Advertisment

ଧର୍ମେନ୍ଦ୍ରଙ୍କ ପ୍ରସ୍ତାବକୁ ବିଜେଡିର ସମର୍ଥନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଥିବା ସୀମାବିବାଦର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା କେତେକ ପ୍ରସ୍ତାବକୁ ବିଜେଡି ସମର୍ଥନ କରିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୀମା ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପଡ଼ୋଶୀ ରାଜ୍ୟ ସହ ଆପୋଷ ଆଲୋଚନା ଓ ଆବଶ୍ୟକ ପଡ଼ିଲେ କେନ୍ଦ୍ରର ସହାୟତା ଲୋଡ଼ିବାକୁ ପ୍ରସ୍ତାବ ଦେଇଥିଲେ। ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀପ୍ରସାଦ ମିଶ୍ର […]

author-image
Tapas Behera
ଅଦ୍ୟତନ ହୋଇଛି
ଦେଶର ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ସରକାରଙ୍କ ଆଉ ଏକ ପଦକ୍ଷେପ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଥିବା ସୀମାବିବାଦର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା କେତେକ ପ୍ରସ୍ତାବକୁ ବିଜେଡି ସମର୍ଥନ କରିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୀମା ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପଡ଼ୋଶୀ ରାଜ୍ୟ ସହ ଆପୋଷ ଆଲୋଚନା ଓ ଆବଶ୍ୟକ ପଡ଼ିଲେ କେନ୍ଦ୍ରର ସହାୟତା ଲୋଡ଼ିବାକୁ ପ୍ରସ୍ତାବ ଦେଇଥିଲେ।

Advertisment

ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯେଉଁସବୁ ପ୍ରସ୍ତାବ ଦେଇଛନ୍ତି ତାହା ବହୁତ ଭଲ । ସମସ୍ତେ ମିଳିତ ହୋଇ ଏକସ୍ୱର ଉଠାଇବା ଦରକାର। ସୀମା ବିବାଦ ବହୁ ପୁରୁଣା ବିଷୟ। ସୀମା ବିବାଦ ପ୍ରସଙ୍ଗରେ ବିଧାନସଭାରେ ଏକ କମିଟି ରହିଛି, ଏନେଇ ବାଚସ୍ପତି ଯାହା ନିଷ୍ପତ୍ତି ନେବେ। ସେ ଚାହିଁଲେ କମିଟି ପଠାଇ ସରଜମିନ୍ ତଦନ୍ତ କରିପାରିବେ।

ସୀମା ବିବାଦର ଆପୋଷ ସମାଧାନ ପାଇଁ ମୁଖ୍ୟ ସଚିବସ୍ତରୀୟ ଆଲୋଚନା ନହେଲେ ରାଜସ୍ୱ ମନ୍ତ୍ରୀ ଅବା ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀ ପଡ଼ୋଶୀ ରାଜ୍ୟ ସହ ଆଲୋଚନା କରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶାର ସୀମା ଭିତରକୁ ଆନ୍ଧ୍ରପ୍ରଦେଶ ପଶି ଆସିଥିବାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment
Bjp Dharmendra Pradhan