ବିଜେପୁର ଉପନିର୍ବାଚନ: ବିଜେଡି-ବିଜେପିର କସରତ ଆରମ୍ଭ, କଂଗ୍ରେସରେ ଚାଲିଛି ମନ୍ଥନ

Ordigital Desk
• Published: Sunday, 28 January 2018
• , Updated: 28 January 2018, 08:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ବିଗୁଲ୍ ବାଜିବା ପରଠୁ ରାଜ୍ୟ ରାଜନୀତିରେ କସରତ ଆରମ୍ଭ ହୋଇଯାଇଛି। ବିଜେଡି ପ୍ରାର୍ଥୀନୀ ରୀତା ସାହୁ ଆସନ୍ତା ୫ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଦଳ ଘୋଷଣା କରିଛି। ଆସନ୍ତା ୨ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବ ବୋଲି ବିଜେପି କହିଛି। ଅନ୍ୟପକ୍ଷରେ କଂଗ୍ରେସରେ ମାନସମନ୍ଥନ ଜାରି ରହିଛି।

ବିଜେପୁର ବ୍ୟାଟେଲ୍ ପାଇଁ ଆଜି ଶଙ୍ଖ ଫୁଙ୍କିଛି ବିଜେଡି। ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ତଥା ବିଜେଡି ପ୍ରାର୍ଥୀ ରୀତା ସାହୁ ୫ ତାରିଖରେ ନାମାଙ୍କନ ଦାଖଲ କରିବା ପରେ ମୈଦାନକୁ ଓହ୍ଲାଇବ ଦଳ। ଆଜି ନବୀନ ନିବାସରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜର ସାମର୍ଥ୍ୟ ଦେଖାଇଛନ୍ତି ରୀତା। ଏହି ଅବସରରେ ଗାଇସିଲଟ ବ୍ଲକର ପୂର୍ବତନ ସରପଞ୍ଚ, ସମିତି ସଭ୍ୟଙ୍କ ସହ କଂଗ୍ରେସର ୫୩ କର୍ମୀ  ବିଜେଡିରେ ସାମିଲ ହୋଇଛନ୍ତି।

ତେବେ କଂଗ୍ରେସ ପକ୍ଷରୁ ମୈଦାନକୁ ଗାଇସିଲଟ୍ ବ୍ଲକର ଉପାଧ୍ୟକ୍ଷ ପ୍ରଣୟ ସାହୁ ନା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ କିଏ ଓହ୍ଲାଇବେ ତାହା ସ୍ପଷ୍ଟ ହୋଇନି। ଉଭୟଙ୍କ ନାଁ ବର୍ତ୍ତମାନ ଚର୍ଚ୍ଚାରେ ଥିବାବେଳେ ପ୍ରାର୍ଥିତ୍ୱକୁ ନେଇ କଂଗ୍ରେସ ପକ୍ଷରୁ ଜାରି ରହିଛି କସରତ। ଦଳର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ ବିଧାୟକ ନବ ଦାସଙ୍କ ସମେତ ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପାଢ଼ୀ ପ୍ରମୁଖଙ୍କୁ ନେଇ ଏକ ୬ ଜଣିଆ କମିଟି ଗଠନ କରାଯାଇଛି। ଖୁବଶୀଘ୍ର ଏହି କମିଟି ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିନ୍ତି।

ସେହିପରି ବିଜେପୁର ଦଖଲ ପାଇଁ ଆଜି ଚୂଡାନ୍ତ ରଣନୀତି ପ୍ରସ୍ତୁତ କରିଛି ବିଜେପି। ପ୍ରାର୍ଥୀ ଚୟନ ପାଇଁ ଦଳର ରାଜ୍ୟ କାର୍ଯ୍ୟାଳୟରେ ହୋଇଛି ନିର୍ଣ୍ଣାୟକ କସରତ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ପ୍ରମୁଖଙ୍କ ଉପସ୍ଥିତିରେ ମନୋନୀତ ପ୍ରାର୍ଥୀଙ୍କ ନାଁରେ ମୋହର ମାରି କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଇଛି ଦଳ। ଚର୍ଚ୍ଚାରେ ଅଛନ୍ତି ଶଙ୍ଖ ଛାଡ଼ି ପଦ୍ମ ଧରିଥିବା ଅଶୋକ ପାଣିଗ୍ରାହୀ। ତେଣୁ ତାଙ୍କୁ ହିଁ ବିଜେପୁର ବ୍ୟାଟେଲରେ ଆଗକୁ ଆଣିପାରେ ବିଜେପି।

ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତା ଫେବୃଆରୀ ୨୪ ତାରିଖରେ ଭୋଟଗ୍ରହଣ ହେବ। ୨୮ ତାରିଖରେ ଗଣତି କରାଯିବ ସହ ଫଳାଫଳ ପ୍ରକାଶ ପାଇବ।

Related story