ହିଞ୍ଜିଳି ସହ ବିଜେପୁରକୁ ଅକ୍ତିଆର ଦୌଡ଼ରେ ନବୀନ: ଟକ୍କର ଦେଉଛନ୍ତି ଟାଣୁଆ ନେତା

ବରଗଡ଼/ହିଞ୍ଜିଳି (ଦୀପକ ଶର୍ମା/ଅଶୋକ ବ୍ରହ୍ମା) ଏପ୍ରିଲ ୧୮। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ପଡିବ ରାଜ୍ୟର ଦୁଇ ଚର୍ଚ୍ଚିତ ବିଧାନସଭା ଆସନ ବିଜେପୁର ଓ ହିଞ୍ଜିଳିରେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ବିଜେଡି ଇତିହାସରେ ପ୍ରଥମ ଥର ଲାଗି ନବୀନ ଏକାଠି ଏ ଦୁଇଟି ଆସନରୁ ନିର୍ବାନ ଲଢୁଛନ୍ତି।  ସବୁଠି ନବୀନଙ୍କ ବିରୋଧରେ କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ବି ଟାଣୁଆ ଅଛନ୍ତି । ବିଜେପୁରରେ ଚାଷୀ ଓ ହିଞ୍ଜିଳିରେ ଦାଦନ ପ୍ରସଙ୍ଗକୁ ବିରୋଧୀ […]

yio

Tapas Behera
  • Published: Monday, 15 April 2019
  • , Updated: 15 April 2019, 08:44 PM IST

ବରଗଡ଼/ହିଞ୍ଜିଳି (ଦୀପକ ଶର୍ମା/ଅଶୋକ ବ୍ରହ୍ମା) ଏପ୍ରିଲ ୧୮। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ପଡିବ ରାଜ୍ୟର ଦୁଇ ଚର୍ଚ୍ଚିତ ବିଧାନସଭା ଆସନ ବିଜେପୁର ଓ ହିଞ୍ଜିଳିରେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

କାରଣ ବିଜେଡି ଇତିହାସରେ ପ୍ରଥମ ଥର ଲାଗି ନବୀନ ଏକାଠି ଏ ଦୁଇଟି ଆସନରୁ ନିର୍ବାନ ଲଢୁଛନ୍ତି।  ସବୁଠି ନବୀନଙ୍କ ବିରୋଧରେ କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ବି ଟାଣୁଆ ଅଛନ୍ତି । ବିଜେପୁରରେ ଚାଷୀ ଓ ହିଞ୍ଜିଳିରେ ଦାଦନ ପ୍ରସଙ୍ଗକୁ ବିରୋଧୀ ମୁଖ୍ୟ ଅସ୍ତ୍ର କରିଥିବାବେଳେ ନବୀନଙ୍କ ଭାବମୂର୍ତ୍ତି ଓ ପ୍ରତିଶ୍ରୁତିକୁ ପାଥେୟ କରି ପୁଣି ନିର୍ବାଚନୀ ବୈତରଣୀ ପାରହେବାକୁ ଲକ୍ଷ୍ୟ ରଖିଛି ବିଜେଡି। ବିଜେପୁର ହେଉଛି ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ।

ପ୍ରଥମ ଥର ଲାଗି ପଶ୍ଚିମ ଓଡ଼ିଶାର ଏହି ଆସନରୁ ଲଢୁଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଅ ଓ କଂଗ୍ରେସରୁ ରିପୁନାଥ ସେଠ୍ ତାଙ୍କୁ ଟକ୍କର ଦେଉଛନ୍ତି। ଲଢ଼େଇ ତ୍ରିମୁଖୀ ହେଉଥିଲେ ବି ବିକାଶ ସାଙ୍ଗକୁ ଚାଷୀର ଉନ୍ନତି ସମସ୍ତଙ୍କ ମୁଦ୍ଦା ରହିଛି ।

ବର୍ଷକ ତଳେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଯେତେବେଳେ ସମଗ୍ର ବରଗଡ଼ ଜିଲ୍ଲା ଚର୍ଚ୍ଚିତ ହୋଇଥିଲା ଠିକ୍ ସେତିକିବେଳେ ଫେବ୍ରୁଆରୀ ୨୪, ୨୦୧୮ରେ ଅନୁଷ୍ଠିତ ହୋଇଥିଲା ବିଜେପୁର ଉପନିର୍ବାଚନ। ନିଜେ ବିଜେପୁରର ଦାୟିତ୍ୱ ନେଉଥିବା କହି ମୁଖ୍ୟମନ୍ତ୍ରୀ ମରୁଡି ଜର୍ଜରିତ ଏ ଅଞ୍ଚଳ ଲାଗି ୧୨୪୮ କୋଟି ଟଙ୍କାର ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଘୋଷଣା କରିଥିଲେ।  ହେଲେ ସେ ପ୍ରକଳ୍ପ ଏବେ ବି କାଗଜକଲମରେ ସୀମିତ ଥିବା ଅଭିଯୋଗ ହୋଇଛି। ତେବେ ୧୯ବର୍ଷର ସ୍ଥାଣୁ ଶାସନ ସାଙ୍ଗକୁ ପଡ଼ୋଶୀ ଛତିଶଗଡ଼ରେ କ୍ଷମତାକୁ ଆସିବା ପରେ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନର ଉଦାହରଣ ଦେଇ କଂଗ୍ରେସ ଭୋଟ୍ ମାଗୁଥିବାବେଳେ ବିଜେପି ମୋଦିଙ୍କ ବିକାଶର ଚିତ୍ର ଦେଖାଇ ପ୍ରଚାର ଚଳାଇଛି । ଠିକ୍ ସେମିତି ନବୀନଙ୍କ ଗଡ଼ ହିଞ୍ଜିଳିରେ ବି ଏଥର ବଦଳିଛି ପାଣିପାଗ।

ମଇଦାନରେ ନବୀନଙ୍କୁ ଟକ୍କର ଦେବାକୁ ବିଜେପି ପ୍ରାର୍ଥୀ କରିଛି ଜଣାଶୁଣା ଆଇନଜୀବୀ ତଥା ଫାୟାରବ୍ରାଣ୍ଡ ନେତା ପୀତାମ୍ବର ଆଚାର୍ଯ୍ୟ। ଆଉ ମାଟି ପୁଅର ନାରା ଦେଇ କଂଗ୍ରେସ ଶମ୍ଭୁନାଥ ପାଣିଗ୍ରାହୀଙ୍କୁ ଭରସା କରିଛି । ତିନି ପ୍ରମୁଖ ଦଳର ପ୍ରଚାର ବି ଚାଲିଛି ଜୋରଦାର।

ମୁଖ୍ୟମନ୍ତ୍ରୀ ଏଠି ଅତ୍ୟାଧୁନିକ ବସ୍‌ରେ ପ୍ରଚାର ସାରି ଫେରିଥିବାବେଳେ ଧୁ ଧୁ ଖରାରେ କିନ୍ତୁ ଦ୍ୱାର ଦ୍ୱାର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ଅନ୍ୟ ଦୁଇ ପ୍ରମୁଖ ଦଳର ପ୍ରାର୍ଥୀ । ଦାଦନ ଓ ଚାଷୀ ସମସ୍ୟାକୁ ବିରୋଧୀ ଅସ୍ତ୍ର କରିଥିବାବେଳେ ନବୀନଙ୍କ ଭାବମୂର୍ତ୍ତିକୁ ଆୟୁଧ କରିଛି ବିଜେଡି। ଏପ୍ରିଲ ୧୮ରେ ଉଭୟ ବିଜେପୁର ସାଙ୍ଗକୁ ହିଞ୍ଜିଳିରେ ହେବ ଭୋଟ। ତେବେ ବିରୋଧୀ ନବୀନଙ୍କ ବିଜୟ ଯାତ୍ରାରେ ବ୍ରେକ୍ ମାରିବାକୁ ସକ୍ଷମ ହେଉଛନ୍ତି କି ନାହିଁ ତାହା ମେ ୨୩ ଫଳ ହିଁ ସ୍ପଷ୍ଟ କରିବ।

Related story