ବିନୋଦ କୁମାରଙ୍କୁ ଜାମିନ୍
- Published: Monday, 13 August 2018
- , Updated: 13 August 2018, 01:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଓଆର୍‌ଏଚ୍‌ଡିସି ଅର୍ଥ ଅନିୟମିତତା ମାମଲାରେ ଆଇଏଏସ୍‌ ବିନୋଦ କୁମାରଙ୍କୁ ହାଇକୋର୍ଟରୁ ଜାମିନ୍‌ ମିଳିଛି। ଅନ୍ୟତମ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ମଧ୍ୟ ଜାମିନ୍‌ ମିଳିଛି। ଜାମିନ୍‌ ସର୍ତ୍ତ ତଳକୋର୍ଟରେ ନିର୍ଦ୍ଧାରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଭିଜିଲାନ୍ସ କୋର୍ଟର ଦଣ୍ଡକୁ ହାଇକୋର୍ଟରେ ବିନୋଦ ଚାଲେଞ୍ଜ କରିଛନ୍ତି।

ସୂଚନାଯୋଗ୍ୟ, ତିନି ଦଳ ତଳେ ବିନୋଦ କୁମାରଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ଜେଲ୍ ଦଣ୍ଡାଦେଶ ପରେ ତାଙ୍କ ଜାମିନ୍‌ ଆବେଦନ ଖାରଜ ହୋଇଯାଇଥିଲା। ଶୁକ୍ରବାର ଠାରୁ ସେ ଝାରପଡ଼ା ଜେଲ୍‌ରେ ଅଛନ୍ତି।

ଆହୁରି ପଢ଼ନ୍ତୁ-ଜେଲ୍‌ ଗଲେ ଆଇଏଏସ୍‌ ଅଫିସର