କରୋନା ବେଳେ ବଢ଼ିଛନ୍ତି ପକ୍ଷୀ: ଆକର୍ଷଣ ପାଲଟିଛି ଫ୍ଲେମିଙ୍ଗୋ, ଟିଲ୍‌ ଓ ମଲାର୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଣିଷ ସମାଜ ପାଇଁ କାଳରୂପି ମହାମାରୀ କରୋନାକୁ ଆସିଥିଲା। ହେଲେ ପକ୍ଷୀଙ୍କ ପାଇଁ ଖୋଲି ଦେଇଥିଲା ପଞ୍ଜୁରୀ। କରୋନା କାଳରେ ଲୋକମାନେ ଯେତେବେଳେ ଘରେ ବନ୍ଦୀ ଜୀବନ କାଟୁଥିଲେ, ସେତେବେଳେ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଓଡ଼ିଶା ଆସିଥିଲେ ବିଦେଶାଗତ ପକ୍ଷୀ। ଏବେ ସେମାନଙ୍କ କଳରବରେ ଫାଟିପଡ଼ୁଛି ବିଭିନ୍ନ ଜଳାଶୟ। ତେବେ କରୋନା ବେଳେ ଚଳିତବର୍ଷ ଓଡ଼ିଶା ଆକାଶରେ ଘୂରି ବୁଲୁଛନ୍ତି ୨୦ ଲକ୍ଷ ୪୦ ହଜାରରୁ ଅଧିକ ଦେଶୀ-ବିଦେଶୀ ପକ୍ଷୀ। […]

bird

Manoranjan Sial
  • Published: Wednesday, 27 January 2021
  • , Updated: 27 January 2021, 09:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଣିଷ ସମାଜ ପାଇଁ କାଳରୂପି ମହାମାରୀ କରୋନାକୁ ଆସିଥିଲା। ହେଲେ ପକ୍ଷୀଙ୍କ ପାଇଁ ଖୋଲି ଦେଇଥିଲା ପଞ୍ଜୁରୀ। କରୋନା କାଳରେ ଲୋକମାନେ ଯେତେବେଳେ ଘରେ ବନ୍ଦୀ ଜୀବନ କାଟୁଥିଲେ, ସେତେବେଳେ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଓଡ଼ିଶା ଆସିଥିଲେ ବିଦେଶାଗତ ପକ୍ଷୀ। ଏବେ ସେମାନଙ୍କ କଳରବରେ ଫାଟିପଡ଼ୁଛି ବିଭିନ୍ନ ଜଳାଶୟ। ତେବେ କରୋନା ବେଳେ ଚଳିତବର୍ଷ ଓଡ଼ିଶା ଆକାଶରେ ଘୂରି ବୁଲୁଛନ୍ତି ୨୦ ଲକ୍ଷ ୪୦ ହଜାରରୁ ଅଧିକ ଦେଶୀ-ବିଦେଶୀ ପକ୍ଷୀ।

ଗତବର୍ଷ ଏ ସଂଖ୍ୟା ଥିଲା ୧୬ ଲକ୍ଷ ୭୬ ହଜାର। ଏଥର ହୋଇଥିବା ଗଣନା ଅନୁସାରେ ୪ ଲକ୍ଷ ଅଧିକ ପକ୍ଷୀ ଆସିଥିବା ଜଣାପଡ଼ିଛି। ତେବେ ଚିନ୍ତାଜନକ କଥା ହେଲା, ଅନୁଗୋଳ ସର୍କଲର ସାତକୋଶିଆ, ଆଠମଲ୍ଲିକ, ଆଠଗଡ଼, କଟକ ଓ ଢେଙ୍କାନାଳ ଅଞ୍ଚଳରେ ପକ୍ଷୀ ସଂଖ୍ୟା କିନ୍ତୁ ଚଳିତ ଥର ହ୍ରାସ ପାଇଛିା

ଅନୁଗୋଳ ସର୍କଲରେ ଗତବର୍ଷ ଅପେକ୍ଷା ପ୍ରାୟ ୨୦ ହଜାର ପକ୍ଷୀ କମିଛନ୍ତି। ସେହିପରି ଭୁବନେଶ୍ୱର ଆଖାପଖ ଅଞ୍ଚଳରେ ଗତବର୍ଷର ୯,୩୯୮ ସଂଖ୍ୟାରୁ ଏବର୍ଷ ୮,୭୨୦କୁ ଖସିଛି। ଚିଲିକାରେ କିନ୍ତୁ ଗଲାବର୍ଷ ତୁଳନାରେ ପକ୍ଷୀ ସଂଖ୍ୟା ପ୍ରାୟ ଦୁଇ ଲକ୍ଷ ବଢ଼ିଛନ୍ତି। ତେବେ ପକ୍ଷୀଙ୍କ ମଧ୍ୟରେ ସବୁଠୁ ଆକର୍ଷଣ ଫ୍ଲେମିଙ୍ଗୋଙ୍କ ସଂଖ୍ୟା କମିଥିବା ବେଳେ ଫାଲକେଟେଡ୍‌ ଟିଲ୍‌ ଓ ମଲାର୍ଡ ଭଳି ବିଲୁପ୍ତ ଶ୍ରେଣୀର ପକ୍ଷୀ କିନ୍ତୁ ଆସିଛନ୍ତି।

ତଥ୍ୟ ଅନୁସାରେ କେବଳ ଚିଲିକାରେ ଏଥର ୧୧୩ ପ୍ରଜାତିର ୧୨ ଲକ୍ଷ ୪୨ ହଜାର ୮୨୬ ପକ୍ଷୀ ଚିହ୍ନଟ ହୋଇଛନ୍ତି। ଯେଉଁଥିରୁ ୧୧୧ ପ୍ରଜାତିର ଜଳଜ ଓ ୭୯ ପ୍ରଜାତିର ଆଦ୍ର ଭୂମି ପକ୍ଷୀ। ସେହିଭଳି ଭିତରକନିକାରେ ୧୨୧ ପ୍ରଜାତିର ପକ୍ଷୀ ଠାବ ହୋଇଥିବା ବେଳେ ହୀରାକୁଦ ଜଳଭଣ୍ଡାରକୁ ୯୮ ପ୍ରଜାତି ଆସିଥିବା ଜଣାପଡିଛିା ତେବେ ଆଧୁନିକ ଉପାୟରେ ଗଣନା ହେଲେ ପକ୍ଷୀଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି କହିଛନ୍ତି ବିଶେଷଜ୍ଞ।

Related story