ଥଇଥାନ ଆଳରେ ବରିଷ୍ଠଙ୍କୁ ଲଲିପପ୍ ନୁହେଁ ତ?

bjd

bjd

bjd

Manoranjan Sial
  • Published: Wednesday, 01 July 2020
  • Updated: 01 July 2020, 10:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୪ ସାଧାରଣ ନିର୍ବାଚନ ପରଠୁ ମନ୍ତ୍ରିମଣ୍ଡଳ ଓ ସାଂଗଠନିକ କାର୍ଯ୍ୟରେ ଯୁବନେତାମାନଙ୍କୁ ଆଗକୁ ଆଣି ବରିଷ୍ଠଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିଥିବା ବିଜେଡି ଶେଷରେ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ କରିଥିବାର ସନ୍ଦେଶ ଦେଇଛି। ଦୀର୍ଘବର୍ଷ ଧରି ଦଳରେ ଅଣଦେଖା ହୋଇ ରହିଥିବା ଅନେକ ବରିଷ୍ଠ ନେତାଙ୍କୁ ଆଜି ଦଳୀୟ ସାଂଗଠନିକ ପଦପଦବୀରେ ଥଇଥାନ କରାଯାଇଛି। ପ୍ରଥମଥର ପାଇଁ ‘ବରିଷ୍ଠ ଉପସଭାପତି’ ପଦବୀ ସୃଷ୍ଟି କରି ବିଜେଡି ନିଜର ୮ଜଣ ବରିଷ୍ଠ ନେତାଙ୍କୁ ଥଇଥାନ କରିଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦଳରେ ସାମିଲ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ‘ଉପସଭାପତି’ ଭାବେ ନିଯୁକ୍ତି ଦେଇଛି। ୯ଜଣ ‘ଉପସଭାପତି’ଙ୍କୁ ଦଳ ପ୍ରଥମଥର ପାଇଁ ବିଭିନ୍ନ ୱିଙ୍ଗର ଇନଚାର୍ଜ ଭାବେ ଦାୟିତ୍ୱ ନ୍ୟସ୍ତ କରିଛି। ତେବେ ଦଳୀୟ ସଂଗଠନ ଏବେ ସମ୍ପୂର୍ଣ୍ଣ ଭାବେ ଯୁବଗୋଷ୍ଠୀଙ୍କ କବଜାରେ ଥିବାବେଳେ ବରିଷ୍ଠଙ୍କୁ ସାଂଗଠନିକ ପଦପଦବୀରେ ନ୍ୟସ୍ତ କରି ବିଜେଡି କେବଳ ସେମାନଙ୍କ ସମର୍ଥକ ଓ କର୍ମୀଙ୍କୁ ଲଲିପପ୍ ଦେବାକୁ ପ୍ରୟାସ କରୁଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

ସୋସିଆଲ ମିଡିଆରେ ଘୁରି ବୁଲିଥିବା ଦୁଇଟି ରିଲିଜ୍ ଅନୁସାରେ, ବିଜେଡିର ‘ବରିଷ୍ଠ ଉପସଭାପତି’ ପଦରେ ୮ଜଣ ଓ ‘ଉପସଭାପତି’ ପଦରେ ୯ ଜଣ ନେତାଙ୍କୁ ନିଯୁକ୍ତି ମିଳିଛି। ସଞ୍ଜୟ ଦାସବର୍ମାଙ୍କୁ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଭାବେ ଅବସ୍ଥାପିତ କରାଯାଇଛି। ତତ୍କାଳ ପ୍ରଭାବରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହି ପଦାଧିକାରୀଙ୍କ ତାଲିକା ସମ୍ପର୍କିତ ଗୋଟିଏ ନିର୍ଦ୍ଦେଶନାମା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ଦସ୍ତଖତରେ ଆସିଥିଲାବେଳେ ଅନ୍ୟଟି ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ମାନସ ମଙ୍ଗରାଜଙ୍କ ଦସ୍ତଖତରେ ଆସିଛି। ଅବଶ୍ୟ ଉଭୟ ଦଳୀୟ ନିର୍ଦ୍ଦେଶନାମାରେ ପଦାଧିକାରୀ ତାଲିକା ସମାନ ରହିଛି।

ନବୀନ ପଟ୍ଟନାୟକଙ୍କୁ ବିଧିବଦ୍ଧ ଭାବେ ଦଳର ସଭାପତି ଘୋଷଣା କରାଯିବାର ପ୍ରାୟ ୪ମାସ ପରେ ସେ ନିଜର ଦଳୀୟ କର୍ମକର୍ତ୍ତାଙ୍କ ତାଲିକା ଜାରି ହୋଇଛି । ତାଲିକାରେ ଦଳରେ ଅଣଦେଖା ହୋଇ ରହିଥିବା ଅନଙ୍ଗ ଉଦୟ ସିଂହଦେଓ, ବିମ୍ବାଧର କୁଅଁର, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା ଓ ପ୍ରସନ୍ନ ପାଟ୍ଟଶାଣୀଙ୍କ ଭଳି ନେତାମାନଙ୍କୁ ‘ବରିଷ୍ଠ ଉପସଭାପତି’ ଭଳି ନୂଆ ପଦ ସୃଷ୍ଟି କରି ଥଇଥାନ କରାଯାଇଛି। ମନ୍ତ୍ରୀ ପଦ ମିଳିନଥିବାରୁ ଅସନ୍ତୁଷ୍ଟ ଥିବା ପ୍ରଫୁଲ୍ଲ ସାମଲ ଓ ଅନନ୍ତ ଦାସଙ୍କୁ ମଧ୍ୟ ଏହି ତାଲିକାରେ ସ୍ଥାନ ମିଳିଛି।

ସେହିପରି ଟିକେଟରୁ ବଂଚିତ ହୋଇଥିବା ବରିଷ୍ଠ ନେତା ମଙ୍ଗଳା କିଷାନ, ମନ୍ତ୍ରୀ ପଦ ପାଇନଥିବା ତଥା ସାଂଗଠନିକ କାର୍ଯ୍ୟରେ ଅଣଦେଖା ହୋଇ ଅସନ୍ତୁଷ୍ଟ ଥିବା ଦେବୀପ୍ରସାଦ ମିଶ୍ର, ବଦ୍ରିନାରାୟଣ ପାତ୍ର, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭଳି ନେତାଙ୍କୁ ‘ଉପସଭାପତି’ ଦାୟିତ୍ୱ ଦିଆଯାଇଛି। ୯ଜଣ ଉପସଭାପତିଙ୍କୁ ପ୍ରଥମଥର ପାଇଁ ବିଭିନ୍ନ ୱିଙ୍ଗର ଇନଚାର୍ଜ ଭାବେ ଅବସ୍ଥାପିତ କରାଯାଇଛି।

ସାଧାରଣ ନିର୍ବାଚନ ପରେ ଟିକେଟରୁ ବଂଚିତ ଥିବା ଅଧିକାଂଶ ନେତାଙ୍କୁ ଗତବର୍ଷ ଅଗଷ୍ଟ ମାସରେ ବିଭିନ୍ନ ବିଭାଗର ‘ପରାମର୍ଶଦାତା’ ଭାବେ ନିଯୁକ୍ତି ମିଳିଥିଲାବେଳେ ସେମାନେ ଏବେ ପ୍ରାୟତଃ ଅଣଦେଖା ଅବସ୍ଥାରେ ରହିଛନ୍ତି। ଏବେ ସେହିପରି ଭେଳିକି ସୃଷ୍ଟି କରାଯାଇ ଏପରି ‘ଇନଚାର୍ଜ’ ଦାୟିତ୍ୱ ଦିଆଯାଇଛି। ତେଣୁ ଏସବୁ ୱିଙ୍ଗର ଭବିଷ୍ୟତ ଓ ଏହା ଉପରେ ସମ୍ପୃକ୍ତ ନେତାମାନଙ୍କ ପ୍ରଭାବ କେତେ ରହିବ ତାହା ଏବେଠୁ ଜଳଜଳ ହୋଇ ଜଣାପଡ଼ୁଛି।

ଉଲ୍ଲେଖଯୋଗ୍ୟ, ଏବେ ଦଳର ସଂଗଠନ ସମ୍ପାଦକ ଭାବେ ଯୁବନେତା ପ୍ରଣବ ପ୍ରକାଶ ଦାସଙ୍କୁ ନିଯୁକ୍ତି ମିଳିଥିବାବେଳେ ସେ ସାଂଗଠନିକ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ଏହି ବରିଷ୍ଠ ନେତାମାନେ କିଭଳି ତାଙ୍କ ଅଧୀନରେ କାମ କରିବେ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଯୁବନେତାମାନଙ୍କ ସମ୍ପୂର୍ଣ୍ଣ କବଜାରେ ଦଳର ସଂଗଠନ ଥିବାବେଳେ ଏହି ବରିଷ୍ଠ ନେତାମାନଙ୍କୁ କର୍ମକର୍ତ୍ତା ଭାବେ ନିଯୁକ୍ତି ‘ଲଲିପପ୍‌’ ସଦୃଶ ହୋଇଛି। ‘ଆଲୋ ସଖି ଆପଣା ମହତ ଆପେ ରଖି’ ନ୍ୟାୟରେ ନିଜର ଆତ୍ମସମ୍ମାନକୁ ଦୃଷ୍ଟିରେ ରଖି ଏହି ନେତାମାନେ ପୂର୍ବରୁ ସାଂଗଠନିକ କାର୍ଯ୍ୟରୁ ନିଜକୁ ଦୂରେଇ ରଖିଥିବାବେଳେ ଏବେ ସେମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯିବା କେବଳ କାଗଜକଲମରେ ସୀମିତ ରହିବ ନା ବାସ୍ତବରେ ସେମାନଙ୍କୁ କାର୍ଯ୍ୟ କରିବାର ସୁଯୋଗ ମିଳିବ ତାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story