ପୋଲ ତଳକୁ ଖସିଲା ବାଇକ୍‌

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ରାଇବାହାଳ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ଆଜି ସକାଳୁ ଏକ ବାଇକ୍‌ରେ ଆଠମଲ୍ଲିକ ଅଞ୍ଚଳର ବିନୋଦ ପାଣ୍ଡେ ଓ ଭୀମସେନ ମଲିକ କିଶୋରନଗରରୁ ମାଧପୁର ଅଭିମୁଖେ ଯାଉଥିଲେ। ମାତ୍ର ଗାଡ଼ିଟି ରାଇବାହାଳ ପୋଲ ଉପରେ ଭାରସାମ୍ୟ ହରାଇ ତଳକୁ […]

bike

bike

Niharika Rout
  • Published: Wednesday, 04 November 2020
  • Updated: 04 November 2020, 08:24 AM IST

Sports

Latest News

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ରାଇବାହାଳ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଆଜି ସକାଳୁ ଏକ ବାଇକ୍‌ରେ ଆଠମଲ୍ଲିକ ଅଞ୍ଚଳର ବିନୋଦ ପାଣ୍ଡେ ଓ ଭୀମସେନ ମଲିକ କିଶୋରନଗରରୁ ମାଧପୁର ଅଭିମୁଖେ ଯାଉଥିଲେ। ମାତ୍ର ଗାଡ଼ିଟି ରାଇବାହାଳ ପୋଲ ଉପରେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା ।

ଘଟଣାସ୍ଥଳରେ ବିନୋଦଙ୍କ ମୃତ୍ୟୁ ହୋଇଥିବାବେଳେ ଭୀମସେନ ଗୁରୁତର ଆହତ ହୋଇଥିଲେ । ଖବର ପାଇ ପୁଲିସ୍‌ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ  ହସ୍ପିଟାଲ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos