେ ଏକ ନାଳରେ ପଡ଼ି ଯାଇଥିଲା। ସେଠାରୁ ଛଟପଟ ହେଉଥିଲା। ନାଳରୁ ଉଠିବାକୁ ଚେଷ୍ଟା କରୁଥିଲା। ମାତ୍ର ନାଳରୁ ଉଠି ପାରୁନଥିଲା। ଜଙ୍ଗଲକୁ ଯାଇଥିବା ଲୋକମାନେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ମେଡିକାଲ୍‌ ଟିମ୍‌ ହାତୀକୁ ଚିକିତ୍ସା କରିଥିଲେ ମଧ୍ୟ ଗତକାଲି ଆଖି ବୁଜିଛି

Elephant Trafficking