‘ବିଟ୍‌କଏନ୍‌’ ନାଁରେ ଠକେଇ, ୫ ତାରକା ହୋଟେଲରୁ ଧରାହେଲେ ମାଷ୍ଟରମାଇଣ୍ଡ  

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ‘ବିଟ୍‌କଏନ’ ଠକେଇ। ବ୍ୟବସାୟ ନାଁରେ ୧୫ ଲକ୍ଷ ଟଙ୍କା ଚଳୁ। ଏହି କାରବାରରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ଦାମି ମୋବାଇଲ ଓ ୫୦ ହଜାର ଟଙ୍କା ଜବତ କରିଛି କମିଶନରେଟ ପୋଲିସ। ଅନ୍‌ଲାଇନ୍‌ ଜରିଆରେ ବିଟ୍‌କଏନ୍‌ ନାମରେ ଅର୍ଥ ବିନିଯୋଗ କରୁଥିବା ଲୋକେ ଠକେଇର ଶିକାର ହେଉଥିଲେ । ଏଥିରେ ଅର୍ଥ ବିନିଯୋଗ କରୁଥିଲେ ମଧ୍ୟ ସେମାନଙ୍କୁ କିନ୍ତୁ କୌଣସି କୋଡ ମିଳୁ ନ ଥିଲା। ଏଥିରେ ନିବେଶ […]

bitcoin mastermind arrested in bbsr

Rakesh Mallick
  • Published: Monday, 26 March 2018
  • , Updated: 26 March 2018, 07:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ‘ବିଟ୍‌କଏନ’ ଠକେଇ। ବ୍ୟବସାୟ ନାଁରେ ୧୫ ଲକ୍ଷ ଟଙ୍କା ଚଳୁ। ଏହି କାରବାରରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ଦାମି ମୋବାଇଲ ଓ ୫୦ ହଜାର ଟଙ୍କା ଜବତ କରିଛି କମିଶନରେଟ ପୋଲିସ।

ଅନ୍‌ଲାଇନ୍‌ ଜରିଆରେ ବିଟ୍‌କଏନ୍‌ ନାମରେ ଅର୍ଥ ବିନିଯୋଗ କରୁଥିବା ଲୋକେ ଠକେଇର ଶିକାର ହେଉଥିଲେ । ଏଥିରେ ଅର୍ଥ ବିନିଯୋଗ କରୁଥିଲେ ମଧ୍ୟ ସେମାନଙ୍କୁ କିନ୍ତୁ କୌଣସି କୋଡ ମିଳୁ ନ ଥିଲା। ଏଥିରେ ନିବେଶ କରି ଅଧିକ ଲାଭ ଦେବା ଆଶାରେ ଦୁର୍ବୃତ୍ତମାନେ ଲୋକଙ୍କୁ ଠକୁଥିଲେ। ଏହାର ମାଷ୍ଟରମାଇଣ୍ଡ କଲିକତାରେ ରହୁଥିବା ବେଳେ ବିନିଯୋଗକାରୀଙ୍କୁ ନିଜ ଆଡକୁ ଅଧିକ ଆକର୍ଷିତ କରିବାକୁ ଯୋଜନା କରୁଥିଲେ। ଅର୍ଥ ଠକେଇ ହେଉଥିବା ଜାଣି ନିବେଶକାରୀ ଅଭିଯୁକ୍ତଙ୍କୁ ଧରିବାକୁ ଯୋଜନା କରିଥିଲେ। ନିବେଶକାରୀମାନେ ଆଉ ଅଧିକ ୧୦ ଲକ୍ଷ ଟଙ୍କା ବିଟ୍‌କଏନରେ ବିନିଯୋଗ କରିବା ପାଇଁ ଲୋଭ ଦେଖାଇ ଏହାର ମାଷ୍ଟର ମାଇଣ୍ଡଙ୍କ ସହ ଡିଲ କରିଥିଲେ। ଫଳରେ ଲୋଭ ସମ୍ବରଣ କରି ନ ପାରି ଅଭିଯୁକ୍ତ ଶିବପ୍ରସାଦ ଆଜି ଭୁବନେଶ୍ୱରର ଏକ ପଞ୍ଚତାରକା ହୋଟେଲରେ ପହଞ୍ଚିଥିଲେ। ସେ ହୋଟେଲରେ ପହଞ୍ଚିବା ପରେ ନିବେଶକାରୀମାନେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ଶିବପ୍ରସାଦଙ୍କ ନାଁରେ ପୋଲିସ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି। ସେ ପୂର୍ବରୁ ଛତିଶଗଡ଼ ଓ ଆସାମରେ ଏହି ଭଳି ହାଇପ୍ରୋଫାଇଲ ଠକେଇ କରିସାରିଛି। ତେବେ କେବଳ ଶିବପ୍ରସାଦ ନୁହେଁ ତା’ର ଏକ ସହଯୋଗୀକୁ ମଧ୍ୟ ପୋଲିସ ଗିରଫ କରିଛି।

ବିଟ୍‌କଏନ କଣ? 

ବିଟ୍‌କଏନ ସାଧାରାଣ ଟଙ୍କା ବା କରେନ୍ସି ନୁହେଁ।  ଏହା ଏକ କ୍ରିପ୍ଟୋ କରେନ୍ସି ବା ଡିଜିଟାଲ କରେନ୍ସି।  ଅନଲାଇନ ଜରିଆରେ ପ୍ରଥମେ ଅର୍ଥ ନିବେଶ କରି ଏହାକୁ କୋଡ ମାଧ୍ୟମରେ କ୍ରୟ କରିବାକୁ ପଡିଥାଏ।  ଏହାର ମୂଲ୍ୟ, ଡିମାଣ୍ଡ ଅନୁସାରେ ବଢିଥାଏ। ବିଶ୍ୱ ଅର୍ଥନୀତି ବଜାରରେ ବିଟ୍‌କଏନର କାରବାର ଜୋରସାରରେ ଚାଲିଛି। ଏକାଧିକ ଦେଶରେ ଏହି ବିଟ୍‌କଏନକୁ ଅନ୍‌ଲାଇନ ମାଧ୍ୟମରେ କ୍ରୟ ଓ ବିକ୍ରୟ କରାଯାଉଛି। ଆଗରୁ ଗୋଟିଏ ବିଟ୍‌କଏନର ଦାମ ଏକ ଟଙ୍କା ଥିଲା। ଏବେ ଏହାର ଦାମ ୫ ଲକ୍ଷ ଚଙ୍କା ଥିବା ଜଣାପଡିଛି।

Related story