ଦେବାଶିଷ ଓ ମନ୍ତ୍ରୀ ପ୍ରତାପଙ୍କୁ ଚେକ୍ ଆଣ୍ଡ ବାଲାନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକସ୍ତରରେ କେତେକ ଅଦଳବଦଳ ଏବେ ବିଜେଡି ରାଜନୀତିକୁ ଉଷ୍ମ କରିଛି। ବିଜେଡିରୁ ଡାକ୍ତର ଦାମୋଦର ରାଉତ ବହିଷ୍କୃତ ହେବାପରେ ପାରାଦୀପ ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ନଜର ପକାଇଥିବା ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଝଟକା ଲାଗିଛି। ସେହିପରି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇ ସାଂଗଠନିକ କାର୍ଯ୍ୟକ୍ରମରେ ତାଙ୍କର ପ୍ରଭାବକୁ ହ୍ରାସ ପାଇଁ ଉଦ୍ୟମ ହୋଇଥିବା ଜଣାପଡ଼ିଛି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡାକ୍ତର ରାଉତ ଦଳରୁ […]

bjd

bjd

Manoranjan Sial
  • Published: Wednesday, 16 January 2019
  • Updated: 16 January 2019, 08:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକସ୍ତରରେ କେତେକ ଅଦଳବଦଳ ଏବେ ବିଜେଡି ରାଜନୀତିକୁ ଉଷ୍ମ କରିଛି। ବିଜେଡିରୁ ଡାକ୍ତର ଦାମୋଦର ରାଉତ ବହିଷ୍କୃତ ହେବାପରେ ପାରାଦୀପ ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ନଜର ପକାଇଥିବା ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଝଟକା ଲାଗିଛି। ସେହିପରି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇ ସାଂଗଠନିକ କାର୍ଯ୍ୟକ୍ରମରେ ତାଙ୍କର ପ୍ରଭାବକୁ ହ୍ରାସ ପାଇଁ ଉଦ୍ୟମ ହୋଇଥିବା ଜଣାପଡ଼ିଛି।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡାକ୍ତର ରାଉତ ଦଳରୁ ବିଦା ହେବାପରେ ପାରାଦୀପ ନିର୍ବାଚନମଣ୍ଡଳୀରେ ଦେବାଶିଷ ଅନୁପ୍ରବେଶ କରି ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଯାହାକୁ ନେଇ ପାରାଦୀପର ଦଳୀୟ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ପାରାଦୀପରେ ଦେବାଶିଷଙ୍କ ବିଭିନ୍ନ ଗତିବିଧିକୁ ସ୍ଥାନୀୟ ଦଳୀୟ କର୍ମୀମାନେ କଡ଼ା ବିରୋଧ କରିବାପରେ ତାଙ୍କୁ ଏବେ କଟକ ଜିଲ୍ଲା ସଂଗଠନ ଭିତରେ ନିଜକୁ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ସାଧାରଣ ସମ୍ପାଦକ ପଦ ହରାଇବାକୁ ପଡ଼ିଛି।

ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଡିସେମ୍ବର ୨୬ରେ ପାରାଦୀପରେ ଦଳର ପ୍ରତିଷ୍ଠା ଦିବସ ସମାରୋହରୁ ଦେବାଶିଷ ଦୂରେଇ ରହିଥିଲେ। ପାରାଦୀପରେ ଦଳ ଅନ୍ୟ କୌଣସି ନେତାଙ୍କୁ ବିଧାୟକ ପ୍ରାର୍ଥୀ କରିବ ବୋଲି ପରୋକ୍ଷରେ ସଙ୍କେତ ଦେଇଛି। ଫଳରେ ବ୍ୟବସାୟିକ ପେଣ୍ଠସ୍ଥଳ ପାରାଦୀପ ନିର୍ବାଚନମଣ୍ଡଳୀରୁ ଲଢ଼ିବାକୁ ଆଶା ବାନ୍ଧିଥିବା ଦେବାଶିଷଙ୍କୁ ଶକ୍ତ ଧକ୍କା ଲାଗିଛି।

ସେହିପରି ଜଗତସିଂହପୁର ଜିଲ୍ଲାର ସହପର୍ଯ୍ୟବେକ୍ଷକ ଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଟକ ଜିଲ୍ଲା ସଭାପତି ପଦରୁ ହଟାଇ ଦିଆଯାଇ କେବଳ କୃଷକ ସେଲର ମହାସଚିବ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ଦିଲ୍ଲୀରେ ଚାଷୀ ସମାବେଶରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଭୂମିକାକୁ ନେଇ ତୃତୀୟ ମହଲା କ୍ଷୁବ୍ଧ ହୋଇଥିବାରୁ ତାଙ୍କୁ ଜିଲ୍ଲା ସଭାପତିରୁ ହଟାଇ କେବଳ କୃଷକ ସେଲ ମହାସଚିବ ଭାବେ କାର୍ଯ୍ୟ କରିବାକୁ ଅନୁମତି ମିଳିଛି। ଚାଷୀ ସମାବେଶ ପରେ ଦଳର କୃଷକ ସେଲ ସ୍ୱତଃ ଗୁରୁତ୍ୱ ହରାଇଛି। ଅବଶ୍ୟ ପ୍ରତାପଙ୍କ ନିର୍ବାଚନମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଭାବେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଖାସ୍ ଅନୁଗତ ମହମ୍ମଦ ସକିଲଙ୍କୁ ଦାୟିତ୍ୱ ମିଳିଛି। କଟକର ସଂଗଠନ ଦୃଷ୍ଟିରୁ ସକିଲ ଏବେ ଦେବାଶିଷଙ୍କ କ୍ୟାମ୍ପରେ ମଧ୍ୟ ରହିଛନ୍ତି।

ପୂର୍ବତନ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁ ଓ ବିକ୍ରମ ପଣ୍ଡାଙ୍କୁ ଦଳର ସାଂଗଠନିକ ପଦପଦବୀ ନ୍ୟସ୍ତ କରାଯିବା ସହ ରଞ୍ଜନ ଖଣ୍ଡୁଆଳ ଓ ରମା ଖଣ୍ଡୁଆଳଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ବିଜେଡି ସଂଗଠନକୁ ସୁଦୃଢ଼ କରିବା ପାଇଁ ଚନ୍ଦ୍ରଶେଖର ଓ ବିକ୍ରମଙ୍କ ଭରସାରେ ବିଜେଡି ରହିଛି।

ସେହିପରି ନିର୍ବାଚନ ପୂର୍ବରୁ କେନ୍ଦୁଝର ଜିଲ୍ଲାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ପୁଣିଥରେ ହେଭିୱେଟ୍ କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି। ଆଶିଷ ଚକ୍ରବର୍ତ୍ତୀଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇ ବଦ୍ରି ନିଜର ଖାସ୍ ଅନୁଗତ ବିମ୍ବାଧର ବିଶ୍ୱାଳଙ୍କୁ ସେହି ପଦରେ ଥଇଥାନ କରିଛନ୍ତି। ବଦ୍ରିଙ୍କ ଘନିଷ୍ଠ କୁଶ ଆପଟଙ୍କ ଉପରୁ ମଧ୍ୟ ନିଲମ୍ବନ ପ୍ରତ୍ୟାହାର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story