ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୯ ମୃତ

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାର ଗୋଷାଣୀନୂଆଗାଁ ଛକରେ ଏକ ବସ୍ ଏକ ବାଇକ୍‌କୁ ପଛପଟୁ ଧକ୍କା ଦେବାରୁ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏକ ବାଇକ୍‌ରେ ବନ୍ଥପଲ୍ଲୀ କାଚଡ଼ାପଲ୍ଲୀ ଗାଁର ସନ୍ତୋଷ ଗୌଡ଼ ନିଜ ପରିବାର ସହ ଯାଉଥିବା ବେଳେ ବସ୍‌ଟି ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସନ୍ତୋଷଙ୍କର ଦୁଇ […]

accident

Rakesh Mallick
  • Published: Wednesday, 09 November 2016
  • , Updated: 09 November 2016, 06:56 PM IST

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଛି।

ଗଞ୍ଜାମ ଜିଲ୍ଲାର ଗୋଷାଣୀନୂଆଗାଁ ଛକରେ ଏକ ବସ୍ ଏକ ବାଇକ୍‌କୁ ପଛପଟୁ ଧକ୍କା ଦେବାରୁ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଏକ ବାଇକ୍‌ରେ ବନ୍ଥପଲ୍ଲୀ କାଚଡ଼ାପଲ୍ଲୀ ଗାଁର ସନ୍ତୋଷ ଗୌଡ଼ ନିଜ ପରିବାର ସହ ଯାଉଥିବା ବେଳେ ବସ୍‌ଟି ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସନ୍ତୋଷଙ୍କର ଦୁଇ ପୁଅଝିଅଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ସନ୍ତୋଷ ଓ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କର ଦୁଇ ବର୍ଷର ଆଉ ଏକ ଶିଶୁର ଅବସ୍ଥା ଗୁରୁତର ରହିଛି।

ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ବସ୍ ଡ୍ରାଇଭର ଫେରାର ହୋଇଯାଇଛି।

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟରେ ୧୬ ନମ୍ବରରେ ଜାତୀୟ ରାଜପଥରେ ଟ୍ରକ୍‌ ପଛ ପଟେ ଏକ କାର ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାର୍‌ଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା।

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ନନ୍ଦିଘୋର ନିକଟରେ ଏକ ବାଇକ୍‌କୁ ବସ୍ ପିଟିବାରୁ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।

Related story