୯୭ ଲକ୍ଷ ଲୁଟି ଥିଲେ ଲେଡି ଆକାଉଣ୍ଟାଣ୍ଟ, ଜୁଆରେ ୫୦ ଲକ୍ଷ ଉଡ଼ାଇ ଦେଲେ ବୟଫ୍ରେଣ୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗର୍ଲଫ୍ରେଣ୍ଡ କଲେଜ ଟଙ୍କା ଚଳୁ କରୁଥିଲେ। ଆଉ ବୟଫ୍ରେଣ୍ଡ ସେହି ଟଙ୍କାରେ ଅନ୍‌ଲାଇନ୍‌ରେ ଜୁଆ ଖେଳୁଥିଲେ। ଜୁଆ ଖେଳି ଉଡ଼ାଇ ଦେଇଥିଲେ ୫୦ ଲକ୍ଷରୁ ଅଧିକ ଟଙ୍କା। ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଲେଡି ଆକାଉଣ୍ଟାଣ୍ଟ କଲେଜ୍‌ର ୯୭ ଲକ୍ଷ ଟଙ୍କା ହଡ଼ପ କରି ବୟଫ୍ରେଣ୍ଡର ଆକାଉଣ୍ଟକୁ ଟ୍ରାନ୍ସଫର କରିବା ଘଟଣାରେ ସାମ୍ନାକୁ ଆସିଛି ଏହି ନୂଆ ସୂଚନା। ଲେଡି ଆକାଉଣ୍ଟାଣ୍ଟଙ୍କ ବୟଫ୍ରେଣ୍ଡ ବିକାଶ କୁମାରଙ୍କୁ ଗିରଫ କରିବା ପରେ […]

Accussed

Accussed

Jitendra Garnayak
  • Published: Tuesday, 03 May 2022
  • Updated: 03 May 2022, 09:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗର୍ଲଫ୍ରେଣ୍ଡ କଲେଜ ଟଙ୍କା ଚଳୁ କରୁଥିଲେ। ଆଉ ବୟଫ୍ରେଣ୍ଡ ସେହି ଟଙ୍କାରେ ଅନ୍‌ଲାଇନ୍‌ରେ ଜୁଆ ଖେଳୁଥିଲେ। ଜୁଆ ଖେଳି ଉଡ଼ାଇ ଦେଇଥିଲେ ୫୦ ଲକ୍ଷରୁ ଅଧିକ ଟଙ୍କା। ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଲେଡି ଆକାଉଣ୍ଟାଣ୍ଟ କଲେଜ୍‌ର ୯୭ ଲକ୍ଷ ଟଙ୍କା ହଡ଼ପ କରି ବୟଫ୍ରେଣ୍ଡର ଆକାଉଣ୍ଟକୁ ଟ୍ରାନ୍ସଫର କରିବା ଘଟଣାରେ ସାମ୍ନାକୁ ଆସିଛି ଏହି ନୂଆ ସୂଚନା। ଲେଡି ଆକାଉଣ୍ଟାଣ୍ଟଙ୍କ ବୟଫ୍ରେଣ୍ଡ ବିକାଶ କୁମାରଙ୍କୁ ଗିରଫ କରିବା ପରେ କମିଶନରେଟ ପୁଲିସ୍ ଦେଇଛି ଏହି ସୂଚନା।

ପୁଲିସ୍ ପକ୍ଷରୁ କୁହାଯାଇଛି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ସେ (ବିକାଶ କୁମାର) ଅନ୍‌ଲାଇନ୍‌ରେ ଜୁଆ ଖେଳି ଟଙ୍କା ଉଡ଼ାଇ ଦେଇଛି। ସେହି ଟଙ୍କାରେ ତାଙ୍କ ବାପାଙ୍କର ଚିକିତ୍ସା କରାଯାଇଥିବା ନେଇ ଯେଉଁ କଥା କୁହାଯାଉଥିଲା, ସେ ସବୁ ମିଛ। ତାଙ୍କ ବାପାଙ୍କର କୌଣସି ପ୍ରକାର ଚିକିତ୍ସା ହୋଇନି। ଅନ୍‌ଲାଇନ୍‌ ଜୁଆ ସହିତ ଆଉ କିଛି ଟଙ୍କା ସେ ତା’ଗର୍ଲଫ୍ରେଣ୍ଡ ତଥା ଲେଡି ଆକାଉଣ୍ଟାଣ୍ଟ ସହିତ ବିଭିନ୍ନ ସ୍ଥାନକୁ ଭ୍ରମଣରେ ଯାଇ ଏବଂ ଦାମୀ ହୋଟେଲ୍‌ରେ ରହି ଖର୍ଚ୍ଚ କରିଥିବା କହିଛି। ସେହିଭଳି କିଛି ଟଙ୍କା ଅନ୍ୟ କିଛି ଲୋକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା କହିଛି।

ଅନ୍ୟପକ୍ଷରେ ବିକାଶ କୁମାର କହିଥିବା ଏହି ସବୁ କଥା ସତ ବୋଲି ବିଶ୍ୱାସ କରି ହେବ ନାହିଁ। ହୁଏତ ସେ ଟଙ୍କା ଲୁଚାଇ ରଖିଥାଇପାରନ୍ତି। ତେଣୁ ତାଙ୍କୁ ୫ ଦିନ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ କମିଶନରେଟ୍ ପୁଲିସ୍ ବିଚାର କରୁଛି। ଲେଡି ଆକାଉଣ୍ଟାଣ୍ଡ ଓ ତାଙ୍କ ବୟଫ୍ରେଣ୍ଡ ବିକାଶ କୁମାର ଗିରଫ ହୋଇସାରିଥିବାରୁ ଏବେ ସେମାନଙ୍କୁ ଏକାଠି ଜେରା କରିବାକୁ ଚିନ୍ତା କରୁଛି ପୁଲିସ୍।

୪ ବର୍ଷ ଧରି ଏହି ଲେଡି ଆକାଉଣ୍ଟାଣ୍ଟ କଲେଜ ଟଙ୍କା ଚଳୁ କରିଥିଲେ। ତଥାପି କଲେଜ କର୍ତ୍ତୃପକ୍ଷ ଟେର୍ ନପାଇବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ କଲେଜ କର୍ତ୍ତୃପକ୍ଷଙ୍କ କହିବା କଥା, ପିଲାଙ୍କ ନାମଲେଖା ଓ ଟ୍ୟୁସନ ଫି‘ ବାବଦକୁ ଆସିଥିବା ଟଙ୍କାକୁ ସେ ହଡ଼ପ କରିଥିଲେ। କାରଣ ଅନେକ ଛାତ୍ରଛାତ୍ରୀ ନାମଲେଖା ଓ ଟ୍ୟୁସନ୍ ଫି’ ବାବଦ ଟଙ୍କା ନଗଦ ଆକାରରେ ଦେଉଥିଲେ। ଏହି ଲେଡି ଆକାଉଣ୍ଟାଣ୍ଟ ଉକ୍ତ ଟଙ୍କା ରଖି ସେମାନଙ୍କୁ ରିସିପ୍‌ଟ ଦେଉଥିଲେ। ପରେ ଉକ୍ତ ଟଙ୍କାକୁ ସେ କଲେଜର ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା କଥା। କିନ୍ତୁ ସେ ସେହି ଟଙ୍କାକୁ ନିଜ ଆକାଉଣ୍ଟରେ ଜମା କରି ଦେଉଥିଲେ ଓ ପରେ ବିଭିନ୍ନ ଉପାୟରେ ତାଙ୍କ ବୟଫ୍ରେଣ୍ଡଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲେ।

ବିକାଶ କୁମାରଙ୍କ ଘର ଝାଡ଼ଖଣ୍ଡରେ। ସେ ଏହି କଲେଜର ଛାତ୍ର ଥିଲେ। ସେତେବେଳଠୁ ଏହି ଲେଡି ଆକାଉଣ୍ଟାଣ୍ଟଙ୍କ ସହିତ ତାଙ୍କର ସଂପର୍କ ଥିଲା। ପାଠପଢ଼ା ସରିବା ପରେ ବିକାଶ ଝାଡ଼ଖଣ୍ଡ ପଳାଇ ଯାଇଥିଲେ। କିନ୍ତୁ ଲେଡି ଆକାଉଣ୍ଟାଣ୍ଟଙ୍କ ସହିତ ତାଙ୍କର ସଂପର୍କ ଥିଲା। ଲେଡି ଆକାଉଣ୍ଟାଣ୍ଟ କଲେଜର ୯୭ ଲକ୍ଷ ଟଙ୍କା ହଡ଼ପ କରି ବିକାଶଙ୍କ ଆକାଉଣ୍ଟକୁ ପଠାଇଥିଲେ। କଲେଜ କର୍ତ୍ତୃପକ୍ଷ ଅଡିଟ୍ କରିବା ପରେ ଟଙ୍କା ହଡ଼ପ ହୋଇଥିବା ଜାଣିବାକୁ ପାଇଥିଲେ ଓ ଏନେଇ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଲେଡି ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିବା ପରେ ସେ ସତ ମାନି ଯାଇଥିଲେ ଓ ଟଙ୍କା ବିକାଶଙ୍କ ଆକାଉଣ୍ଟକୁ ପଠାଇଥିବା କହିଥିଲେ। ଏହା ପରେ କମିଶନରେଟ୍ ପୁଲିସ୍‌ର ଏକ ଟିମ୍ ଜାମସେଦପୁର ଯାଇ ବିକାଶଙ୍କୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos