ଉଦ୍‌ଜୀବିତ ହେବ ବିଜୁଙ୍କ ସ୍ମୃତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଦି ଟଲ୍ ମ୍ୟାନ୍ -ବିଜୁ ପଟ୍ଟନାୟକ’। ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ସୁନ୍ଦର ଗଣେଶନଙ୍କ ଦ୍ୱାରା ରଚିତ ଏହି ଫଟୋପୁସ୍ତକ ଆସନ୍ତାକାଲି ଉନ୍ମୋଚନ କରାଯିବ। ଏନେଇ ବିଜୁ ପଟ୍ଟନାୟକ ଜନ୍ଣଶତବାର୍ଷିକୀ କମିଟି ପକ୍ଷରୁ ବ୍ୟାପକ ଆୟୋଜନା କରାଯାଇଛି। ଏଥିପାଇଁ ଉତ୍କଳ ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି। ଏହି ପୁସ୍ତକ  ଉନ୍ମୋଚନ ଉତ୍ସବରେ ଯୋଗଦେବେ ବିଭିନ୍ନ ଦଳର ହେବିୱେଟ ନେତା। ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ବିଜେପିର ମାର୍ଗଦର୍ଶକ ତଥା ବରିଷ୍ଠ ନେତା […]

biju patnik biopic book inaguration tomorrow

Rakesh Mallick
  • Published: Friday, 26 January 2018
  • , Updated: 26 January 2018, 08:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଦି ଟଲ୍ ମ୍ୟାନ୍ -ବିଜୁ ପଟ୍ଟନାୟକ’। ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ସୁନ୍ଦର ଗଣେଶନଙ୍କ ଦ୍ୱାରା ରଚିତ ଏହି ଫଟୋପୁସ୍ତକ ଆସନ୍ତାକାଲି ଉନ୍ମୋଚନ କରାଯିବ। ଏନେଇ ବିଜୁ ପଟ୍ଟନାୟକ ଜନ୍ଣଶତବାର୍ଷିକୀ କମିଟି ପକ୍ଷରୁ ବ୍ୟାପକ ଆୟୋଜନା କରାଯାଇଛି। ଏଥିପାଇଁ ଉତ୍କଳ ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି। ଏହି ପୁସ୍ତକ  ଉନ୍ମୋଚନ ଉତ୍ସବରେ ଯୋଗଦେବେ ବିଭିନ୍ନ ଦଳର ହେବିୱେଟ ନେତା। ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ବିଜେପିର ମାର୍ଗଦର୍ଶକ ତଥା ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ,  ସିପିଆଇଏମ୍‌ର ମୁଖ୍ୟ ସୀତାରାମ ୟେଚୁରୀ ଓ ପୂର୍ବତନ  ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବେ ଗୌଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବରିଷ୍ଠ ବିଧାୟକ ଦିଲ୍ଲୀପ ରାୟ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ ନିମୟନ୍ତ୍ରଣ କରାଯାଇଛି। ବିଜେଡି ଏପରି କାର୍ଯ୍ୟକ୍ରମ ଆୟୋଜନ କରି ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି କରିବାକୁ କରିପାରେ ବୋଲି ଆଲୋଚନା ହେଉଛି।

ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ନାୟକ କହିଛନ୍ତି-“ବିଜୁ ପଟ୍ଟନାୟକଙ୍କ ଭଳି ନେତା ଓଡ଼ିଶା କେବେ ପାଇବ ନାହିଁ। ଲୋକଙ୍କ ମନରୁ ଏହି ଆଶଙ୍କା ଦୂର କରିବା ପାଇଁ ବୋଧ ହୁଏ ସେହି ବହି ଲେଖାଯାଇଛି।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-“ବିଜୁବାବୁଙ୍କୁ ଗୋଟିଏ ଦଳ ଭିତରେ ସୀମାବଦ୍ଧ କରି ରଖିବା ଠିକ୍‌ ହେବ ନାହିଁ। କିନ୍ତୁ ଦୁର୍ଭାଗ୍ୟର ବିଷୟ ତାଙ୍କ ନାଁରେ ଗୋଟିଏ ଦଳ ଗଠନ କରାଯାଇ ତାଙ୍କ ଛବିକୁ ନିମ୍ନ କରାଯାଇଛି।”

ବରିଷ୍ଠ ବିଜେପି ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି-“‘ଦି ଟଲ୍ ମ୍ୟାନ୍ -ବିଜୁ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେବା ପାଇଁ ନିୟମନ୍ତ୍ରଣ ହୋଇଛି। ମୁଁ ମଧ୍ୟ ଯିବା ପାଇଁ ସହମତି ଦେଇଛି। ଏଥିରେ କୌଣସି ରାଜନୀତି ମାଇଲେଜ ନେବାକୁ ଚେଷ୍ଟା କରିବା ଉଚିତ ନୁହଁ।”

Related story