Advertisment

Accident: ପଛରୁ ପିଟି ବାଇକ୍‌କୁ ଘୋଷାରି ନେଲା ଟ୍ରକ୍‌; ବାଇକ୍ ଆରୋହୀଙ୍କ ମୁଣ୍ଡଗଣ୍ଡି ଅଲଗା

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଦଣ୍ଡିକା ଛକରେ ୧୬ ନମ୍ବର ଜାତୀୟ ରାଜପଥର ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚାଉଳ ବୋଝେଇ ଟ୍ରକ୍ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।

Trcuk Accident

ଟ୍ରକ୍‌ ତଳେ ଫସି ରହିଛି ବାଇକ୍ (ଇନ୍‌ସର୍ଟ)

Advertisment

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଦଣ୍ଡିକା ଛକରେ ୧୬ ନମ୍ବର ଜାତୀୟ ରାଜପଥର ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚାଉଳ ବୋଝେଇ ଟ୍ରକ୍ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। 

Advertisment

ଚାଉଳ ବୋଝେଇ ଟ୍ରକ୍‌ଟି ପଶ୍ଚିମବଙ୍ଗରୁ ଆସୁଥିବା ବେଳେ ଦଣ୍ଡିକା ନିକଟରେ ବାଇକ୍‌ ଆରୋହୀଙ୍କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍‌ ଆରୋହୀଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିଲା। 

ବାଇକ୍‌ଟି ଟ୍ରକ୍‌ ଭିତରେ ପଶି ଯାଇଥିଲା। ଟ୍ରକ୍‌ଟି କିଛି ବାଟ ବାଇକ୍‌ଟିକୁ ଘୋଷାରି ନେଇଥିଲା। ତେବେ ବାଇକ୍‌ଟି ଟ୍ରକ୍‌ ଚକାରେ ଲାଗି ଯିବାରୁ ଟ୍ରକ୍‌ ଆଉ ଆଗକୁ ଗଡ଼ି ପାରି ନଥିଲା। ଏହା ପରେ ଡ୍ରଇଭର ଟ୍ରକ୍ ଛାଡ଼ି ଫେରାର ହୋଇଯାଇଥିଲେ।

Advertisment

ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଭ୍ୟାନ୍ ଓ ବସ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହା ସହିତ ପୁଲିସ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

ଅନ୍ୟପକ୍ଷରେ ଶୁକ୍ରବାର ବିଳମ୍ବିତ ରାତିରେ ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ମରାତିରା ନିକଟରେ ଜାତୀୟ ରାଜପଥ ୫୫ରେ ଏକ କାର ଏକ ଟ୍ରକ୍ ପଛରେ ପିଟି ହେବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ତାଳଚେର ଅଞ୍ଚଳର ଅମିତ ସାହୁ ଓ ବିସ୍ମୟ ଦାସ। ସେହିପରି ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।  
 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe